fbpx
BJD
BJD SKY
BJD SKY

ପରସ୍ପରର ପ୍ରେମରେ ପାଗଳ ଦୁଇ ସ୍ନାତକ ଛାତ୍ରୀ ପହଞ୍ଚିଲେ କୋର୍ଟ, ମିଳିଲା ଏପରି ରାୟ

BJD

ନୂଆଦିଲ୍ଲୀ: ହରିୟାଣା କରନାଲରେ ପ୍ରଥମଥର ଏକ ସମଲିଙ୍ଗୀ ଯୋଡିକୁ କୋର୍ଟ ପକ୍ଷରୁ ଲିଭ୍ ଇନ୍ ରିଲେସନସିପ୍‌ରେ ସୁରକ୍ଷା ଦିଆଯାଇଛି । ଏହି ଦୁଇଜଣ ହେଉଛନ୍ତି ଯୁବତୀ । ଯୁବତୀଙ୍କ ଏପରି ପଦକ୍ଷେପକୁ ନେଇ ସେମାନଙ୍କ ପରିବାର ଲୋକେ ବହୁତ କ୍ରୋଧରେ ଥିଲେ । ଏହି କାରଣରୁ ସେମାନେ ସୁରକ୍ଷା ଦାବୀ କରିଥିଲେ ।

ଆଡଭୋକେଟ୍ ମୁକେଶ ଗର୍ଗ ଏହି ଯୁବତୀଙ୍କ ପକ୍ଷରୁ କୋର୍ଟରେ ଯାଚିକା ଦାୟର କରିଥିଲେ ଓ କୋର୍ଟ ସୁରକ୍ଷା ଦେଇ ଉଭୟଙ୍କୁ ଘରକୁ ପଠାଇ ଦେଇଥିଲେ । ତେବେ ଏହି ଯୁବତୀଙ୍କର ପରିଚୟ ଫେସବୁକ୍‌ରୁ ହୋଇଥିଲା । ଆଡଭୋକେଟ୍ ମୁକେଶ କହିଛନ୍ତି କରନାଲ ଅଞ୍ଚଳର ୨୨ ବର୍ଷୀୟା ଯୁବତୀ ଏବେ ସ୍ନାତକ ଦ୍ୱିତୀୟ ବର୍ଷ ଛାତ୍ରୀ । ପାନିପଥର ଏକ ଗ୍ରାମରେ ଅନ୍ୟ ଜଣେ ୨୩ ବର୍ଷୀୟା ଯୁବତୀଙ୍କ ଘର । ସେ ସ୍ନାତକ ପ୍ରଥମ ବର୍ଷ ପରୀକ୍ଷା ଦେବା ପରେ କରନାଲର ବର୍ଗର କିଙ୍ଗ ଆଉଟଲେଟ୍‌ରେ ଜବ୍ କରୁଛନ୍ତି ।

ଉଭୟ ପରସ୍ପରକୁ ବହୁତ ପସନ୍ଦ କରିଥାନ୍ତି । ଏଣୁ ଏମାନେ ଏକତ୍ର ରହିବା ପାଇଁ ନିଷ୍ପତ୍ତି ନେଇଥିଲେ । କିନ୍ତୁ ସମାଜର ରୀତି ନୀତି ଓ ପ୍ରକୃତିର ବିପରୀତ ଯାଇ ଏପରି ପଦକ୍ଷେପ ନେବା ଉଭୟଙ୍କ ଲାଗି ସହଜ ନ ଥିଲା । ସେମାନେ ଏହି ଆହ୍ୱାନକୁ ସ୍ୱୀକାର କରିଥିଲେ ଓ ସୁରକ୍ଷା ଲାଗି କୋର୍ଟର ଦ୍ୱାରସ୍ଥ ହୋଇଥିଲେ ।

ଉଭୟ ଆଡଭୋକେଟ୍ ମୁକେଶ ଗର୍ଗଙ୍କୁ ଭେଟିଥିଲେ ଓ ପୁରା କାହାଣୀ ସେମାନଙ୍‌କୁ କହି କୋର୍ଟରୁ ସୁରକ୍ଷା ବ୍ୟବସ୍ଥା କରାଇ ଦେବାକୁ ନିବେଦନ କରିଥିଲେ । ଏହାପରେ ଫେବୃୟାରୀ ୧୬ରେ ସେସନ ଜଜ୍ ଚନ୍ଦ୍ରଶେଖରଙ୍କ କୋର୍ଟରେ ସୁରକ୍ଷା ପାଇଁ ଯାଚିକା ଦାୟର କରାଯାଇଥିଲା ଓ ସନ୍ଧ୍ୟାରେ ହିଁ ସେମାନଙ୍କୁ ସୁରକ୍ଷା ମିଳି ଯାଇଥିଲା । ମାମଲାର ଶୁଣାଣୀ ସମୟରେ ବିଚାରପତି ଦୁଇ ଯୁବତୀଙ୍କୁ ପଚାରିଥିଲେ କି ତୁମେ ଦୁଇ ଜଣ ଲିଭ୍ ଇନ୍‌ରେ କାହିଁକି ରହିବାକୁ ଚାହୁଁଛ । ଏହି ସମୟରେ ଉଭୟ ଉତ୍ତର ଦେଇଥିଲେ କି ସେମାନେ ପରସ୍ପରକୁ ପସନ୍ଦ କରୁଛନ୍ତି ।

Get real time updates directly on you device, subscribe now.