fbpx

BBC ଅଫିସରେ ୧୯ ଘଣ୍ଟା ଧରି ରେଡ୍ ଜାରି: କର୍ମଚାରୀଙ୍କ ଫୋନ୍ ଜବତ, ବୟାନ ଜାରି କଲା ବିବିସି

Advertisement

ନୂଆଦିଲ୍ଲୀ: ଗୁଜରାଟ ହିଂସାକୁ ପ୍ରସ୍ତୁତ ଡକୁମେଣ୍ଟାରୀକୁ ସୃଷ୍ଟି ହୋଇଥିବା ବିବାଦ ଧୀରେଧୀରେ ଆଗକୁ ବଢ଼ିବାରେ ଲାଗିଛି । ଏହା ମଧ୍ୟରେ ଗତକାଲି ବ୍ରିଟିଶ ବ୍ରଡକାଷ୍ଟିଂ କର୍ପୋରେସନ (ବିବିସି)ର ଦିଲ୍ଳୀ ଓ ମୁମ୍ବାଇ ସ୍ଥିତ ଅଫିସରେ ଆୟକର ବିଭାଗ ପକ୍ଷରୁ ରେଡ୍ କରଯାଇଥିଲା । ଇଣ୍ଟରନ୍ୟାସନାଲ ଟ୍ୟାକ୍ସ ସମ୍ବନ୍ଧୀୟ ହେରଫେର ମାମଲାରେ ଏହି ଚଢ଼ାଉ କରାଯାଇଥିଲା । ତେବେ ଆୟକର ଟିମ ପକ୍ଷରୁ ଏହା ମଧ୍ୟରେ ଗତ ୧୯ ଘଣ୍ଟା ଧରି ରେଡ୍ ଚାଲିଛି ।

ତେବେ ସୂଚନା ମୁତାବକ, ଯାଞ୍ଚ ପାଇଁ ଯାଇଥିବା ଆୟକର ବିଭାଗର ଅଫିସରମାନେ ବିବିସି କର୍ମଚାରୀଙ୍କ ଫୋନ୍ ଜବତ କରିନେଇଛନ୍ତି । କର୍ମଚାରୀଙ୍କୁ ଅଫିସ ଛାଡ଼ି ଘରକୁ ଯିବାକୁ ଅନୁମତି ଦିଆଯାଇଛି । ଏପରି ସ୍ଥଳେ ବିବିସି ପକ୍ଷରୁ ଏକ ବୟାନ ଜାରି କରାଯାଇ କୁହାଯାଇଛି, ଆମେ ନିଜ କର୍ମଚାରୀଙ୍କ ସହିତ ରହିଛୁ ଓ ଯାଞ୍ଚରେ ଆଇଟି ଟିମକୁ ସହଯୋଗ କରିଛୁ । ଆଶା କରୁଛୁ ଖୁବଶୀଘ୍ର ଏହି ସମସ୍ୟାର ସମାଧାନ ହୋଇଯିବ । ଆମର ଆଉଟପୁତ୍ର ଓ ପତ୍ରକାରିତା ସହ ଜଡ଼ିତ ଦୈନିକ କାର୍ଯ୍ୟ ଜାରି ରହିବ । ନିଜର ରିଡର୍ସଙ୍କୁ ସେବା ଦେବା ପାଇଁ ଆମେ ପ୍ରତିବଦ୍ଧ ଅଟୁ ।

ଏହା ପୂର୍ବରୁ ଆଇଟି ଅଧିକାରୀମାନେ ଦିଲ୍ଲୀ କାର୍ଯ୍ୟାଳୟରେ ରେଡ୍ ମାରିବାକୁ ଯାଇଥିବା ସମୟରେ ବିବିସିର ଦିଲ୍ଲୀ ସମ୍ପାଦକଙ୍କ ସହିତ ସେମାନଙ୍କର ଯୁକ୍ତିତର୍କ ହୋଇଥିଲା । ବିବିସିର ଦିଲ୍ଲୀ ଅଫିସର ସମସ୍ତ ସିଷ୍ଟମକୁ ଯାଞ୍ଚ କରିବାକୁ ଆୟକର ବିଭାଗ ଅଧିକାରୀମାନେ କହିଥିଲେ । ତେଣୁ ଏନେଇ ବିବିସି କର୍ମଚାରୀମାନେ ପ୍ରତିବାଦ କରିଥିଲେ । ତେବେ ଆଇଟି ଟିମ ବିବିସି ଅଫିସର କର୍ମଚାରୀଙ୍କ କମ୍ପ୍ୟୁଟରରୁ ‘ଶୋଲ କମ୍ପାନୀ’, ‘ଫଣ୍ଡ ଟ୍ରାନ୍ସଫର’, ‘ବିଦେଶୀ ଟ୍ରାନ୍ସଫର’ ସହିତ ଚାରିଟି କିୱାର୍ଡ ଖୋଜି ପାଇଛନ୍ତି । ନିଜର ସିଷ୍ଟମରେ କାହାକୁ ସମ୍ପାଦକୀୟ କଣ୍ଟେଣ୍ଟକୁ ଆକ୍ସେସ କରିବାକୁ ଦେବେ ନାହିଁ ବୋଲି ବିବିସି ସମ୍ପାଦକ ଆଇଟି ଟିମକୁ କହିଥିଲେ ।

Get real time updates directly on you device, subscribe now.