fbpx

ହାଇ କୋଲେଷ୍ଟ୍ରଲକୁ ନେଇ ଚିନ୍ତିତ କି ? ପ୍ରତ୍ୟେକ ଦିନ ସେବନ କରନ୍ତୁ ଏହି ୪ଟି ଜୁସ୍ , ରୋଗର ରହିବନି ଟେନସନ୍

ବଦଳୁଥିବା ଲାଇଫଷ୍ଟାଇଲ ଯୋଗୁଁ ଖାଦ୍ୟ-ପେୟ ମଧ୍ୟ ବଦଳିବାରେ ଲାଗିଛି । ଲୋକମାନେ ଜଲଦୀ କାମ ସାରିବା ଚକ୍କରରେ ସୁସ୍ଥ ଖାଇବା ଛାଡ଼ି ଜଙ୍କ ଫୁଡ଼ ଖାଇବାରେ ଲାଗିଛନ୍ତି । ଏହା ଫଳରେ ଅଳ୍ପ ବୟସରେ ଲୋକମାନେ ବିଭିନ୍ନ ପ୍ରକାର ରୋଗର ଶିକାର ହେଉଛନ୍ତି । ଏଥିସହିତ ଶରୀରରେ କୋଲେଷ୍ଟ୍ରଲର ମାତ୍ରା ମଧ୍ୟ ବୃଦ୍ଧି ପାଉଛି । ତେବେ କୋଲେଷ୍ଟ୍ରଲର ମାତ୍ରା ବଢିବା ଦ୍ୱାରା ହୃଦଘାତ, ଉଚ୍ଚ ରକ୍ତଚାପ ଏବଂ ଷ୍ଟ୍ରୋକ ପରି ରୋଗ ସୃଷ୍ଟି କରେ । ଏପରି ପରିସ୍ଥିତିରେ କିଛି ସ୍ଥାସ୍ଥ୍ୟ ସମ୍ବନ୍ଧୀୟ ଟିପ୍ସ ଆପଣାନ୍ତୁ, ଯାହାକୁ ପାଳନ କରିବା ଦ୍ୱାରା ଆପଣ କୋଲେଷ୍ଟ୍ରଲକୁ ନିୟନ୍ତ୍ରଣ କରିପାରିବେ ।

ତେବେ ଶରୀରରେ କୋଲେଷ୍ଟ୍ରଲକୁ ନିୟନ୍ତ୍ରଣରେ ରଖିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏଭଳି ପରିସ୍ଥିତିରେ ଏପରି କିଛି ଜୁସ୍ ଅଛି, ଯାହାକୁ ପ୍ରତିଦିନ ସେବନ କରିବା ଦ୍ୱାରା ଆପଣଙ୍କ ଶରୀରରେ ଥିବା କୋଲେଷ୍ଟ୍ରଲ ମାତ୍ରା ନିୟନ୍ତ୍ରଣରେ ରହିଥାଏ । ଏଥିସହିତ ଏହା ଶରୀରକୁ ସୁସ୍ଥ ରଖେ । ବର୍ତ୍ତମାନ ଆସନ୍ତୁ ଜାଣିବା ଏହି ୪ଟି ଜୁସ୍ ବିଷୟରେ…

ଓଟ୍ସ ଜୁସ୍(Oats Drink): ନିଜ ଶରୀରକୁ ସୁସ୍ଥ ରଖିବା ପାଇଁ ଏବଂ ଶରୀରରେ ହାଇ କୋଲେଷ୍ଟ୍ରଲକୁ ନିୟନ୍ତ୍ରଣ କରିବା ପାଇଁ ଓଟ୍ସ ଜୁସ୍ ସେବନ କରନ୍ତୁ । କାରଣ ଏଥିରେ ଥିବା ବିଟା-ଗ୍ଲୁକେନ୍ସ ହାଇ କୋଷ୍ଟ୍ରେଲକୁ ନିୟନ୍ତ୍ରଣ କରିଥାଏ । ଏଥିସହିତ ଏହା ଶୀଘ୍ର ହଜମ ହୋଇଥାଏ । ଯାହାଫଳରେ ପୋଟରେ ଜମାଥିବା ବର୍ଜ୍ୟବସ୍ତୁ ମଧ୍ୟ ସଫା ହୋଇଯାଏ । ତେଣୁ ଯେଉଁମାନଙ୍କୁ କୋଲେଷ୍ଟ୍ରଲ ଜନିତ ସମସ୍ୟା ଅଛି ସେମାନେ ପ୍ରତ୍ୟେକ ଦିନ ଏହି ଓଟ୍ସ ଜୁସ୍ ସେବନ କରନ୍ତୁ ।

ସୋୟାମିଲ୍କ(Soya Milk): ପ୍ରତିଦିନ ସୋୟା ମିଲ୍କ ସେବନ କରିବା ଦ୍ୱାରା ହୃଦଘାତର ଆଶଙ୍କା ବହୁ ପରିମାଣରେ କମିଯାଏ । କାରଣ ଏଥିରେ କମ୍ ସନ୍ତୁଳିତ ଚର୍ବି ଥାଏ, ଯାହା ସାଚୁରେଟେଡ୍ ଫ୍ୟାଟ୍ କମାଇବାରେ ସାହାଯ୍ୟ କରେ । ଫଳରେ ଶରୀରରେ କୋଲେଷ୍ଟ୍ରଲର ମାତ୍ରା ମଧ୍ୟ କମିଥାଏ । ତେଣୁ ଯେଉଁମାନଙ୍କର ହାଇ କୋଲେଷ୍ଟ୍ରଲ କିମ୍ବା ହୃଦଘାତ ଜନିତ ସମସ୍ୟା ଅଛି ସେମାନେ ପ୍ରତ୍ୟେକ ଦିନ ଏହି ସୋୟା ମିଲ୍କକୁ ସେବନ କରିବା ଉଚିତ୍ । ତେବେ ଏହି ସୋୟା ମିଲ୍କ ସୋୟାବିନରୁ ପ୍ରସ୍ତୁତହୋଇଥାଏ । ଯାହା ପ୍ରାୟତଃ ମଧ୍ୟପ୍ରଦେଶର ମାଲୱା ଅଞ୍ଚଳରେ ଚାଷ କରାଯାଏ ।

ବେରୀଜୁସ୍(berry Juice): ବେରୀରେ ପ୍ରଚୁର ପରିମାଣରେ ଫାଇବର ଏବଂ ଆଣ୍ଟି-ଅକ୍ସିଡାଣ୍ଟ ରହିଥାଏ । ଯାହା କୋଲେଷ୍ଟ୍ରଲ ସ୍ତରକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ । ଏଥିସହିତ ଅନ୍ୟାନ୍ୟ ରୋଗକୁ ମଧ୍ୟ ନିୟନ୍ତ୍ରଣ କରିଥାଏ । ତେବେ ଏହାକୁ ପ୍ରତ୍ୟେକ ଦିନ ସେବନ କରିବା ଦ୍ୱାରା ଏହାମସ୍ତିଷ୍କର ନ୍ୟୁରାନ୍ସଗୁଡିକୁ ସକ୍ରିୟ କରିଥାଏ, ଯେଉଁ କାରଣରୁ ହାଇ କୋଲେଷ୍ଟ୍ରଲ ସନ୍ତୁଳିତ ରହେ ।ତେବେ ଏହି ବେରୀ ଜୁସ୍ କୁ ସେବନ କରିବା ଦ୍ୱାରା ଚେହେରାରେ ମଧ୍ୟ ଗ୍ଲୋ ବା ଚମକ ଆସିଥାଏ ।

ଟମାଟୋ ଜୁସ୍(Tamato juice): ଶରୀରରେ କୋଷ୍ଟ୍ରେଲର ସ୍ତରକୁ ନିୟନ୍ତ୍ରଣ କରିବା ପାଇଁ ଟମାଟୋ ଜୁସ୍ ଖୁବ ଲାଭଦାୟକ । କାରଣ ଏଥିରେ ଲାଇକୋପିନ୍ ନାମକ ଏକ ଉପାଦାନ ରହିଥାଏ । ଯାହାକି ଖରାପ କୋଲେଷ୍ଟ୍ରୋଲକୁ ହ୍ରାସ କରିବାରେ ସାହାଯ୍ୟ କରେ ଏବଂ ଲିପିଡ ସ୍ତରକୁ ମଧ୍ୟ ଉନ୍ନତ କରିଥାଏ । ତେଣୁ ଆପଣଙ୍କର ଯଦି ହାଇ କୋଲେଷ୍ଟ୍ରଲ ସମସ୍ୟା ଥାଏ ତେବେ ପ୍ରତ୍ୟେକ ଦିନ ଆପଣ ଏକ ଗ୍ଲାସ ଟମାଟୋ ଜୁସ୍ ସେବନ କରନ୍ତୁ ।

Get real time updates directly on you device, subscribe now.