fbpx

କନ୍ୟା ଯାତ୍ରୀଙ୍କୁ ବାଟବରଣ ବେଳେ ମାଡିଗଲା ସ୍କୋର୍ପିଓ, ୩ ଜଣଙ୍କ ମୃତ୍ୟୁ

Advertisement

ବ୍ରହ୍ମପୁର: ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ସାମ୍ନାକୁ ଆସିଛି । ବ୍ରହ୍ମପୁର ମାଣ୍ଡିଆପଲ୍ଲୀ ଛକରେ ଏକ ସଡ଼କ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୩ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଏହାସହ ଗାଡ଼ିର ଅନେକ କ୍ଷୟକ୍ଷତି ଘଟିଥିବାର ସୂଚନା ମିଳିଛି । ଦୁର୍ଘଟଣା କରିଥିବା ସ୍କର୍ପିଓରୁ ୨ଜଣ ଫେରାର ଅଛନ୍ତି ।

ସୂଚନା ଅନୁଯାୟୀ, ବ୍ରହ୍ମପୁର ଜିଲ୍ଲାର ମାଣ୍ଡିଆପଲ୍ଲୀ ଛକରେ ଏକ କନ୍ୟା ଯାତ୍ରୀଙ୍କ ବାଟବରଣ କରାଯାଉଥିଲା । ହଠାତ ଏକ ସ୍କୋର୍ପିଓ ଆସି ବାଟବରଣ ବେଳେ ଏକାଧିକ ଲୋକଙ୍କ ଉପରେ ଚଢାଇ ଦେଇଥିଲା । ତେବେ ଏହି ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା କଥା ସୂଚନା ମିଳିଛି । ମୃତକ ୩ଜଣ ହେଉଛନ୍ତି, ସ୍ୱପ୍ନା ରେଡ୍ଡୀ ଏବଂ ଭାରତୀ ରେଡ୍ଡୀ ଏବଂ ସଞ୍ଜୁରେଡ୍ଡୀ ।

ଘଟଣାସ୍ଥଳରେ ଶୁଭ ପରିବେଶ ଶୋକାକୂଳ ପରିସ୍ଥିତିରେ ପରିଣତ ହୋଇଛି । ୩ ଜଣଙ୍କ ମୃତ୍ୟୁ ସମେତ ୧୦ଜଣ ଆହତ ହୋଇଛନ୍ତି । ଏହି ଆହତଙ୍କୁ ଏମକେସିଜିରେ ଭର୍ତ୍ତି କରାଯାଇଛି । କନ୍ୟାଯାତ୍ରୀଙ୍କ ଘର ଲାଞ୍ଜିପଲ୍ଲୀ କେଶବ ନଗରରେ । ତେବେ ଦୁର୍ଘଟଣାଗ୍ରସ୍ତ ଗାଡ଼ିଟି ଛତିଶଗଡ଼ର ବୋଲି ସୂଚନା ମିଳିଛି । ଅନ୍ୟପଟେ ସ୍କୋର୍ପିଓରେ ଥିବା ଡ୍ରାଇଭରକୁ ଅଟକ ରଖାଯିବା ବେଳେ ତାଙ୍କସହ ଥିବା ୨ଜଣ ଫେରାର ଅଛନ୍ତି । ଏନେଇ ପୋଲିସ ତଦନ୍ତ ଜାରି ରହିଛି ।

Get real time updates directly on you device, subscribe now.