fbpx
BJD
BJD SKY
BJD SKY

DUSU ଛାତ୍ର ସଙ୍ଘ ନିର୍ବାଚନର ଆସିଲା ରେଜଲ୍ଟ: ୩ଟି ସିଟରେ ABVP ଓ ଗୋଟିଏ ସିଟରେ ଜିତିଲା NSUI

ନୂଆଦିଲ୍ଲୀ: ଦିଲ୍ଲୀ ଛାତ୍ର ସଂଗଠନ ନିର୍ବାଚନର ଫଳାଫଳ ଘୋଷଣା କରାଯାଇଛି । ଚାରି ବର୍ଷ ପରେ ଦିଲ୍ଲୀ ଛାତ୍ର ସଂଘକୁ ଏକ ନୂଆ ପ୍ରେସିଡେଣ୍ଟ ମିଳିଛି । ଏବିଭିପି ପ୍ରାର୍ଥୀମାନେ ୩ଟି ଗୁରୁତ୍ୱପୂର୍ଣ୍ଣ ପଦବୀରେ ବିଜୟ ଲାଭ କରିଛନ୍ତି ।

ସନ୍ଧ୍ୟା ପ୍ରାୟ ୫.୩୦ରେ ରେଜଲ୍ଟ ଘୋଷଣା କରାଯାଇଛି । President, Secretary ଓ Joint Secretary ପଦବୀ ଏବିଭିପି ଜିତିଥିବାବେଳେ ଏନଏସୟୁଆଇ Vice-President ପଦରେ ଜିତିଛି ।

ତେବେ ଏଥର ଅଖିଲ ଭାରତ ବିଦ୍ୟା ପରିଷଦ (ଏବିଭିପି), ଅଲ୍ ଇଣ୍ଡିଆ ଷ୍ଟୁଡେଣ୍ଟସ୍ ଆସୋସିଏସନ୍ (ଏଆଇଏସଏ), ଷ୍ଟୁଡେଣ୍ଟସ୍ ଫେଡେରେସନ୍ ଅଫ୍ ଇଣ୍ଡିଆ (ଏସଏଫଆଇ) ଏବଂ ନ୍ୟାସନାଲ ଷ୍ଟୁଡେଣ୍ଟସ୍ ୟୁନିଅନ୍ ଅଫ୍ ଇଣ୍ଡିଆ (ଏନଏସୟୁଆଇ) ସମେତ ବିଭିନ୍ନ ଛାତ୍ର ସଂଗଠନ ଗୋଷ୍ଠୀରୁ ମୋଟ ୨୪ ଜଣ ପ୍ରାର୍ଥୀ ମଇଦାନକୁ ଓହ୍ଲାଇଥିଲେ । ମିଡିଆ ରିପୋର୍ଟ ଅନୁଯାୟୀ, ୧ ଲକ୍ଷ ୧୭ ହଜାର ଛାତ୍ର ଭୋଟ୍ ଦେଇଥିଲେ । ଭୋଟ୍ ପାଇଁ ମୋଟ ୫୨ ଟି ଭୋଟିଂ କେନ୍ଦ୍ର ସ୍ଥାପନ କରାଯାଇଥିଲା ଏବଂ ୧୭୩ ଟି ଇଭିଏମ୍ ମେସିନ୍ ସ୍ଥାପନ କରାଯାଇଥିଲା ।

ପୂର୍ବ ଛାତ୍ର ସଂଗଠନ ୨୦୧୯ ନିର୍ବାଚନରେ ଅଖିଲ ଭାରତୀୟ ବିଦ୍ୟା ପରିଷଦ ଚାରୋଟି ସିଟ୍ ମଧ୍ୟରୁ ତିନୋଟିରେ ଐତିହାସିକ ବିଜୟ ଲାଭ କରିଥିବାବେଳେ ନ୍ୟାସନାଲ ଷ୍ଟୁଡେଣ୍ଟସ୍ ଅଫ୍ ଇଣ୍ଡିଆ (ଏନଏସୟୁଆଇ) ଗୋଟିଏ ସିଟ୍ ଜିତିଥିଲା । ଏଥର ସମୁଦାୟ ୪୨ ପ୍ରତିଶତ ମତଦାନ ହୋଇଥିଲା । ୨୦୧୯ ରେ ମତଦାନ ୩୯.୯୦ ପ୍ରତିଶତ, ୨୦୧୮ ରେ ୪୪.୪୬ ପ୍ରତିଶତ ଏବଂ ୨୦୧୭ ରେ ୪୨.୮୦ ପ୍ରତିଶତ ଥିଲା । କରୋନା କାରଣରୁ ୨୦୨୦ ଏବଂ ୨୦୨୧ ରେ ଦିଲ୍ଲୀ ଛାତ୍ର ସଂଘ ନିର୍ବାଚନ ଅନୁଷ୍ଠିତ ହୋଇନଥିଲା । ଏଥର ନିର୍ବାଚନ ମଧ୍ୟ ଗୁରୁତ୍ୱପୂର୍ଣ୍ଣ କାରଣ ଆସନ୍ତା ବର୍ଷ ଲୋକସଭା ନିର୍ବାଚନ ହେବାକୁ ଯାଉଛି ।

Get real time updates directly on you device, subscribe now.