fbpx

୪ବର୍ଷ ହେଲାଣି ବ୍ରେକ ନେଇଥିଲେ ଶାହାରୁଖ, ସାକ୍ଷାତକାରରେ କହିଲେ କାରଣ

ମୁମ୍ବାଇ: ବଲିଉଡ଼ କିଙ୍ଗ ଖାନ ଅର୍ଥାତ ଶାହାରୁଖ ଖାନ ନିଜର ବାଦଶାହା ଦେଖାଇବା ପାଇଁ ପୁଣିଥରେ ବଡ଼ ପରଦାକୁ ଫେରିଛନ୍ତି । ତେବେ ଦୀର୍ଘ ୪ବର୍ଷ ହେବ ଶାହାରୁଖ ଖାନ ବଡ଼ ପରଦା ଠାରୁ ଦୂରରେ ଥିଲେ । ପଠାନ ଓ ଜବାନ ଭଳି ଫିଲ୍ମ ମାଧ୍ୟମରେ କମବ୍ୟାକ କରୁଛନ୍ତି କିଙ୍ଗଖାନ । ଏହା ପଛରେ ଥିବା କାରଣକୁ ସେ ଲୋକ ଲୋଚନକୁ ଆଣିଛନ୍ତି ।ଶାହାରୁଖ ଖାନ ଆଗକୁ ଆସୁଥିବା ଫିଲ୍ମକୁ ନେଇ ଅନେକ ଚର୍ଚ୍ଚାରେ ଅଛନ୍ତି । ଶାହାରୁକ ଆକ୍ଟର ରେଡ୍ ସି-ଇଣ୍ଟରନାସନାଲ ଫେଷ୍ଟିଭାଲରେ ଯୋଗ ଦେଇଥିଲେ । ଏବଂ ସେଠାରେ ସେ ଡୋଡ୍ ଲାଇନ ସାଙ୍ଗରେ କଥାବର୍ତ୍ତା ସମୟରେ କହିଛନ୍ତି ଯେ, ‘ମୁଁ ମୋ ଝିଅ ସୁହାନା ପାଇଁ ବ୍ରେକ ନେଇଥିଲି ।

ସୁହାନା ନ୍ୟୁୟର୍କ ପଢିବା ପାଇଁ ଯାଇଛି, ତା ଫୋନ କଲକୁ ଅପେକ୍ଷା କରିକରି ୮ମାସ ହୋଇଗଲା । ଏହାକୁ ନେଇ ମୁଁ କୌଣସି ଫିଲ୍ମ ସାଇନ କରୁନଥିଲି । କାରଣ ମୁଁ ଭାବୁଥିଲି ସୁହାନା ମୋତେ ଫୋନ କରିବ । ଗୋଟେ ଦିନ ମୁଁ ସୁହାନାକୁ ଫୋନ କରିଲି ଏବଂ ପଚାରିଲି ମୁଁ ବର୍ତ୍ତମାନ ଫିଲ୍ମ କରିପାରିବି? ଝିଅ ଉତ୍ତର ଦେଇଥିଲା ଯେ, ତୁମେ କାମ କାହିଁକି କରୁନ? ଉତ୍ତରରେ କହିଲି, ମୁଁ ଭାବୁଥିଲି ତୁମେ ନ୍ୟୁୟର୍କରେ ଏକୁଟିଆ ଅନୁଭବ କରି ମୋତେ ଫୋନ କରିବ ।’

ଶାହାରୁଖ ଖାନ ନିଜ ଝିଅ ଚିନ୍ତାରେ ଚାରି ବର୍ଷ କାମ କରି ନଥିଲେ । ସେ ଏହା ଭାବୁଥିଲେ ଯେ, ଯଦି ସୁହାନା ଘରକୁ ମିସ କରୁଥିବ ତେବେ ସେ ଝିଅ ପାଖକୁ ପଳାଇଥାନ୍ତେ । ଏଠାରେ କାମ ଏବଂ ସୁଟିଙ୍ଗ ଆସିବ ବୋଲି ସେ ଦୀର୍ଘ ୪ବର୍ଷ ବ୍ରେକ ନେଇଥିଲେ ।
ଅନ୍ୟ ଏକ ଇଣ୍ଟରଭ୍ୟୁରେ ଶାହାରୁକ ଖାନ କହିଛନ୍ତି ଯେ, ଆସନ୍ତା ୧୦ ବର୍ଷରେ ମୁଁ କେବଳ ଆକ୍ସନ ଫିଲ୍ମ କରିବି । ମିଶନ ଇମ୍ପପସିବଲ ଭଳି ଟପ ଆକ୍ସନ ମୁଭିରେ କାମ କରିବାକୁ ଚାହୁଁଛି । ତେବେ ଏହି ଚାରି ବର୍ଷ ବ୍ରେକ ପରେ ଶାହାରୁଖ ବର୍ତ୍ତମାନ ଜବାନ ଏବଂ ପଠାନ ପରି ଫିଲ୍ମ ଜରିଆରେ ବଡ଼ ପରଦାକୁ ଫେରୁଛନ୍ତି ।

Get real time updates directly on you device, subscribe now.