fbpx
BJD
BJD SKY
BJD SKY

BJDରୁ ବହିଷ୍କୃତ ହେଲେ ଦୁଇଜଣ ନେତା: ସୁପ୍ରିମୋଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ୨୦୨୪ରେ ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ସେଥିପାଇଁ ପ୍ରତ୍ୟେକ ରାଜନୈତିକ ଦଳମାନେ ନିଜ ନିଜର ସଂଗଠନକୁ ସଜାଡ଼ିବା ସହିତ ନୂଆ ରଣନୀତି ପ୍ରସ୍ତୁତିରେ ବ୍ୟସ୍ତ ରହିଛନ୍ତି । ନିକଟରେ ରାଜ୍ୟର ତିନି ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ ଅନେକ ନୂଆ ନେତାଙ୍କୁ ପଞ୍ଚାୟତଠାରୁ ଆରମ୍ଭ କରି ରାଜ୍ୟ ସ୍ତରରେ ନିଯୁକ୍ତି ଦେଇଥିଲେ ।

ତେବେ ନବୀନ ପଟ୍ଟନାୟକଙ୍କୁ କ୍ରମାଗତ ୬ଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ଆସନରେ ବସାଇବା ପାଇଁ ବିଜେଡି ତା’ର ରଣନୀତି ଚୂଡ଼ାନ୍ତ କରିଛି । ଏନେଇ ଦଳର ନୂଆ କାର୍ଯ୍ୟାଳୟ ‘ଶଙ୍ଖ ଭବନ’ଠାରେ ସମସ୍ତ କର୍ମୀମାନେ ଏକତ୍ରିତ ହୋଇ ନିଷ୍ପତ୍ତି ନେଇଥିଲେ । ତେବେ ନିକଟରେ ଦଳବିରୋଧୀ କାରଣରୁ ବିଜେଡି ସୁପ୍ରିମୋ ଅନେକ ନେତାଙ୍କୁ ଦଳରୁ ବହିଷ୍କୃତ କରିଥିଲେ । ଏହା ମଧ୍ୟରେ ପୁଣି ଦୁଇ ଜଣ ନେତାଙ୍କୁ ଦଳରୁ ବିଦା କରାଯାଇଛି ।

ସୂଚନା ମୁତାବକ, ଦଳ ବିରୋଧୀ କାର୍ଯ୍ୟ ପାଇଁ ମୟୁରଭଞ୍ଜ ଜିଲ୍ଲା ବିଜେଡିର ଦୁଇଜଣ ନେତାଙ୍କୁ ଦଳରୁ ବହିଷ୍କୃତ କରାଯାଇଛି । ଦୁଇ ନେତା ହେଉଛନ୍ତି ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀର ସ୍ୱତନ୍ତ୍ର ଉନ୍ନୟନ ପରିଷଦ (ଏସଡିସି) ସଦସ୍ୟ ଜଲେନ ନାଏକ ଓ ତିରିଙ୍ଗ ବ୍ଲକ ଅଧ୍ୟକ୍ଷ ପରମେଶ୍ୱର ସାମାଡ । ସୁପ୍ରିମୋଙ୍କ ନିର୍ଦ୍ଦେଶରେ ଏହି ନିଷ୍ପତ୍ତି ନିଆଯାଇଛି । ଏନେଇ ଦଳର ସାଧାରଣ ସମ୍ପାଦକ ମାନସ ମଙ୍ଗରାଜ ସୂଚନା ଦେଇଛନ୍ତି ।

ନିକଟରେ ଖଣ୍ଡପଡ଼ା ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ ଓ ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡ଼ାଙ୍କୁ ଦଳରୁ ବହିଷ୍କାର କରାଯାଇଥିଲା । ସେପରି ଚଳିତ ମାସରେ କଟକ-ଚୌଦ୍ୱାର ବିଧାନସଭା ନିର୍ବାଚନ ମଣ୍ଡଳୀର ସିଟି କମିଟି ଉପସଭାପତି ପ୍ରକାଶ ଚନ୍ଦ୍ର ମହାନ୍ତି, ଭୁବନେଶ୍ୱର ଜିଲ୍ଲା ସଂଗଠନ ସମ୍ପାଦକ ପ୍ରଶାନ୍ତ ଚମ୍ପତି, ଦିଗପହଣ୍ଡି ଜିଲ୍ଲା ପରିଷଦ ସଦସ୍ୟ ବିପିନ ଚନ୍ଦ୍ର ପ୍ରଧାନଙ୍କୁ ଦଳରୁ ବହିଷ୍କୃତ କରାଯାଇଥିଲା ।

Get real time updates directly on you device, subscribe now.