fbpx
BJD
BJD SKY
BJD SKY

ମହାକାଶରୁ ସେଲ୍‌ଫି ପଠାଇଲା ଆଦିତ୍ୟ L1, ଫଟୋରେ ନଜର ଆସୁଛି ପୃଥିବୀ ଓ ଚନ୍ଦ୍ର

ନୂଆଦିଲ୍ଲୀ: ସୂର୍ଯ୍ୟଙ୍କ ଆଡକୁ ଅଗ୍ରସର ହେଉଥିବା ଆଦିତ୍ୟ ଏଲ୍ ୧ ମହାକାଶରୁ ସେଲ୍‌ଫି ପଠାଇଛି । ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ ଗୁରୁବାର ଏ ବିଷୟରେ ସୂଚନା ଦେଇଛି । ଏହା ପୂର୍ବରୁ ମଙ୍ଗଳବାର ଇସ୍ରୋ କହିଥିଲା ଆଦିତ୍ୟ ଏଲ ୧ ପୃଥିବୀର ପୃଥିବୀର କକ୍ଷ ପଥରେ ଘୁରିବାର ଦ୍ୱିତୀୟ ପର୍ଯ୍ୟାୟକୁ ସଫଳତାର ସହ ସଂପନ୍ନ କରିପାରିଛି । ଏଠାରେ ସୂଚାଇ ଦିଆଯାଇପାରେ ଯେ, ୨ ସେପ୍ଟେମ୍ବରରେ ଆଦିତ୍ୟ ଏଲ ୧ଲଞ୍ଚ କରାଯାଇଥିଲା ।
ଗୁରୁବାର ଇସ୍ରୋ ପକ୍ଷରୁ ‘ଏକ୍ସ’ ଜରିଆରେ ସୂଚନା ଦିଆଯାଇଛି କି, ସୂର୍ଯ୍ୟ ଓ ପୃଥିବୀ ମଧ୍ୟରେ ଏଲ୧ ପଏଣ୍ଟରେ ଯାତ୍ରା କରୁଥିବା ଆଦିତ୍ୟ ଏଲ୧ ଏକ ସେଲଫି ନେଇଛି ଯେଉଁଥିରେ ପୃଥିବୀ ଓ ଚନ୍ଦ୍ରର ଚିତ୍ର ନଜର ଆସୁଛି ।

ଆଦିତ୍ୟ ଏଲ୧ ସୂର୍ଯ୍ୟଙ୍କ ଉପରେ ଅଧ୍ୟୟନ କରିବାକୁ ଯାଉଥିବା ଭାରତର ପ୍ରଥମ ମହାକାଶ ମିଶନ । ଏହି ମହାକାଶଯାନକୁ ପୃଥିବୀ ଠାରୁ ୧୫ ଲକ୍ଷ କିଲୋମିଟର ଦୂର ଲଙ୍ଗ୍ରେଜ୍ ବିନ୍ଦୁର ଚାରିପଟେ ଥିବା ଏକ କକ୍ଷ ବା ପ୍ରଭାମଣ୍ଡଳ କକ୍ଷରେ ଅବସ୍ଥାପନ କରାଯିବ । ଏହି ପଏଣ୍ଟରୁ ବିନା କୌଣସି ବାଧାରେ ସୂର୍ଯ୍ୟଙ୍କୁ ଦେଖାଯାଇପାରିବ ଓ ଏହା ଅଧ୍ୟୟନରେ ସାହାଯ୍ୟ କରିବ ।

ଅନ୍ୟପକ୍ଷରେ ଏବେ ନାସା କହିଛି ଯେ, ଚନ୍ଦ୍ରଯାନ ୩ ଦକ୍ଷିଣ ମେରୁର ପ୍ରାୟ ୬୦୦ କିଲୋମିଟର ଦୂରରେ ଅବତରଣ କରିଥିଲା । ନାସା ଆହୁରି କହୁଛି ଏହାର ଏଲଆରଓ  ମହାକାଶ ଯାନ ଚନ୍ଦ୍ରପୃଷ୍ଠରେ ଚନ୍ଦ୍ରଯାନ ୩ ଲ୍ୟାଣ୍ଡରର ଫଟୋ ଉଠାଇଛି ।

Get real time updates directly on you device, subscribe now.