fbpx

ISROର ଆଶ୍ଚର୍ଯ୍ୟଜନକ ସୂଚନା: କେବେ ଉଠିବେ ବିକ୍ରମ-ପ୍ରଜ୍ଞାନ, ହାତରେ ରହିଛି ୧୩-୧୪ ଦିନ ସମୟ

ନୂଆଦିଲ୍ଲୀ: ଚନ୍ଦ୍ରଯାନ-୩ର ଲ୍ୟାଣ୍ଡର ବିକ୍ରମ ଓ ରୋଭର ପ୍ରଜ୍ଞାନ ନିଦରୁ ଉଠିବା ନେଇ ସାମ୍ନାକୁ ଆସିଛି ନୂଆ ତଥ୍ୟ । ବିକ୍ରମ ଲ୍ୟାଣ୍ଡରର କିଛି ସର୍କିଟସକୁ ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ଶୋଇବାକୁ ଦେଇ ନଥିଲା । ଦୁହେଁ ଅନିଦ୍ରା ରହିଥିବା ବେଳେ ସେମାନଙ୍କ ସହ କ୍ରମାଗତ ଭାବେ ଯୋଗାଯୋଗ ରକ୍ଷା କରାଯାଉଥିଲା । ମାତ୍ର ଏନେଇ କିଛି ପ୍ରତିକ୍ରିୟା ଆସିନାହିଁ । ବିକ୍ରମ ଓ ପ୍ରଜ୍ଞାନ ଅଟୋମେଟିକ୍ ଭାବେ ନିଦରୁ ଉଠିଯିବେ ବୋଲି ଇସ୍ରୋ ପକ୍ଷରୁ କୁହାଯାଇଛି ।

ଚନ୍ଦ୍ରଯାନ-୩ର ବିକ୍ରମ ଲ୍ୟାଣ୍ଡର ଓ ପ୍ରଜ୍ଞାନ ରୋଭରଙ୍କୁ ଯେତେବେଳେ ନିଦରେ ଶୁଆଇ ଦିଆଯାଇଥିଲା, ସେ ସମୟରେ କିଛି ସର୍କିଟକୁ ଜାଗ୍ରତ ରହିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ସେପ୍ଟେମ୍ବର ୨୨ରେ ଇସ୍ରୋ ପକ୍ଷରୁ ପଠାଯାଇଥିବା ମେସେଜକୁ ରିସିଭ୍ କରିବା ନେଇ କ୍ରମାଗତ ଯୋଗାଯୋଗ କରାଯାଉଥିଲା । ମାତ୍ର ବିକ୍ରମ କି ପ୍ରଜ୍ଞାନଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନଥିଲା ।

ଅନ୍ୟପକ୍ଷରେ ଇସ୍ରୋ ମୁଖ୍ୟ ଡା. ଏସ. ସୋମନାଥ କହିଛନ୍ତି, ଆମକୁ ଚିନ୍ତା କରିବାର ଆବଶ୍ୟକ ନାହିଁ । ବିକ୍ରମ ଲ୍ୟାଣ୍ଡର ଓ ପ୍ରଜ୍ଞାନ ରୋଭରଙ୍କଠାରେ କିଛି ଟେକନିକ ଖଞ୍ଜା ଯାଇଛି, ଯାହାଦ୍ୱାରା ସେମାନେ ସୂର୍ଯ୍ୟ କିରଣ ଦ୍ୱାରା ଊର୍ଜା ହାସଲ କରିପାରିବେ । ସେମାନେ ଆପେଆପେ ଉଠିଯିବେ, ଅର୍ଥାତ ଅଟୋମେଟିକ ଆକ୍ଟିଭ ହୋଇଯିବେ । ଆମେ ସେମାନଙ୍କ ଉପରେ ନଜର ରଖିବାକୁ ପଡ଼ିବ । ଆମ ପାଖରେ ଏବେ ୧୩-୧୪ ଦିନ ସମୟ ବାକି ରହିଛି । ଜାଗ୍ରତ ହେବା ପର୍ଯ୍ୟନ୍ତ ସେମାନଙ୍କ ସହ ଯୋଗାଯୋଗ ଜାରି ରହିବ ।

Get real time updates directly on you device, subscribe now.