fbpx
BJD
BJD SKY
BJD SKY

ଛାତ ଉପରକୁ ଯିବା ଉପରେ ଲାଗିଲା ପ୍ରତିବନ୍ଧନ: ଜାଣନ୍ତୁ କ’ଣ ରହିଛି ସରକାରୀ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଗାଜିଆବାଦରେ ଲୋକଙ୍କୁ ନିଜ ଘରର ଛାତ ଉପରେ ଯିବାକୁ ବାରଣ କରାଯାଇଛି । ନିଜ ଘରର ଛାତ ଉପରକୁ କୌଣସି ବ୍ୟକ୍ତି ଯିବେ ନାହିଁ ବୋଲି ପ୍ରଶାସନ ପକ୍ଷରୁ କଡା ନିର୍ଦ୍ଦେଶ ଦିଆଯାଇଛି । ଏପରିକି ଯେଉଁମାନଙ୍କୁ ବାଥରୁମ୍ ଛାତ ଉପରେ ରହିଛି, ସେମାନଙ୍କୁ ମଧ୍ୟ ଉପରକୁ ଯିବାକୁ ଅନୁମତି ନାହିଁ । ଏହି ସରକାରୀ ପ୍ରତିବନ୍ଧକ ଜି -୨୦ ଶିଖର ସମ୍ମିଳନୀକୁ ଦୃଷ୍ଟିରେ ରଖି ଲଗାଯାଇଛି ।

ତେବେ ଦିଲ୍ଲୀ ସହିତ ଗାଜିଆବାଦରେ ମଧ୍ୟ ପ୍ରଶାସନ ଜି -୨୦ ଶିଖର ସମ୍ମିଳନୀ ପାଇଁ ସହରର ସୌନ୍ଦର୍ଯ୍ୟକରଣ ଏବଂ ସୁରକ୍ଷା ପାଇଁ ପ୍ରସ୍ତୁତି ଶେଷ କରିଛି । ଜି -୨୦ ଶିଖର ସମ୍ମିଳନୀର ସୁରକ୍ଷା ପାଇଁ ହିଣ୍ଡନ ବିମାନବନ୍ଦରର ୨୦୦ ରୁ ୫୦୦ ମିଟର ମଧ୍ୟରେ ସୁରକ୍ଷା ବୃଦ୍ଧି କରାଯାଇଛି । ଗୁରୁବାର ଠାରୁ ଶନିବାର ପର୍ଯ୍ୟନ୍ତ ନିଜ ଘରର ଛାତ ଉପରେ ନ ଯିବାକୁ ଆଖପାଖରେ ରହୁଥିବା ଲୋକଙ୍କୁ କହିଛି ପୋଲିସ । କେବଳ ଏତିକି ନୁହେଁ, ଏହି ତିନି ଦିନ ମଧ୍ୟରେ ବିମାନବନ୍ଦର ନିକଟରେ ଥିବା ଘର ଛାତ ଉପରେ ପୋଲିସ କର୍ମଚାରୀ ମଧ୍ୟ ନିୟୋଜିତ ହେବେ ।

ଜି -୨୦ ସମ୍ମିଳନୀ ପାଇଁ ଏଠାକୁ ଆସୁଥିବା ବିଦେଶୀ ଅତିଥିଙ୍କ ଆଗମନ ପାଇଁ ହିଣ୍ଡନ ବିମାନବନ୍ଦର ପ୍ରସ୍ତୁତ କରାଯାଇଛି । ଏହା ସହିତ ଅତିଥିମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ବିମାନବନ୍ଦରର ୫୦୦ ମିଟର ମଧ୍ୟରେ ରହୁଥିବା ଲୋକଙ୍କୁ କୁହାଯାଇଛି ଯେ, ଯଦି ସେମାନଙ୍କ ଘରର ଛାତ ଉପରେ ବାଥରୁମ ଥିବ, ତେବେ ବି ସେମାନେ ଉପରକୁ ଯିବେ ନାହିଁ । ଏଠାରେ ଗାଁର ସମସ୍ତ ଲୋକଙ୍କୁ ପରାମର୍ଶ ଦିଆଯାଇଛି ଯେ ଏଭଳି ପରିସ୍ଥିତିରେ ସେମାନେ ନିଜ ପଡ଼ୋଶୀଙ୍କ ବାଥରୁମକୁ ବ୍ୟବହାର କରିବା ଉଚିତ୍ ।

Get real time updates directly on you device, subscribe now.