fbpx

କେଉଁ Website ବ୍ୟବହାର କରୁଛନ୍ତି ଆପଣ… ନଜର ରଖିଛି ଫେସବୁକ: Metaର ଏହି ଫିଚରକୁ ନେଇ ହଙ୍ଗାମା

ନୂଆଦିଲ୍ଲୀ: ନିକଟରେ ଫେସବୁକ ଲଞ୍ଚ କରିଛି ନୂଆ ଫିଚର Link History। ଏହି ଫିଚର ଆପଣଙ୍କ ଫେସବୁକ ଆପ୍ ଜରିଆରେ କ୍ଲିକ କରିଥିବା ସମସ୍ତ ଲିଙ୍କକୁ ଏକ ସ୍ୱତନ୍ତ୍ର ସ୍ଥାନରେ ଷ୍ଟୋର କରି ରଖିଥାଏ । ତେବେ ୟୁଜରମାନଙ୍କୁ ଏହି ଫିଚରକୁ ବନ୍ଦ କରିବା ପାଇଁ ଅପ୍ସନ ମଧ୍ୟ ରହିଛି । କିନ୍ତୁ ଡିଫଲ୍ଟ ଭାବରେ ଲିଙ୍କ ହିଷ୍ଟ୍ରି ଅନ୍ ରହିଥାଏ । ବିଜ୍ଞାପନକୁ ଟାର୍ଗେଟ କରିବା ପାଇଁ ଏହି ଫିଚରର ବ୍ୟବହାର କରାଯିବ । ବର୍ତ୍ତମାନ ଆପଲ ଏବଂ ଗୁଗଲ ଭଳି କମ୍ପାନୀ ପ୍ରାଇଭେସି ଏବଂ ସିକ୍ୟୁରିଟିକୁ ମଜବୁତ କରିବା ଉପରେ ଯୋଜନା କରୁଛନ୍ତି ।

ମେଟା ଲୋକମାନଙ୍କ ଡାଟା ଏକତ୍ର କରିବାର ବିଭିନ୍ନ ନୂଆ ଉପାୟ ଖୋଜିବାରେ ଲାଗିଛି । ଏହି ଅନୁସନ୍ଧାନଗୁଡ଼ିକ ଭିତରୁ ଗୋଟିଏ ହେଉଛି ଏହି ନୂଆ ଫିଚର, ଲିଙ୍କ ହିଷ୍ଟ୍ରି । କମ୍ପାନୀ ଏହାକୁ ଏକ ଉପଯୋଗୀ ଉପକରଣ ଭାବରେ ପ୍ରୋତ୍ସାହନ ଦେଉଛି । ମେଟା ଏହାକୁ ଏକ ଉପକରଣ ବୋଲି କହୁଛି, ଯାହା ଆପଣଙ୍କ ଫେସବୁକ୍ ବ୍ରାଉଜିଂ ଆକ୍ଟିଭିଟିକୁ ଗୋଟିଏ ସ୍ଥାନରେ ସଞ୍ଚୟ କରିବ । ତେବେ ଏହି ନୂଆ ଫିଚର ସାହାଯ୍ୟରେ ୟୁଜର ‘କେବେ ମଧ୍ୟ ଏକ ଲିଙ୍କକୁ ପୁଣିଥରେ ମିସ୍’ କରିପାରିବେ ନାହିଁ ବୋଲି କହିଛି ମେଟା । ଏ ନେଇ ଏକ ପପ୍-ଅପ୍ ମେସେଜ ଜରିଆରେ ୟୁଜରଙ୍କ ପାଖରେ ପହଞ୍ଚାଉଛି ଫେସବୁକ ଏବଂ ୟୁଜରମାନଙ୍କୁ ,ହାକୁ ବ୍ୟବହାର କରିବା ପାଇଁ ପ୍ରୋତ୍ସାହନ କରୁଛି ।

ତେବେ କମ୍ପାନୀର କହିବା ଅନୁସାରେ, ଏହି ଫିଚରକୁ ଅଫ୍ କରିବା ପରେ ଏହା ୟୁଜରଙ୍କ ଲିଙ୍କକୁ ୯୦ ଦିନ ମଧ୍ୟ ରେ ଡିଲିଟ କରିଦେବ । ତେବେ ଏହି ଫିଚର ସମସ୍ତ ୟୁଜରମାନଙ୍କ ପାଇଁ ଉପଲବ୍ଧ ହୋଇ ନଥିବା ଫେସବୁକ ହେଲ୍ପ ପେଜରୁ ଜାଣିବାକୁ ମିଳିଛି । ସମୟକ୍ରମେ ଏହି ପିଚର ସମସ୍ତ ୟୁଜରଙ୍କ ପାଇଁ ଉପଲବ୍ଧ ହୋଇପାରିବ ବୋଲି କମ୍ପାନୀ ସୂଚନା ଦେଇଛି ।

ମେଟା ସର୍ବଦା ବ୍ୟବହାରକାରୀଙ୍କ ତଥ୍ୟକୁ ଟ୍ରାକିଂ କରୁଥିବା ନେଇ ଅଭିଯୋଗ ହୋଇଛି। କିଛି ଦିନ ପୂର୍ବେ, ଆପଲ୍ ଏବଂ ମେଟା ପରସ୍ପର ବିରୁଦ୍ଧରେ ଅନେକ ପୋଷ୍ଟ କରୁଥିବାର ମଧ୍ୟ ଦେଖା ଯାଇଥିଲା । ଏହା ବ୍ୟତୀତ କମ୍ପାନୀ ଅନେକ ଉପାୟରେ ଉପଭୋକ୍ତାମାନଙ୍କ ତଥ୍ୟ ସଂଗ୍ରହ କରିଥାଏ । ୟୁଜର ଫେସବୁକ୍ କିମ୍ବା ଇନଷ୍ଟାଗ୍ରାମରେ ଥିବା ଏକ ଲିଙ୍କରେ କ୍ଲିକ୍ କଲେ, ଏହା ଏକ ସ୍ୱତନ୍ତ୍ର ବ୍ରାଉଜରରେ ଖୋଲିବ, ଯାହା ମେଟା ଆପରେ ନିର୍ମିତ ହୋଇଥାଏ । ତେବେ ଏହା ୟୁଜରଙ୍କ ଫୋନର ନିୟମିତ ବ୍ରାଉଜରରେ ଖୋଲିବ ନାହିଁ ।

Get real time updates directly on you device, subscribe now.