fbpx

(Video) ‘We Love Modi’ ନାରାରେ କମ୍ପିଲା ଜାକର୍ତ୍ତା ସହର: ପ୍ରଧାନମନ୍ତ୍ରୀଙ୍କୁ ଦେଖିବାକୁ ଇଣ୍ଡୋନେସିଆ ନାଗରିକଙ୍କର ପ୍ରବଳ ଭିଡ଼

ନୂଆଦିଲ୍ଲୀ: ୨୦ତମ ଆସିଆନ- ଭାରତ ଶିଖର ସମ୍ମିଳନୀ ଓ ୧୮ତମ ପୂର୍ବ ଏସିଆ ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇଣ୍ଡୋନେସିଆର ଜାକର୍ତ୍ତା ଗସ୍ତ କରିଛନ୍ତି । ସେଠାରେ ପହଞ୍ଚିବା ପରେ ମୋଦୀଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା । ଛୋଟ ପିଲାଙ୍କଠାରୁ ଆରମ୍ଭ କରି ବୃଦ୍ଧଙ୍କ ପର୍ଯ୍ୟନ୍ତ ସମସ୍ତେ ମୋଦୀଙ୍କୁ ଦେଖିବାକୁ ଭିଡ଼ ଜମାଇଥିଲେ । ଏହି ଅବସରରେ ବିମାନ ବନ୍ଦରରେ ‘ଆଇ ଲଭ୍ ମୋଦୀ’, ‘ଭାରତ ମାତା କୀ ଜୟ’ ନାରାରେ ସାରା ସହର ପ୍ରକମ୍ପିତ ହୋଇ ଉଠିଥିଲା ।

ମୋଦୀଙ୍କୁ ସ୍ୱାଗତ କରିବା ପାଇଁ ଲୋକମାନେ ପାରମ୍ପରିକ ବେଶରେ ସଜ୍ଜିତ ହୋଇ ଯାଇଥିଲେ । ଏହି ଅବସରରେ ମୋଦୀ ପ୍ରବାସୀ ଭାରତୀୟଙ୍କ ସହ ସାକ୍ଷାତ କରିବା ସହ ଅଭିବାଦନ ଜଣାଇଥିଲେ । ପିଏମ୍ ମୋଦୀ ଇଣ୍ଡୋନେସିଆ ଗସ୍ତ ସେମାନଙ୍କୁ ବହୁତ ଖୁସି ଦେଇଥିବା ଲୋକମାନେ କହିଥିଲେ । ଏହାପରେ ମୋଦୀ ଜାକର୍ତ୍ତାର ଏକ ହୋଟେଲରେ ପହଞ୍ଚିଥିଲେ । ସେଠାରେ ଭାରତୀୟ ଓ ଇଣ୍ଡୋନେସିଆ ସମ୍ପ୍ରଦାୟର ଲୋକମାନେ ସାଂସ୍କୃତିକ ନୃତ୍ୟ ମାନଙ୍କରେ ମୋଦୀଙ୍କର ସ୍ୱାଗତ କରିଥିଲେ ।

ପ୍ରବାସୀ ଭାରତୀୟଙ୍କ ହାତରେ ଗୋଟିଏ ଗୋଟିଏ ତ୍ରିରଙ୍ଗା ପତାକା ଦେଖିବାକୁ ମିଳିଥିଲା । ପ୍ରଧାନମନ୍ତ୍ରୀଙ୍କ ସହିତ ହାତ ମିଳାଇବାକୁ ସମସ୍ତଙ୍କ ମଧ୍ୟରେ ଏକ ଅଦ୍ଭୂତପୂର୍ବ ଉତ୍ସାହ ଦେଖିବାକୁ ମିଳିଥିଲା । ହୋଟେଲରେ ଏକତ୍ର ହୋଇଥିବା ପ୍ରବାସୀ ଭାରତୀୟଙ୍କୁ ମୋଦୀ ଅଭିବାଦନ ଜଣାଇଥିଲେ । ମୋଦୀଙ୍କୁ ଦେଖି ଇଣ୍ଡୋନୋସିଆର ଲୋକଙ୍କ ମଧ୍ୟରେ ମଧ୍ୟ ଉତ୍ସାହ ଦେଖିବାକୁ ମିଳିଥିଲା । ସେମାନେ ଇଣ୍ଡୋନୋସିଆର ନାଗରିକ ହେଲେ ମଧ୍ୟ ଭାରତ ପ୍ରତି ତାଙ୍କର ଭଲ ପାଇବା ରହିଥିବା କହିଥିଲେ । ଏହି ଅବସରରେ ସେମାନେ ‘ୱି ଲଭ୍ ମୋଦୀ’ ନାରା ଦେଇଥିଲେ ।

Get real time updates directly on you device, subscribe now.