fbpx

ହସ୍ପିଟାଲରୁ ଡିସଚାର୍ଜ ହେଲେ ପ୍ରିୟଙ୍କା ଗାନ୍ଧୀ: ଖରାପ ସ୍ୱାସ୍ଥ୍ୟ କାରଣରୁ ଚିକିତ୍ସା ନିମନ୍ତେ ଭର୍ତ୍ତି ହୋଇଥିଲେ

ନୂଆଦିଲ୍ଲୀ: କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀଙ୍କୁ ନେଇ ଆସିଛି ଏକ ଆଶ୍ୱିସ୍ତିକର ଖବର । ଖରାପ ସ୍ୱାସ୍ଥ୍ୟ କାରଣରୁ ଦୁଇଦିନ ପୂର୍ବରୁ ମେଡିକାଲରେ ଭର୍ତ୍ତି ହୋଇଥିବା ପ୍ରିୟଙ୍କା ଆଜି ଡିସଚାର୍ଜ ହୋଇଛନ୍ତି । ପ୍ରିୟଙ୍କାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବା ଫଳରେ ତାଙ୍କୁ ଦିଲ୍ଲୀର ସାର୍ ଗଙ୍ଗାରାମ ହସ୍ପିଟାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଥିଲା । ତେବେ ଚିକିତ୍ସା ପରେ ତାଙ୍କୁ ଆଜି ହସ୍ପିଟାଲରୁ ଡିସଚାର୍ଜ କରି ଦିଆଯାଇଥିବା ଜଣାପଡ଼ିଛି ।

ଏହା ପୂର୍ବରୁ ଗତ ୧୬ ତାରିଖରେ ପ୍ରିୟଙ୍କାଙ୍କ ସ୍ୱାସ୍ଥ୍ୟ ବିଗିଡ଼ିବାରୁ ତାଙ୍କୁ ଦିଲ୍ଲୀର ସାର ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏନେଇ ପ୍ରିୟଙ୍କା ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଏକ୍ସ’ରେ ସୂଚନା ଦେଇଥିଲେ । ଖରାପ ସ୍ୱାସ୍ଥ୍ୟ କାରଣରୁ ପ୍ରିୟଙ୍କା ଉତ୍ତରପ୍ରଦେଶରେ ଭାରତ ଯୋଡ଼ ନ୍ୟାୟ ଯାତ୍ରାରେ ସାମିଲ ହେବା ପୂର୍ବରୁ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିଲା । ନ୍ୟାୟ ଯାତ୍ରାରେ ସାମିଲ ହେବା ପାଇଁ ସେ ଆଗ୍ରହର ସହ ଅପେକ୍ଷା କରି ରହିଥିବା ବେଳେ ଖରାପ ସ୍ୱାସ୍ଥ୍ୟ କାରଣରୁ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ବୋଲି ପ୍ରିୟଙ୍କା ପୋଷ୍ଟ କରି ସୂଚନା ଦେଇଥିଲେ ।

Get real time updates directly on you device, subscribe now.