fbpx
BJD SKY
BJD SKY

Spaceରେ ବିଜୁଳି ପ୍ରସ୍ତୁତ କରିବ ଇସ୍ରୋ: Chandrayaan-3 ପରେ ଭାରତର ଆଉ ଏକ ଚମତ୍କାର

BJD

ନୂଆଦିଲ୍ଲୀ: ଚନ୍ଦ୍ରଯାନ-୩ର ଅପୂର୍ବ ସଫଳତା ଭାରତର ମହାକାଶ ବିଜ୍ଞାନରେ ଇତିହାସ ସୃଷ୍ଟି କରିଛି । ଏହାପରେ ଆଜି ସନ୍ଧ୍ୟାରେ ଇସ୍ରୋ ଆଉ ଏକ ଚମକବାର ଉପଲବ୍ଧି ହାସଲ କରିଛି । ବିଜ୍ଞାନ କ୍ଷେତ୍ରରେ ଆଜି ଆଉ ଏକ କୀର୍ତ୍ତିମାନ ନିଜ ନାମରେ କରିବାରେ ସଫଳ ହୋଇଛି ଇସ୍ରୋ । ବିଜୁଳି ପ୍ରସ୍ତୁତ କରିବାର କୌଶଳକୁ ନେଇ ସଫଳ ପରୀକ୍ଷଣ କରିଛି ଭାରତୀୟ ଅନ୍ତରୀକ୍ଷ ଏଜେନ୍ସି । ଇସ୍ରୋ ସଫଳତାର ସହିତ ଇନ୍ଧନ ସେଲ୍ ଟେକ୍ନୋଲୋଜି ପରୀକ୍ଷା କରିଛି । ଯାହାକୁ ମହାକାଶ ବିଜ୍ଞାନ କ୍ଷେତ୍ରରେ ଆଉ ଏକ ବଡ଼ ସଫଳତା ବୋଲି କୁହାଯାଉଛି ।

ସଫଳ ଭାବରେ ପରୀକ୍ଷଣ କରାଯାଇଥିବା ଏହି ଟେକ୍ନୋଲୋଜି ସାହାଯ୍ୟରେ ଇସ୍ରୋ ଭବିଷ୍ୟତରେ ସ୍ପେସ୍ ଷ୍ଟେସନକୁ ଶକ୍ତି ଯୋଗାଇବା ନେଇ ଯୋଜନା କରୁଥିବା ଦାବି ହୋଇଛି । ଆଗାମୀ ଦିନରେ କାର ଏବଂ ବାଇକକୁ ମଧ୍ୟ ଶକ୍ତି ଯୋଗାଇବାରେ ଏହି ଟେକ୍ନୋଲୋଜି ଖୁବ ସହାୟକ ହେବ ବୋଲି ଆଶା କରାଯାଉଛି। ପାରମ୍ପରିକ ବ୍ୟାଟେରୀ ସେଲ ତୁଳନାରେ ଅଧିକ କୁଶଳ ଏବଂ କମ୍ ଖର୍ଚ୍ଚରେ ନୂଆ ପ୍ରକାରର ସେଲ ପରୀକ୍ଷଣ କରିଥିବା ଇସ୍ରୋ ପ୍ରକାଶ କରିଛି । ଜାତୀୟ ସ୍ପେସ୍ ଏଜେନ୍ସି କହିଛି ଯେ, ଏହା ବର୍ତ୍ତମାନ ବ୍ୟବହାର ହେଉଥିବା ପାରମ୍ପାରିକ କୋଷଗୁଡ଼ିକ ପାଇଁ ହାଲୁକା ଓଜନ ଏବଂ କମ୍ ମୂଲ୍ୟର ବିକଳ୍ପ ଭାବରେ ୧୦ ଆହା ସିଲିକନ୍-ଗ୍ରାଫାଇଟ୍-ଆନାଡ ଉପରେ ଆଧାର କରି ଏକ ‘ଉଚ୍ଚ ଶକ୍ତି ସାନ୍ଧ୍ରତା ଲି-ଆୟନ ସେଲ୍’ ଡିଜାଇନ୍ କରିଛି ।

Fuel cell payload

ତେବେ ଇସ୍ରୋ ଏକ ବୟାନରେ କହିଛି ଯେ, ଜାନୁୟାରୀ ୧ ତାରିଖରେ ପିଏସଏଲଭି-ସି୫୮ ପରୀକ୍ଷଣ ସମୟରେ ବ୍ୟାଟେରୀ ରୂପରେ ସେଲର ଉଡ଼ାଣ ପରୀକ୍ଷଣ ମଧ୍ୟ ସଫଳତାର ସହ ଶେଷ ହୋଇଛି । ଏହି ସେଲକୁ ଆଗାମୀ ମିଶନ୍ ଗୁଡ଼ିକରେ ବ୍ୟବହାର କରିବା ପାଇଁ ପ୍ରସ୍ତୁତ କରାଯାଇଛି । ଏଥିରେ ୩୫-୪୦ ପ୍ରତିଶତ ବ୍ୟାଟେରୀ ଦ୍ରବ୍ୟମାନ ସଞ୍ଚୟ କରିବା ନେଇ ଆଶା ରହିଛି । ଇସ୍ରୋ କହିଛି ଯେ, ଟେଲିମେଟ୍ରି ମାଧ୍ୟମରେ ବ୍ୟାଟେରୀର ‘ଅନ୍-ଅର୍ବିଟ ଭୋଲଟେଜ୍’, କରେଣ୍ଟ ଏବଂ ତାପମାତ୍ରା ମୂଲ୍ୟ ପ୍ରାପ୍ତ ହୋଇଛି ।

Get real time updates directly on you device, subscribe now.