fbpx

ISRO ଲେଖିବ ନୂଆ ଇତିହାସ: ଚନ୍ଦ୍ରଯାନ ପରେ ପ୍ରସ୍ତୁତ ହେଲାଣି ‘ସମୁଦ୍ରଯାନ’

ନୂଆଦିଲ୍ଲୀ: ଚନ୍ଦ୍ରପୃଷ୍ଠର ଦକ୍ଷିଣ ମେରୁରେ ପହଞ୍ଚି ସାରା ଦେଶକୁ ଏକ ଐତିହାସିକ ମୁହୂର୍ତ୍ତ । ଇସ୍ରୋର ଏହି ସଫଳତାକୁ ସାରା ବିଶ୍ୱରେ ପ୍ରଶଂସା ମଧ୍ୟ କରାଯାଇଛି । ଏହାପରେ ଇସ୍ରୋ ଏବେ ଆଉ କତିଛି ବଡ଼ ସଫଳତାକୁ ଆଶା କରିଛି । ଗଗନଯାନକୁ ନେଇ ବଡ଼ ସଫଳତାର ଦ୍ୱାରଦେଶରେ ଥିବା ଇସ୍ରୋ ନୂଆ ମିଶନ୍ ପାଇଁ ମଧ୍ୟ ପ୍ରସ୍ତୁତ ରହିଛି । ମହାକାଶ ବିଜ୍ଞାନରେ ଖୁବ ଅଗ୍ରଣୀ କରିଥିବା ଇସ୍ରୋ ଏବେ ସମୁଦ୍ରର ଗଭୀରତାକୁ ମାପିବା ପାଇଁ ଯୋଜନା କରୁଛି । ସମୁଦ୍ର ଭିତରକୁ ଯାଇ ରିସର୍ଚ୍ଚ କରିବା ପାଇଁ ‘ସମୁଦ୍ରଯାନ’ ଲଞ୍ଚ୍ କରିବା ପାଇଁ ପ୍ରସ୍ତୁତ ହେଉଛି ଇସ୍ରୋ ।

ପୃଥିବୀ ବିଜ୍ଞାନ ମନ୍ତ୍ରୀ ରିଜିଜୁ ସୂଚନା ଦେଇଛନ୍ତି ଯେ, ଆସନ୍ତାବର୍ଷ ସୁଦ୍ଧ ସମୁଦ୍ର ଅଧ୍ୟନ କରିବା ପାଇଁ ନିଜର ବୈଜ୍ଞାନିକମାନଙ୍କୁ ସମୁଦ୍ର ଗଭୀରତାର ୬ କି.ମି ଗଭୀରକୁ ପଠାଇବା ପାଇଁ ସକ୍ଷମ ହୋଇପାରିବ । ଗଭୀର ସମୁଦ୍ରକୁ ଯିବାକୁ ସକ୍ଷମ ‘ମତ୍ସ୍ୟ ୬୦୦୦’ ସମ୍ବନ୍ଧୀୟ କାର୍ଯ୍ୟ ସଠିକ ଭାବରେ ଜାରି ରହିଛି । ତେବେଚଳିତବର୍ଷ ଶେଷ ସୁଦ୍ଧା ,ହାର ପରୀକ୍ଷଣ କରାଯିବ ବୋଲି ରିଜିଜୁ ସୂଚନା ଦେଇଛନ୍ତି । ଏହି ‘ସମୁଦ୍ରଯାନ’ ମନୁଷ୍ୟକୁ ସମୁଦ୍ରର ୬୦୦୦ ମିଟର ଗଭୀରକୁ ନେଇପାରିବ ବୋଲି ପ୍ରକାଶ କରିଛନ୍ତି ପୃଥିବୀ ମନ୍ତ୍ରୀ ରିଜିଜୁ ।

ରିଜିଜୁ କହିଛନ୍ତି ଯେ, ସମୁଦ୍ରଯାନ ଅର୍ଥାତ୍ ୬୦୦୦ ମିଟର ଗଭୀର ଜଳ ରାଶିକୁ ପ୍ରବେଶ କରିବା ନେଇ ଆଳୋଚନା କରାଯାଏ । ବର୍ତ୍ତମାନ ପର୍ଯ୍ୟନ୍ତ ଏହା ଅସମ୍ଭବ ସଦୃଶ ରହିଥିଲା । କିନ୍ତୁ ଖୁବଶୀଘ୍ର ଇସ୍ରୋ ଏହାକୁ ସତ୍ୟତାରେ ପରିଣତ କରିବାକୁ ଯାଉଛି । ତେବେ ୨୦୨୫ ଶେଷ ସୁଦ୍ଧା ମନୁଷ୍ୟକୁ ୬୦୦୦ ମିଟରରୁ ଅଧିକ ଗଭୀର ସମୁଦ୍ରକୁ ପଠାଇବା ପାଇଁ ସକ୍ଷମ ହୋଇପାରିବ ଇସ୍ରୋ । ୨୦୨୧ ମସିହାରେ ଆରମ୍ଭ ହୋଇଥିବା ‘ମିଶନ୍ ସମୁଦ୍ରଯାନ’ ଏବେ ଅନ୍ତିମ ପର୍ଯ୍ୟାୟକୁ ଗତି କରୁଛି । ଏହି ମିଶନ୍ ଜରିଆରେ ‘ମତ୍ସ୍ୟ ୬୦୦୦’ର ଉପଯୋଗ କରି ଚାଳକ ଦଳକୁ ମଧ୍ୟ ହିନ୍ଦ ମହାସାଗରରେ ୬୦୦୦ ମିଟର ଗଭୀର ପର୍ଯ୍ୟନ୍ତ ପହଞ୍ଚି ପାରିବ । ଏହାଦ୍ୱାରା ଚାଳକ ଦଳର ୩ ଜଣ ସଦସ୍ୟଙ୍କୁ ସମୁଦ୍ର ପତନକୁ ଅଧ୍ୟୟନ ପାଇଁ ପଠାଯିବ ।

Get real time updates directly on you device, subscribe now.