fbpx

ମୟୁର ଅଣ୍ଡା ସହ ଲାଗିବା ଯୁବତୀଙ୍କୁ ପଡିଗଲା ମହଙ୍ଗା, ଦେଖନ୍ତୁ ଭିଡିଓ

ମଣିଷ ହୁଅନ୍ତୁ କି ପଶୁ ପକ୍ଷୀ । ଗୋଟିଏ ମା ତା ଛୁଆର ସୁରକ୍ଷା ପାଇଁ କିଛି କରିବାକୁ ସାହସ ରଖିଥାଏ । ଛୁଆର ମଙ୍ଗଳ ପାଇଁ ଜୀବନ ଦେବାକୁ କୁଣ୍ଠାବୋଧ କରେନି । ଆଉ ଦରକାର ପଡିଲେ ଦୁନିଆର ସବୁ ଶକ୍ତି ସହ ଲଢିଯିବାର ସାହସ ରଖିଥାଏ ଗୋଟିଏ ମାଆ । ସେହିଭଳି ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ନିଜ ଅଣ୍ଡାଗୁଡିକୁ ସୁରକ୍ଷିତ ରଖିବା ପାଇଁ ଜଣେ ଯୁବତୀଙ୍କ ଉପରକୁ ଆକ୍ରମଣ କରିଛି ଏହି ମୟୁରଟି ।

ଭିଡିଓରେ ଦେକିବାକୁ ମିଳିଛି ଯେ, ମୟୁରଟିଏ ତାର ଅଣ୍ଡା ଉପରେ ବସିରହିଛି । କିନ୍ତୁ ସେହି ସମୟରେ ଅଣ୍ଡା ଚୋରି କରିବା ପାଇଁ ସେଠାରେ ପହଞ୍ଚି ଯାଆନ୍ତି ଜଣେ ଯୁବତୀ ି । ମୟୁରୀକୁ ଅଣ୍ଡା ଉପରୁ ଉଠାଇ ଦୂରକୁ ଫିଙ୍ଗି ଦେବା ପରେ ଚଟାପଟ ଅଣ୍ଡାଗୁଡିକୁ ଏକାଠି କରି ନେଇଯିବାକୁ ଚେଷ୍ଟା କରୁଥିଲେ । କିନ୍ତୁ ଏଠି କେମିତି ଏତେ ଶୀଘ୍ର ହାର ମାନିଯିବ ମାଆ ମୟୁରୀ । ଯୁବତୀଙ୍କୁ ପାଲଟା ଆକ୍ରମଣ କରି ଅଣ୍ଡାଗୁଡିକୁ ସୁରକ୍ଷା ଦେବାକୁ ମା ମୟୁରୀ ଚେଷ୍ଟା କରିଛି । ଯୁବତୀଙ୍କୁ ଝାମ୍ପ ମାରି ତଳକୁ ଗଡାଇ ଦିଏ ଏବଂ ଅଣ୍ଡା ଚୋରି ପାଇଁ ଶାସ୍ତି ଦେଇଛି ମୟୁରୀ ।

ତେବେ ଏଭଳି ଶାସ୍ତି ପାଇବା ପରେ ମହିଳା ଜଣକ ଏହାପରେ ଅଣ୍ଡା ଚୋରୀ କରିବାକୁ କେବେବି ସାହସ କରିବେନି । ନେଟିଜିନିସ ବି ଏହା ଦେଖି ଖୁବ କ୍ରୋଧ କରିବା ସହ କମେଣ୍ଟ ମାଧ୍ୟମରେ ନିଜ ଅସନ୍ତୋଷ ଜାହିର କରିଛନ୍ତି । ଟ୍ୱିଟରରେ ଏହି ଭିଡିଓ ଅପଲୋଡ ହେବା ପରେ କୁବ ଭାଇରାଲ ହେବାରେ ଲାଗିଛି । ଅନେକ ଲୋକ ଏହାର ମଜା ନେବା ସହ ପସନ୍ଦ ମଧ୍ୟ କରିଛନ୍ତି ।

Get real time updates directly on you device, subscribe now.