fbpx

(Video) ଚାଲାଣ କଟୁଥିବା ଦେଖି ପରିବା ବିକାଳୀ ପିନ୍ଧିଲେ ହେଲମେଟ୍: ପଚାରିବାରୁ ମିଳିଲା ଏପରି ମଜାଦାର ଉତ୍ତର

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ବେଳେବେଳେ ଏପରି ଭିଡିଓ ନଜର ଆସିଥାଏ, ଯାହାକୁ ଦେଖି ଆପଣ ନିଜ ହସକୁ କଣ୍ଟ୍ରୋଲ କରିପାରନ୍ତି ନାହିଁ । ଏବେ ଜଣେ ପରିବା ବିକାଳୀଙ୍କ ମଜାଦାର ଭିଡିଓ ଅଲଗା ଅଲଗା ପ୍ଲାଟଫର୍ମରେ ଭାଇରାଲ ହେବାରେ ଲାଗିଛି । ଏଥିରେ ସେ ଟ୍ରାଫିକ୍ ପୋଲିସକୁ ଚାଲାଣ କାଟୁଥିବାର ଦେଖି ହେଲମେଟ ପିନ୍ଧିଥିଲେ । କିନ୍ତୁ ଭିଡିଓରେ ୩ ସେକେଣ୍ଡରେ ଯାହା ହେଲା, ତାହାକୁ ଦେଖି ଆପଣ ହସି ହସି ଗଡ଼ିଯିବେ ।

ସାମ୍ନାକୁ ଆସିଥିବା ଭିଡିଓରେ ଦେଖିବାକୁ ମିଳିଛି କି, ରାସ୍ତାରେ ଟ୍ରାଫିକ୍ ନିୟମ ମାନୁନଥିବା ଲୋକଙ୍କର ପୋଲିସ ଚାଲାଣ କାଟୁଛି । ଟ୍ରାଫିକ ପୋଲିସଠାରୁ କିଛି ଦୂରରେ ଜଣେ ପରିବା ବିକାଳୀ ଠିଆ ହୋଇଛନ୍ତି । ବାଇକ ଚାଳକଙ୍କର ଚାଲାଣ କାଟିବା ଦେଖି ସେ ଏତେ ଡରିଯାଇଥିଲେ କି ନିଜେ ତୁରନ୍ତ ଏକ ହେଲମେଟ ଲଗାଇଦେଇଥିଲେ । ସେଠାରେ ଥିବା ପୋଲିସ ଏସବୁ ଦେଖି ମଧ୍ୟ ଆଶ୍ଚର୍ଯ୍ୟ ହୋଇଥିଲେ । ସେତିକିବେଳେ ଜଣେ ପୋଲିସ କର୍ମଚାରୀ ତାଙ୍କ ପାଖକୁ ଯାଇ କିଛି ପ୍ରଶ୍ନ କରିଥିଲେ ।

ପୋଲିସ କର୍ମଚାରୀ ତାଙ୍କୁ ଆଶ୍ୱସନା ଦେଇଥିଲେ ଓ ହେଲମେଟ କାଢ଼ିବାରୁ ଚାଲାଣ କଟିବନି ବୋଲି କହିଥିଲେ । ବ୍ୟକ୍ତି କିଛି ସମୟ ପରେ ହେଲମେଟ କାଢ଼ିଥିଲେ । ପଚାରିବାରୁ ସେ କହିଥିଲେ ଯେ, ‘ମୁଁ ଭାବିଲି ହେଲମେଟ ପିନ୍ଧିଦିଏ, କାହିଁକି ନା ପୋଲିସ ଭାଇମାନେ ଆଗରେ ଅଟକାଇ ଦେବେ । କାହିଁକି ସମସ୍ତଙ୍କୁ ଯିବାକୁ ଦିଆଯାଉ ନାହିଁ । ଏହା ପରେ ପୋଲିସ କହିଥିଲେ ଯେ, ‘କେବଳ ୨ ଚକିଆ ଯାନକୁ ରୋକାଯାଉଛି, ୪ ଚକିଆ ଯାନକୁ ନୁହେଁ । ଆପଣଙ୍କୁ ହେଲମେଟ୍ ପିନ୍ଧିବାର ଆବଶ୍ୟକତା ନାହିଁ, କେବଳ ରାସ୍ତା କଡ଼ରେ ଯିବାର ଅଛି ।’

 

View this post on Instagram

 

A post shared by Bhutni_ke (@bhutni_ke_memes)

Get real time updates directly on you device, subscribe now.