fbpx

ପୁଣି ୨ଟି ବଡ଼ ଝଟକା: କଂଗ୍ରେସରୁ ଇସ୍ତଫା ଦେଲେ ବିଧାୟକ ଓ ପୂର୍ବତନ ବିଧାୟକ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଉ କିଛି ମାସ ପରେ ଦେଶରେ ଲୋକସଭା ନିର୍ବାଚନ ଅନୁଷ୍ଠିତ ହେବ । ଏଥିସହିତ ଚଳିତ ବର୍ଷ କିଛି ରାଜ୍ୟରେ ବିଧାନସଭା ନିର୍ବାଚନ ହେବ । ତେବେ ନିର୍ବାଚନ ପୂର୍ବରୁ ନେତାଙ୍କର ଦଳବଦଳ ପ୍ରକ୍ରିୟା ଦେଖିବାକୁ ମିଳିଛି । ଚଳିତ ମାସରେ ଦୁଇ ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି ଓ ନିହାର ମହାନନ୍ଦ କଂଗ୍ରେସରୁ ଇସ୍ତଫା ଦେଇଥିଲେ । ଏହା ମଧ୍ୟରେ ପୁଣି ଦୁଇଜଣ ନେତା ଦଳ ଛାଡ଼ିଛନ୍ତି ।

ସୂଚନା ମୁତାବକ, ରାଜ୍ୟ ବିଧାନସଭାର ପୂର୍ବତନ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ନବୀନ ଚନ୍ଦ୍ର ନାରାୟଣ ଦାସ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି । ଏଥିସହିତ ଢେଙ୍କାନାଳର ପୂର୍ବତନ ଜିଲ୍ଲା ସଭାପତିର ସରୋଜ ପଟ୍ଟନାୟକ, ଓଡ଼ାପଡ଼ା ବ୍ଲକ ସଭାପତି ପ୍ରମୋଦ କୁମାର ନାୟକ, ସଦର ବ୍ଲକ ସଭାପତି ଅଖିଳ ମୋହନ ଖୁଣ୍ଟିଆ ଓ ଟାଉନ କଂଗ୍ରେସ ସଭାପତି ହାଇଦର ମହମ୍ମଦ କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ଏହି ନେତାମାନେ ନିଜର ଇସ୍ତଫା ପତ୍ର ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ଓ ଅଖିଳ ଭାରତୀୟ କଂଗ୍ରେସ କମିଟି (ଏଆଇସିସି) ଅଧ୍ୟକ୍ଷଙ୍କ ନିକଟକୁ ପଠାଇ ଦେଇଛନ୍ତି ।

ତେବେ କଂଗ୍ରେସକୁ ଓଡ଼ିଶାରେ ଝଟକା ଲାଗିଥିବା ବେଳେ ରାଜସ୍ଥାନରେ ମଧ୍ୟ ଆଉ ଏକ ବଡ଼ ଝଟକା ଲାଗିଛି । ୪ ଥରର ବିଧାୟକ ମହେନ୍ଦ୍ରଜିତ ସିଂହ ମାଲବୀୟ କଂଗ୍ରେସ ଛାଡ଼ି ବିଜେପିରେ ସାମିଲ ହୋଇଛନ୍ତି । ଶ୍ରୀ ମାଲବୀୟ ବିଜେପି ରାଷ୍ଟ୍ରୀୟ ମହାସଚିବ ଅରୁଣ ସିଂହ ଓ ପ୍ରଦେଶ ଅଧ୍ୟକ୍ଷ ସିପି ଜୋଶୀଙ୍କ ଉପସ୍ଥିତିରେ ବିଜେପିର ସଦସ୍ୟତା ଗ୍ରହଣ କରିଛନ୍ତି । ଆସନ୍ତା ୨୦ ତାରିଖରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ରାଜସ୍ଥାନ ଗସ୍ତରେ ଯାଉଥିବା ବେଳେ ଉକ୍ତ ଗସ୍ତ ପୂର୍ବରୁ ଶ୍ରୀ ବାଲମୀୟ ପଦ୍ମ ଧରିବା ଦଳର ରଣନୀତିକ ପଦକ୍ଷେପ ବୋଲି କୁହାଯାଉଛି ।

Get real time updates directly on you device, subscribe now.