fbpx

ଭ୍ୟାକସିନ୍ ପେଟେଣ୍ଟ ଟ୍ରାନ୍ସଫର୍ କରିବା ସହଜ ନୁହେଁ: ଭାରତ ବାୟୋଟେକ୍

ଖୁବ୍ ଶୀଘ୍ର ପିଲାମାନଙ୍କ ଉପରେ ହେବ ଟ୍ରାଏଲ୍, ୧ ବିଲିୟନ୍ ଟିକା ପ୍ରସ୍ତୁତ କରିବାକୁ ରଖାଯାଇଛି ଟାର୍ଗେଟ

ନୂଆଦିଲ୍ଲୀ : ଦେଶରେ ଟିକାକରଣ ଅଭିଯାନରେ ବର୍ତ୍ତମାନ ଦୁଇଟି ସ୍ୱଦେଶୀ ଟିକାକୁ ବିତରଣ କରାଯାଉଛି । ସେଗୁଡିକ ହେଲା; କୋଭାକ୍ସିନ୍ ଏବଂ କୋଭିସିଲ୍ଟ । ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ବେଳେ ଟିକାକରଣକୁ ମଧ୍ୟ ଜୋରଦାର କରିବାକୁ ଲକ୍ଷ୍ୟ ରଖାଯାଇଛି । ଏହି ପରିପ୍ରେକ୍ଷୀରେ କୋଭାକ୍ସିନ୍ ଟିକା ପ୍ରସ୍ତୁତକାରୀ କମ୍ପାନୀ ଭାରତ ବାୟୋଟେକ୍ ତରଫରୁ ଅଭିଯାନକୁ ତ୍ୱରାନ୍ୱିତ କରାଯାଇଛି । ଏନେଇ ଗଣମାଧ୍ୟମ ଆଗରେ ସୂଚନା ଦେଇଛନ୍ତି କମ୍ପାନୀର ମ୍ୟାନେଜିଂ ଡାଇରେକ୍ଟର୍ ସୁଚିତ୍ରା ଏଲା । ସେ କହିଛନ୍ତି ଯେ, କୋଭାକ୍ସିନ୍ ଟିକାର ୧ ବିଲିୟନ୍ ଡୋଜ୍ ପ୍ରସ୍ତୁତ କରିବାର ଟାର୍ଗେଟ ରଖାଯାଇଛି । ଏଥିସହିତ ୨ରୁ ୧୮ ବର୍ଷର ପିଲାମାନଙ୍କ ଟିକାକରଣ ପାଇଁ ଖୁବ୍ ଶୀଘ୍ର ଟ୍ରାଏଲ୍ ଆରମ୍ଭ ହେବାକୁ ଯାଉଛି ।

ଶ୍ରୀମତି ସୁଚିତ୍ରା କହିଛନ୍ତି ଯେ, କମ୍ପାନୀ ବର୍ତ୍ତମାନ ଦେଶରେ ଦେଖା ଦେଇଥିବା ଟିକାର ଅଭାବକୁ ଦୂର କରିବାକୁ ଚେଷ୍ଟା ଜାରି ରଖିଛି । ସେମାନେ ଏବେ ୧ ବିଲିୟନ୍ ଡୋଜ୍ ଟିକା ପ୍ରସ୍ତୁତ କରିବାକୁ ଲକ୍ଷ୍ୟ ରଖିଛନ୍ତି । ସରକାରଙ୍କୁ କମ୍ପାନୀ ପକ୍ଷରୁ କରାଯାଇଥିବା ପ୍ରତିଶ୍ରୁତି କୁ ନିଶ୍ଚିତ ରୂପେ ପାଳନ କରାଯିବ । ସେହିପରି ପେଟେଣ୍ଟ ଟ୍ରାନ୍ସଫର୍ କରିବା ସଂକ୍ରାନ୍ତରେ ପ୍ରତିକ୍ରିୟା ରଖି ସେ କହିଛନ୍ତି ଯେ, ଭ୍ୟାକସିନର ପେଟେଣ୍ଟ ଟାନ୍ସଫର୍ କରିବା ପ୍ରକ୍ରିୟା ସହଜ କଥା ନୁହେଁ । କାରଣ ଏହାକୁ ଜିରୋ ସେଲ୍ ପ୍ଲାଟଫର୍ମରେ ପ୍ରସ୍ତୁତ କରାଯାଇଛି । ତେଣୁ ଖୁବ୍ ରିସର୍ଚ୍ଚ ପରେ ଏହାକୁ ହାସଲ କରାଯାଇଛି ତେଣୁ ଏହାର ଟ୍ରାନ୍ସଫର୍ କିମ୍ବା ଏହାର ପ୍ରକ୍ରିୟାକୁ ବୁଝାଇବା ଖୁବ୍ ଜଟିଳ । ଅନ୍ୟପଟେ କମ୍ପାନୀର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ୨ରୁ ୧୮ ବର୍ଷର ପିଲାମାନଙ୍କ ଟିକାକରଣ ନିମନ୍ତେ ଟ୍ରାଏଲ୍ ପାଇଁ ଡିଜିସିଆଇଙ୍କ ପକ୍ଷରୁ ମଞ୍ଜୁରୀ ମିଳି ସାରିଛି । ତେଣୁ ଜୁନ୍ ମାସରେ ପିଲାମାନଙ୍କ ଉପରେ ଟିକା ଟ୍ରାଏଲ୍ କରାଯିବା ଆରମ୍ଭ କରାଯିବ ।

Get real time updates directly on you device, subscribe now.