fbpx
BSKY SKY
BSKY SKY

ପ୍ରଧାନମନ୍ତ୍ରୀଙ୍କ ବ୍ୟସ୍ତ ବହୁଳ କାର୍ଯ୍ୟସୂଚୀ: ଆସନ୍ତା ୩ ଦିନ ପର୍ଯ୍ୟନ୍ତ କାର୍ଯ୍ୟରେ ବ୍ୟସ୍ତ ରହିବେ ମୋଦୀ

BSKY

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବେ ଇଣ୍ଡୋନେସିଆ ଗସ୍ତରେ ଅଛନ୍ତି । ପ୍ରଧାନମନ୍ତ୍ରୀ ଇଣ୍ଡେନେସିଆ ରାଜଧାନୀ ଜାକର୍ତ୍ତାରେ ପହଞ୍ଚିବା ପରେ ତାଙ୍କ ଭବ୍ୟ ସ୍ୱାଗତ ହୋଇଥିଲା । ଏହି ସମୟରେ ସେଠାରେ ଭାରତୀୟ ସମୁଦାୟର ଲୋକମାନେ ମଧ୍ୟ ଉପସ୍ଥିତ ଥିଲେ । ସେଠାରେ ସମସ୍ତେ ମୋଦି ମୋଦିର ନାରା ଦେଲେ । ଜି ୨୦ ପାଇଁ ଏହା ପ୍ରଧାନମନ୍ତ୍ରୀଙ୍କର ୬ଷ୍ଠ ଯାତ୍ରା । ତେବେ ୭୨ ବର୍ଷରେ ମଧ୍ୟ ପ୍ରଧାନମନ୍ତ୍ରୀ କେତେ ପରିମାଣରେ ଫିଟ ଅଛନ୍ତି ତାହା ଆପଣ ତାଙ୍କ ବିଜି ସିଡ୍ୟୁଲ ଦେଖିଲେ ଜାଣି ପାରିବେ । ଦେଖିବାକୁ ଗଲେ ଆଗାମୀ ୩ ଦିନ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ବ୍ୟସ୍ତ ରହିବେ ।

ଦେଖବାକୁ ଗଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦୀ ନ ଅଟକି ନ ଥକି ଲଗାତର ଭାବରେ କାମ କରୁଥିବା ଦେଖିବାକୁ ମିଳୁଛି । ତାଙ୍କର ଆସନ୍ତା ୩ ଦିନ କାର୍ଯ୍ୟ ସୂଚୀ ଦେଖିଲେ ବୋଧେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ । ପ୍ରଧାନମନ୍ତ୍ରୀ ମୋଦୀ ପ୍ରଥମେ ଜାକର୍ତ୍ତା ଯାଇ ସେଠାରେ ମହତ୍ୱପୂର୍ଣ୍ଣ ସମ୍ମିଳନୀରେ ଯୋଗ ଦେଇଥିଲେ ଏହା ପରେ ସେ ଦିଲ୍ଲୀ ଫେରିବା ପରେ ଆମେରିକାର ରାଷ୍ଟ୍ରପତି ଯୋ ବାଇଡେନଙ୍କ ସହିତ ମିଟିଙ୍ଗ କରିବାର ପ୍ଲାନ ରହିଛି ।

ତେବେ ଆପଣମାନେ ଜାଣିଥିବେ ପ୍ରଧାନମନ୍ତ୍ରୀ ୨୦୧୪ରେ କ୍ଷମତାକୁ ଆସିବା ପରେ ଏବେ ତାଙ୍କ କାର୍ଯ୍ୟକାଳକୁ ୯ ବର୍ଷ ପୂରଣ ହୋଇଛି । ଏହା ମଧ୍ୟରେ ସେ ଗୋଟିଏ ଦିନ ମଧ୍ୟ ଛୁଟି ନେଇ ନାହାନ୍ତି । ଆରଟିଆଇର ଏକ ସୂଚନାରୁ ଏହା ଜଣାପଡିଛି । ପ୍ରଧାନମନ୍ତ୍ରୀ ସବୁ ବେଳେ ହିୱିଟରେ ଥାନ୍ତି ।

ବିଦେଶମନ୍ତ୍ରୀ ଏସ ଜୟଶଙ୍କର କୁହନ୍ତି ‘ମୋଦି ୭୨ ବର୍ଷରେ ମଧ୍ୟ ଫିଟ ରହି ଏତେ ପରିମାଣର କାମ କିପରି କରୁଛନ୍ତି । ଭାରତ ପାଇଁ ଦେଶରେ ଜଣେ ଏପରି ଲୋକର ଆବଶ୍ୟକତା ରହିଛି ।’ ସେ ଅହୁରୀ ମଧ୍ୟ କରିଛନ୍ତି ଲୋକମାନେ ସାଧାରଣ ଜ୍ୱର ଥଣ୍ଡା ହେଲେ ଅଫିରୁ ଛୁଟି ନିଅନ୍ତି କିନ୍ତୁ ଏଠାରେ ପ୍ରଧାନମନ୍ତ୍ର କ୍ରମାଗତ ୯ ବର୍ଷ ହେବ କାମ କରୁଛନ୍ତି ।

Get real time updates directly on you device, subscribe now.