fbpx

ଭୋଜନ ପ୍ରସ୍ତୁତି ଓ ଭୋଜନ କରିବା ସମୟରେ କରନ୍ତୁନି ଏହି ଭୁଲ୍‌, ଘରେ ଘୋଟି ଆସିବ ଆର୍ଥିକ ସଂକଟ

ଜ୍ୟୋତିଷଶାସ୍ତ୍ରରେ ଏପରି ବହୁ ଜିନିଷ ବିଷୟରେ ଉଲ୍ଲେଖ ରହିଛି ଯାହାକୁ ଅଣଦେଖା କରିବା ଆପଣଙ୍କ ଲାଗି ଭାରି ପଡିପାରେ । ଏଣୁ ବାସ୍ତୁ ସହ ଜଡିତ ବିଭିନ୍ନ ନିୟମକୁ ମାନି ଚଳିବା ଉଚିତ । ଆଜି ଆମେ ଏହି କ୍ରମରେ ଖାଇବା ସହ ଜଡିତ କିଛି ଭୁଲ୍ ବିଷୟରେ କହିବାକୁ ଯାଉଛୁ ।
ହିନ୍ଦୁ ଧର୍ମରେ ପାକ ପ୍ରସ୍ତୁତିକୁ ବହୁତ ପବିତ୍ର କାମ ମନେ କରାଯାଏ । କାରଣ ଏଥିରେ କେବଳ ଶରୀରକୁ ଶକ୍ତି ମିଳି ନ ଥାଏ ଏହା ଭଗବାନଙ୍କୁ ବି ଅର୍ପିତ କରାଯାଇଥାଏ । ହିନ୍ଦୁ ଧର୍ମରେ ମାତା ଅନ୍ନପୂର୍ଣ୍ଣାଙ୍କୁ ଅନ୍ନର ଦେବୀ ହିସାବରେ ମନେ କରାଯାଏ । ଏଣୁ ଭୋଜନ କରିବା ସମୟରେ କିଛି ଦିଗ ଉପରେ ଧ୍ୟାନ ଦେବା ଉଚିତ । ଏହି କ୍ରମରେ ଆସନ୍ତୁ ଜାଣିବା ଭୋଜନ କରିବା ସମୟରେ କେଉଁ କେଉଁ ଭୁଲ୍ କରିବା ଅନୁଚିତ ।

ଖାଇବା ଥାଳିରେ ହାତ ଧୋଇବା: ବହୁ ଲୋକ ଖାଦ୍ୟ ଖାଇସାରିବା ପରେ ଥାଳିରେ ହାତ ଧୋଇ ଦେଇଥାନ୍ତି । ଏହା ଏକ ବଡ ଭୁଲ୍ ହୋଇଥାଏ । ଖାଇସାରିବା ପରେ ଥାଳିରେ ହାତ ଧୋଇବା ଦ୍ୱାରା ମା’ ଲକ୍ଷ୍ମୀ ନାରାଜ ହୋଇଯାଆନ୍ତି । ଏପରି କରିବା ଦ୍ୱାରା ଘରେ ଆର୍ଥିକ ସଂକଟ ବଢିଯାଏ ।

ଖାଦ୍ୟ ନଷ୍ଟ କରିବା: ଖାଦ୍ୟ ନଷ୍ଟ କରିବା ସବୁଠାରୁ ବଡ ଭୁଲ୍ । ଏପରି କରିବା ଦ୍ୱାରା ଧନର ଦେବୀ ମା’ ଲକ୍ଷ୍ମୀ ଘରୁ ମୁହଁ ଆଡେଇ ନେଇଥାନ୍ତି । ଏପରି କରିବା ଦ୍ୱାରା ଘରେ ଅଭାବ ଅନଟନ ବଢିଯାଏ । ଏହା ସହିତ ଘରର ସଦସ୍ୟଙ୍କ ଉପରେ ବି ଖରାପ ପ୍ରଭାବ ପଡିଥାଏ ।

ରୋଷେଇ ଘରକୁ ଅପରିଷ୍କାର ରଖିବା: ବାସ୍ତୁଶାସ୍ତ୍ରରେ ରୋଷେଇକୁ ନେଇ ବହୁ ନିୟମ ଉଲ୍ଲେଖ ରହିଛି । ରୋଷେଇ ଘରକୁ ସର୍ବଦା ପରିଷ୍କାର ପରିଚ୍ଛନ୍ନ ରଖିବା ଉଚିତ । ରୋଷେଇ ଘର ଅପରିଷ୍କାର ରଖିବା ଦ୍ୱାରା ମା’ ଲକ୍ଷ୍ମୀ ନାରାଜ ହୋଇଥାନ୍ତି । ଏହା ବ୍ୟତିତ ରାତିରେ ରୋଷେଇ ଘରେ ଅଇଁଠା ବାସନ ଗଦା କରିବା ମଧ୍ୟ ବଡ ବାସ୍ତୁଦୋଷର କାରଣ ପାଲଟିଥାଏ ।

ସ୍ନାନ ନ କରି ଭୋଜନ ପ୍ରସ୍ତୁତି:
କୌଣସି ବି ବ୍ୟକ୍ତି ସ୍ନାନ ନ କରି ଭୋଜନ ପ୍ରସ୍ତୁତ କରିବା ଅନୁଚିତ । ଏହା ବ୍ୟତିତ ଭୋଜନ ପ୍ରସ୍ତୁତି ସମୟରେ ମନ ମଧ୍ୟରେ କ୍ରୋଧ କିମ୍ବା କୌଣସି ନକରାତ୍ମକ ଭାବନା ପୋଷଣ କରିବା ଅନୁଚିତ । କାରଣ ଅପବିତ୍ର ମନ ଓ ଶରୀରରେ ରନ୍ଧା ଯାଇଥିବା ଖାଦ୍ୟ ଶରୀରକୁ ନକରାତ୍ମକତା ହିଁ ଦେଇଥାଏ ।

ଦକ୍ଷିଣ ଦିଗକୁ ମୁହଁ କରି ଖାଦ୍ୟ ପ୍ରସ୍ତୁତି:
ଦକ୍ଷିଣ ଦିଗକୁ ମୁହଁ କରି କେବେ ବି ଖାଦ୍ୟ ପ୍ରସ୍ତୁତ କରିବା ଅନୁଚିତ । ଖାଦ୍ୟ ପ୍ରସ୍ତୁତ କରିବା ଲଶଗି ପୂର୍ବ କିମ୍ବା ଉତ୍ତର ଦିଗ ଶୁଭ ହୋଇଥାଏ । ରୋଷେଇ ଘରେ ଯେଉଁଠାରେ ପିଇବା ପାଣି ରଖୁଛନ୍ତି ସେଠାରେ ରାତି ସମୟରେ ବି ହାଲକା ଆଲୋକ ପଡୁଥିବା ଉଚିତ ।

Get real time updates directly on you device, subscribe now.