fbpx

ଓଁ ଶୈଳୀରେ ନିର୍ମାଣ ହେଉଛି ଦେଶର ପ୍ରଥମ ମନ୍ଦିର, ୧୯ରେ ପ୍ରତିଷ୍ଠା ଉତ୍ସବ: କେଉଁଠି ଅଛି ଏହି ମନ୍ଦିର?

ଓଡ଼ିଶା ଭାସ୍କର: ଆଜିକାଲି ପ୍ରାୟ ସବୁଠି କିଛି ନା କିଛି ଭିନ୍ନ ଶୈଳୀରେ ମନ୍ଦିର ନିର୍ମାଣ ଚାଲିଛି। ନିକଟରେ ଅଯୋଧ୍ୟା ପ୍ରଭୁ ଶ୍ରୀରାମଙ୍କ ମନ୍ଦିରକୁ ନେଇ ଅନେକ ଚର୍ଚ୍ଚା ଦେଖିବାକୁ ମିଳିଥିଲା। ତେବେ ଅଯୋଧ୍ୟା ମନ୍ଦିରର କାରୁକାର୍ଯ୍ୟ, ସୁନାର କବାଟ ଓ ନିର୍ମଣା ପ୍ରକ୍ରିୟାକୁ ନେଇ ଖୁବ ଚର୍ଚ୍ଚା ଲାଗିରହିଥିଲା। ଆଉ ଏବେ ଦେଶର ଆଉ ଏକ ମନ୍ଦିରକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। କାରଣ ଏହି ମନ୍ଦିର ଦେଶରେ ପ୍ରଥମ ଥର ପାଇଁ ବିରାଟ ଓଁ ଶୈଳୀର ନିର୍ମାଣ ହୋଇଛି। ମନ୍ଦିରର ଉପରିସ୍ଥ ବା ଡ୍ରୋନ୍ ସର୍ଟର ଦୃଶ୍ୟ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେଉଛି। ତେବେ ଏହି ଭାଇରାଲ ଫଟୋ ଯେ କେହି ବି ଦେଖି କହି ପାରିବ, ବାସ୍ତବରେ ମନ୍ଦିରଟି କେତେ ସୁନ୍ଦର ହୋଇଥିବ।

ସୂଚନା ଥାଉକି, ଏହି ମନ୍ଦିର ରାଜସ୍ଥାନର ପାଲି ଜିଲ୍ଲା ଜାଡାନ ଗାଁରେ ତିଆରି ହୋଇଛି। ତେବେ ଓମ୍ ଆଶ୍ରମର ମୁଖ୍ୟ ବୋଲି କୁହାଯାଉଥିବା ସ୍ୱାମୀ ମହେଶ୍ୱରାନନ୍ଦ ମହାରାଜ ଏହି ମନ୍ଦିରକୁ ନିର୍ମାଣ କରିଛନ୍ତି। ଆଧ୍ୟାତ୍ମିକ ଗୁରୁ ଭାବେ ଜଣାଶୁଣା ସ୍ୱାମୀ ମହେଶ୍ୱରାନନ୍ଦ ମହାରାଜଙ୍କର ସାରା ବିଶ୍ୱରେ ଅନୁଗାମୀ ରହିଛନ୍ତି।

ପ୍ରାୟ ୨୫୦ ଏକର ଜମିରେ ନିର୍ମିତ ହୋଇଥିବା ଏହି ମନ୍ଦିରର ପ୍ରାଣ ପ୍ରତିଷ୍ଠା ଉତ୍ସବ ଆସନ୍ତା ୧୯ ତାରିଖରେ ହେବ ବୋଲି ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବରରୁ ଜଣାପଡ଼ିଛି।୧୯୯୫ ମସିହାରେ ଏହି ମନ୍ଦିର ନିର୍ମାଣ ପାଇଁ ଶିଳାନ୍ୟାସ ହୋଇଥିଲା। ଏହି ୪ ମହଲା ବିଶିଷ୍ଟ ମନ୍ଦିରର ୧୦୮ ସ୍ତମ୍ଭରେ ୩୦୦ ମୂର୍ତ୍ତି ଲଗାଯାଇଛି। ସେହିପରି ପୁରା ମନ୍ଦିର ୨ ହଜାରଟି ସ୍ତମ୍ଭରେ ନିର୍ମାଣ କରାଯାଇଛି। ମନ୍ଦିରରେ ୧ ହଜାର ୮ଟି ଶିବ ମୂର୍ତ୍ତି ରହିଛି। ୧୨ଟି ଜ୍ୟୋତିର୍ଲିଙ୍ଗ ଥିବା କୁହାଯାଉଛି। ଆକାଶ ମାର୍ଗରୁ ମନ୍ଦିରଟିକୁ ଦେଖିଲେ ବେଶ୍ ଆକର୍ଷଣୀୟ ଲାଗୁଛି।

 

Get real time updates directly on you device, subscribe now.