fbpx

ହମାସ ସହ ଯୁଦ୍ଧ ମଧ୍ୟରେ ମେଡିକାଲରେ ଭର୍ତ୍ତି ହେଲେ ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍: MOSSAD ଜାରି କଲା ଜରୁରୀକାଳୀନ ବିଜ୍ଞପ୍ତି

ନୂଆଦିଲ୍ଲୀ: ହମାସ ସହିତ ୬ ମାସ ଧରି ଚାଲିଥିବା ଯୁଦ୍ଧ ମଧ୍ୟରେ ଇସ୍ରାଏଲରୁ ବଡ଼ ସୂଚନା ସାମ୍ନାକୁ ଆସୁଛି । ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କୁ ହଠାତ୍ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଇସ୍ରାଏଲର ଗୁପ୍ତଚର ଏଜେନ୍ସି ମୋସାଦ ଏହି ସୂଚନାକୁ ସୋସିଆଲ ମିଡିଆ ପୋଷ୍ଟରେ ସେୟାର କରିଛନ୍ତି ।

ବେଞ୍ଜାମିନ୍ ନେତାନ୍ୟାହୁଙ୍କ ପ୍ରଧାନମନ୍ତ୍ରୀ ପଦର ଦାୟିତ୍ୱ ବର୍ତ୍ତମାନ ଉପମୁଖ୍ୟମନ୍ତ୍ରୀ ତଥା ନ୍ୟାୟମନ୍ତ୍ରୀ ୟାରିଭ ଲେଭିନଙ୍କୁ ଦିଆଯାଇଛି । ହଠାତ୍ ସୂଚନା ପ୍ରକାଶ ପାଇବା ପରେ ଇସ୍ରାଏଲରେ ହଇଚଇ ସୃଷ୍ଟି ହୋଇଛି ।

ଆସୋସିଏଟେଡ୍ ପ୍ରେସ ଅନୁଯାୟୀ, ଇସ୍ରାଏଲ୍ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ମଧ୍ୟ ଏ ବିଷୟରେ ସୂଚନା ଦେଇଛି । ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ମଧ୍ୟ ନେତାନ୍ୟାହୁଙ୍କ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ସୂଚନା ଦେଇଛି । ପିଏମଓ ଏହାର ସୂଚନାରେ କହିଛି ଯେ ଶନିବାର ରାତିରେ ପିଏମ ବେଞ୍ଜାମିନ୍ ନେତାନ୍ୟାହୁଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

Get real time updates directly on you device, subscribe now.