fbpx
BJD
BJD SKY
BJD SKY

ବାହା ହେଲେ Devon Ke Dev…Mahadevର ପାର୍ବତୀ ଅଭିନେତ୍ରୀ ସୋନାରିକା ଭଦୁରିଆ

BJD

ମୁମ୍ବାଇ: ଦେବୋଁ କେ ଦେବ ମହାଦେବରେ ମାତା ପାର୍ବତୀଙ୍କ ଭୂମିକାରେ ଅଭିନୟ କରିଥିବା ଚର୍ଚ୍ଚିତ ଅଭିନେତ୍ରୀ ସୋନାରିକା ଭଦୁରିଆଙ୍କ ବିବାହ ହୋଇଛି। ଦୀର୍ଘଦିନର ପ୍ରେମିକ ବିକାଶ ପରାଶରଙ୍କ ସହ ସେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ୨୦୨୨ ଡିସେମ୍ବରରେ ଉଭୟଙ୍କ ନିର୍ବନ୍ଧ ସମ୍ପନ୍ନ ହୋଇଥିବାବେଳେ ରବିବାର ଉଭୟ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି।

ଖବର ଅନୁଯାୟୀ, ସୋନାରିକା ଦୀର୍ଘ ଦିନର ପ୍ରେମିକ ବିକାଶ ବିକାଶ ପାରାଶରଙ୍କୁ ସାତ ଜନ୍ମର ସାଥୀ କରିଛନ୍ତି । ରାଜସ୍ଥାନର ରଣଥୋମ୍ବୋରରେ ବେଶ ରାଜକୀୟ ଢଙ୍ଗରେ ପ୍ରେମିକଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଅଭିନେତ୍ରୀ। ବିଭିନ୍ନ ସୋସିଆଲ ମିଡ଼ିଆରେ ଉଭୟଙ୍କ ବିବାହ ଫଟୋ ଭାଇରାଲ ହେଉଥିବା ଦେଖିବାକୁ ମିଳିଛି। ବିଶେଷକରି ଉଭୟଙ୍କ ଗ୍ରାଣ୍ଡ ବିବାହ ଉତ୍ସବର ଏକ ଝଲକ୍‌ ବର୍ତ୍ତମାନ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ସୋନରିକା ତାଙ୍କ ବିବାହରେ ଏକ ନାଲି ରଙ୍ଗର ଲେହେଙ୍ଗା ସହ ହୀରା ଅଳଙ୍କାର ଏବଂ ଗଭାରେ ଗଜରା ପିନ୍ଧିଥିବା ନଜର ଆସିଥିଲେ । ସୋନାରିକାଙ୍କ ଲୁକ୍ କୁ ପ୍ରଶଂସକମାନେ ଖୁବ୍ ପସନ୍ଦ କରିଛନ୍ତି। ଏକ ଭିଡିଓରେ ସୋନାରିକା ବରମାଳା ପାଇଁ ଏଣ୍ଟ୍ରି ନେଉଥିବାର ନଜର ଆସିଛନ୍ତି। ଅନ୍ୟଏକ ଭିଡିଓରେ ସୋନାରିକା ଏବଂ ବିକାଶ ପରସ୍ପରକୁ ବରମାଳା ପିନ୍ଧାଉଥିବାର ଦେଖିବାକୁ ମିଳିଛି।

ସୂଚନା ଥାଉ କି, ୨୦୨୨ ମସିହା ମେ ମାସରେ ସୋନାରିକାଙ୍କୁ ମାଲଦ୍ୱୀପରେ ବିବାହ ନେଇ ପ୍ରପ୍ରୋଜ କରିଥିଲେ ବିକାଶ। ଏହାପରେ ଦୁହେଁ ସେହି ବର୍ଷ ଡ଼ିସେମ୍ବର ୨୦୨୨ରେ ଗୋଆରେ ନିର୍ବନ୍ଧ କରିଥିଲେ। ନିର୍ବନ୍ଧ ପ୍ରାୟ ଦେଢ ବର୍ଷ ପରେ ଅର୍ଥାତ୍ ୨୦୨୪ ଫେବୃୟାରୀ ୧୮ ତାରିଖରେ ଉଭୟ ବିବାହ କରିଛନ୍ତି । ପ୍ରକାଶ ଥାଉ କି, ଏହି କାର୍ୟ୍ୟକ୍ରମରେ ସୋନାରିକା ଓ ବିକାଶଙ୍କ ପରିବାର ଲୋକଙ୍କ ସମେତ ଘନିଷ୍ଠ ବନ୍ଧୁ ଓ ସମ୍ପକୀୟ ଉପସ୍ଥିତ ଥିଲେ।

 

View this post on Instagram

 

A post shared by Sonarika Bhadoria (@bsonarika)

Get real time updates directly on you device, subscribe now.