fbpx

ବର୍ଷରେ ଦୁଇ ଥର କିସ୍ତିରେ ଟଙ୍କା ଦେଲେ ଜଣେ ମହିଳା ଆତ୍ମନିର୍ଭରଶୀଳ ହେବା ସମ୍ଭବ ନୁହେଁ; ସୁଲୋଚନା ଦାସ

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ସୁଭଦ୍ରା ଯୋଜନାକୁ ନେଇ ବିଏମସି ମେୟର ସୁଲୋଚନା ଦାସଙ୍କ ପ୍ରତିକ୍ରିୟା । ବର୍ଷରେ ଦୁଇ ଥର କିସ୍ତିରେ ଟଙ୍କା ଦେଲେ ଜଣେ ମହିଳା ଆତ୍ମନିର୍ଭରଶୀଳ ହେବା ସମ୍ଭବ ନୁହେଁ । ୫ ହଜାର ଟଙ୍କା ହାତ ଖର୍ଚ୍ଚରେ ଚାଲିଯିବ । ଏକାଥରକେ ୫୦ ହଜାର ଟଙ୍କା ନମିଳିଲେ ଆତ୍ମନିର୍ଭରଶୀଳ ହୋଇ ପାରିବ ନାହିଁ । ବିଜେପି ସରକାର ୫୦ ହଜାର ଟଙ୍କା ୨ ବର୍ଷରେ ଦେବେ ବୋଲି କହିଥିଲେ ।

ଯଦି ୨ ବର୍ଷରେ ଦେଇଥାନ୍ତେ ଲାଭ ହୋଇଥାନ୍ତା । ପୁର୍ବ ସରକାର ମିଶନ ଶକ୍ତି ଜରିଆରେ ଏସ ଏଚ ଜି ଦେଢ଼ ଲକ୍ଷ ଟଙ୍କା ଦେବା ସହିତ ମୁକ୍ତା ଯୋଜନାରେ ବହୁ ମହିଳାଙ୍କୁ ଟଙ୍କା ଦେଇଥିଲେ । କାମରେ ଆସୁଥିଲା । ଦୁଇ ବର୍ଷରେ ସବୁ ଟଙ୍କା ଦେଲେ ମହିଳାଙ୍କ ଲକ୍ଷ ପୂରଣ ହୋଇ ପାରିବ ବୋଲି କହିଛନ୍ତି ଭୁବନେଶ୍ୱର ମେୟର ।

Get real time updates directly on you device, subscribe now.