fbpx
BJD
BJD SKY
BJD SKY

ସ୍ଥଗିତ ରହିଲା ପ୍ରାଥମିକ ଶିକ୍ଷକ ସଙ୍ଘର ଆନ୍ଦୋଳନ

ଭୁବନେଶ୍ଵର: ସ୍ଥଗିତ ରହିଲା ପ୍ରାଥମିକ ଶିକ୍ଷକ ସଙ୍ଘର ଆନ୍ଦୋଳନ। ପ୍ରାଥମିକ ଶିକ୍ଷକ ସଙ୍ଘର ଆଲୋଚନା ପରେ ନିଷ୍ପତି। ଆନ୍ଦୋଳନ ସ୍ଥଗିତ ନେଇ ସଙ୍ଘ ମହାସଚିବଙ୍କ ସୂଚନା। ତିନି ଦଫା ଦାବିରେ ଚଳାଇଥିଲେ ଆନ୍ଦୋଳନ। ଶିକ୍ଷକଙ୍କ ଦାବି ଗ୍ରହଣ କରାଯାଇଥିବା ସୂଚନା ।ଆଜି ଅପରାହ୍ଣ ୫ଟାରେ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘକୁ ବୈଠକ ପାଇଁ ସିଏମଓ ଅଫିସରୁ ସ୍ୱତନ୍ତ୍ର ଡାକରା ଆସିଥିଲା। ଏନେଇ ସୂଚନା ଦେଇଥିଲେ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଙ୍ଘର ସଭାପତି ବ୍ରହ୍ମାନନ୍ଦ ମହାରଣା । ସେ କହିଥିଲେ, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସହିତ ଶିକ୍ଷକମାନଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଆଲୋଚନା ହେବ। ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଏହି ଆଲୋଚନା ହୋଇଥିବା ସୂଚନା।

ଗ୍ରେଡ୍ ପେ ବୃ୍ଦ୍ଧି, ପ୍ରାଥମିକ ଶିକ୍ଷାରେ ଠିକା ଶିକ୍ଷକ ନିଯୁକ୍ତି ଉଚ୍ଛେଦ, ୨୦୧୭ରୁ ପୁରୁଣା ପେନସନ୍ ଲାଗୁ ସହ ୨୦୨୦ ମାର୍ଚ୍ଚ ପହିଲାରୁ ବନ୍ଦ ଥିବା ଇନକ୍ରିମେଣ୍ଟ ପ୍ରଦାନ, ଗଣଶିକ୍ଷକଙ୍କୁ ନିୟମିତ କରିବା ଭଳି ଦାବି ନେଇ ଶିକ୍ଷକ ଶିକ୍ଷୟିତ୍ରୀ ଆଜି ମଧ୍ୟ ଆନ୍ଦୋଳନ ଜାରି ରଖିଥିଲେ। ସାରା ରାଜ୍ୟର ଶିକ୍ଷକ ଶିକ୍ଷୟିତ୍ରୀ ଆନ୍ଦୋଳନରେ ସାମିଲ ହୋଇଥିବାରୁ ସ୍କୁଲରେ ପାଠପଢ଼ା ଏକପ୍ରକାର ଠପ୍‌ ହୋଇଯାଇଥିଲା। ଅନେକ ସ୍କୁଲରେ ଏବେ ବି ତାଲା ଝୁଲୁଛି। ଆଉ ଯେଉଁ ସ୍କୁଲ ଖୋଲା ରହିଛି ସେଠାରେ ପାଠପଢ଼ା ହେଉ ନାହିଁ। ପିଲାମାନେ ସ୍କୁଲ ଯାଉଛନ୍ତି, ହେଲେ ସେମାନେ କେବଳ ମଧ୍ୟାହ୍ନଭୋଜନ ଖାଇ ଘରକୁ ଫେରୁଥିବାରୁ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ସୋମବାର ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହ ଅଭିଭାବକ ସାମିଲ ହୋଇଥିବାରୁ ଯୁଦ୍ଧକାଳୀନ ଭିତ୍ତିରେ ଅନ୍ତଃମନ୍ତ୍ରୀସ୍ତରୀୟ କମିଟି ବୈଠକ ଡାକି ଦାବି ପୂରଣ ଲାଗି ରାଜ୍ୟ ସରକାର ସମୟ ମାଗିଥିଲେ। ଆନ୍ଦୋଳନରେ ସାମିଲ ହୋଇଥିବା ୧୦ଟି ଶିକ୍ଷକ ସଙ୍ଗଠନ ମଧ୍ୟରୁ ଦୁଇଟି ଓହରିଯାଇଥିବା ବେଳେ ୮ଟି ପ୍ରାଥମିକ ଶିକ୍ଷକ ସଂଘ ନେତୃତ୍ବରେ ଲକ୍ଷାଧିକ ଶିକ୍ଷକ ଶିକ୍ଷୟିତ୍ରୀ ଆନ୍ଦୋଳନରେ ରହିଥିଲେ। ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ପ୍ରାଥମିକ ଶିକ୍ଷକ ଫେଡେରେସନ୍ ମହାସଚିବ ଚାରୁଲତା ମହାପାତ୍ର ଏହି ଆଲୋଚନା ହେବା ନେଇ ଆଜି ଗଣମାଧ୍ୟମକୁ କହିଥିଲେ।

Get real time updates directly on you device, subscribe now.