fbpx

ଓଡ଼ିଶାରେ ପହଞ୍ଚିଲା କଂଗ୍ରେସର ଭାରତ ଯୋଡ଼ ନ୍ୟାୟ ଯାତ୍ରା; ଝାଡ଼ଖଣ୍ଡରୁ ଆସି ବୀରମିତ୍ରପୁରରେ ପହଞ୍ଚିଲେ ରାହୁଲ ଗାନ୍ଧୀ

ବୀରମିତ୍ରପୁର: (ଓଡ଼ିଶା ଭାସ୍କର) ଓଡ଼ିଶାରେ ପହଞ୍ଚିଲା ରାହୁଲ ଗାନ୍ଧିଙ୍କ ଭାରତ ଯୋଡ଼ ନ୍ୟାୟ ଯାତ୍ରା । ଝାଡ଼ଖଣ୍ଡରୁ ଆସି ବୀରମିତ୍ରପୁରରେ ପହଞ୍ଚିଲେ ରାହୁଲ ଗାନ୍ଧୀ । ବୀରମିତ୍ରପୁରରେ ସ୍ୱାଗତ ଜଣାଇଲେ ରାଜ୍ୟ କଂଗ୍ରେସ ନେତା । ଭାରତ ଯୋଡ ନ୍ୟାୟ ଯାତ୍ରାରେ ଯୋଗ ଦେବା ପାଇଁ ଆଜି ସୁନ୍ଦରଗଡ଼ ଜିଲ୍ଲା ଗସ୍ତରେ ଆସିଛନ୍ତି ରାହୁଲ ଗାନ୍ଧୀ । ଝାଡ଼ଖଣ୍ଡ ଓଡିଶା ସୀମାନ୍ତ ବୀରମିତ୍ରପୁରରେ ପହଞ୍ଚିଛନ୍ତି ରାହୁଲ । ସୁନ୍ଦରଗଡ଼ ଜିଲ୍ଲାର ଵିଜାଵାହାଲ ରାମପାଲ ଗ୍ରାମରେ ଆଜି ରାତ୍ରି ଯାପନ କରିବେ।

ଆସନ୍ତାକାଲି ରାଉରକେଲା ସହରର ଉଦିତନଗର ଠାରୁ ପାନପୋଷ ଛକ ପର୍ଯ୍ୟନ୍ତ ପଦଯାତ୍ରା କରିବା ସହ ପାନପୋଷ ଛକଠାରେ ସାଧାରଣ ସଭା କରିବେ । ଆସନ୍ତାକାଲି ରାଉରକେଲା ସହରରୁ ରାଜଗାଙ୍ଗପୁର, କୁତ୍ରା ଦେଇ ସୁନ୍ଦରଗଡ଼ ଗସ୍ତ କରିବେ । ଆସନ୍ତାକାଲି ରାତିରେ ଝାରସୁଗୁଡ଼ା ଅମଲିପାଲି ପଡ଼ିଆରେ ରାତ୍ରୀ ଯାପନ କରିବା ପରେ ଆସନ୍ତା 8ତାରିଖ ଝାରସୁଗୁଡ଼ା ପୁରୁଣା ବସଷ୍ଟାଣ୍ଡ ମହାତ୍ମା ଗାନ୍ଧି ଛକ ନିକଟରୁ ଯାତ୍ରା ଆରମ୍ଭ କରିବେ। ଅପରାହ୍ନରେ ରାହୁଲ ଗାନ୍ଧୀ ଛତିସଗଡ ଅଭିମୁଖେ ଯାତ୍ରା କରିବାର କାର୍ଯକ୍ରମ ରହିଛି ।

Get real time updates directly on you device, subscribe now.