‘ଖରା ହେଉଛି, ବର୍ଷା ହେଉଛି; ବିଲୁଆ ନନା ବାହା ହେଉଛି’- ରାଜଧାନୀରେ ଖରା ସାଙ୍ଗକୁ ବର୍ଷା

ଭୁବନେଶ୍ୱର: (ଓଡ଼ିଶା ଭାସ୍କର)  ଓଡ଼ିଆରେ ଏକ ଲୋକ କଥା ଅଛି- ଖରା ହେଉଛି, ବର୍ଷା ହେଉଛି; ବିଲୁଆ ନନା ବାହା ହେଉଛି । ଠିକ୍ ସେହିପରି ଆଜି ଅପରାହ୍ଣରେ ରାଜଧାନୀ ଭୁବନେଶ୍ୱରରେ ଘଟିଛି । ରାଜଧାନୀରେ ଖରା ସାଙ୍ଗକୁ ବର୍ଷା ହୋଇଛି । ହଠାତ୍ ଅକାଶରେ କଳା ବାଦଲ ଆସିଥିଲା ଆଉ ବର୍ଷା ହୋଇଥିଲା ।

ହେଲେ ସବୁଠୁ ଆଶ୍ଚର୍ଯ୍ୟର କଥା ଯେ ଏକା ସାଙ୍ଗରେ ଖରା-ବର୍ଷା ହେଉଥିଲା । କିଛି ସମୟ ପାଇଁ ଲୋକ ଭାବିଲେ ସଙ୍ଗେ ସଙ୍ଗେ ବର୍ଷା ଛାଡ଼ିଯିବ । ହେଲେ ଅନେକ ସମୟ ଧରି ଏପରି ଖରା-ବର୍ଷା ହୋଇଥିଲା । ଯେଉଥି ପାଇଁ ଯିବା ଆସିବାରେ ବହୁତ ସମସ୍ୟା ଦେଖା ଦେଇଥିଲା । ବିଭିନ୍ନ ସ୍ଥାନରେ ବାଇକ୍ ଚାଳକ ଅପେକ୍ଷା କରିଥିଲେ ।

ସେପଟେ କିନ୍ତୁ ପୁରା ଭୁବନେଶ୍ୱର ସହରଟାକୁ ଭିଜୋଉଥିଲା ବର୍ଷା । ବହୁତ ଲୋକ ଭ୍ରମରେ ରହିଥିଲେ । ଏପରି ଜାଗତିକ ଘଟଣାକୁ ନେଇ ବିଭିନ୍ନ ପ୍ରତିକ୍ରିୟା ରଖିଛନ୍ତି ରାଜଧାନୀବାସୀ । ଅନେକ ସମୟ ଧରି ବର୍ଷିବା ପରେ ବର୍ଷା ଛାଡ଼ିଥିଲା । ସ୍ୱଭାବିକ ହୋଇଥିଲା ଲୋକଙ୍କ ଯାତାୟତ । କହିବାତୁ ଗଲେ ଏପରି ଦୃଶ୍ୟ ଖୁବ କୋଚିତ୍ ଦେଖିବାକୁ ମିଳେ ।

Get real time updates directly on you device, subscribe now.