fbpx

ଭୋଜି ଖାଇ ଫେରୁଥିବା ସମୟରେ ବସ୍ ଚାପିଦେଲା, ୨ ବାଇକ ଆରୋହୀ ମୃତ

Advertisement

ବଲାଙ୍ଗୀର: ଏକ ଘରୋଇ ବସ୍ ଦୁର୍ଘଟଣା କଥା ସାମ୍ନାକୁ ଆସିଛି । ବଲାଙ୍ଗିର ପାଟଣାଗଡ଼ରେ ବସ୍ ଟି ଏକ ବାଇକ ଆରୋହୀକୁ ଧକ୍କା ଦେଇ ଚାଲିଯିବା ଫଳରେ ୨ଜଣ ବ୍ୟକ୍ତିଙ୍କ ମୃତ୍ୟୁ ହେବା କଥା ସାମ୍ନାକୁ ଆସିଛି ।

ସୂଚନା ଅନୁଯାୟୀ, ସେହି ଦୁଇ ବାଇକ ଆରୋହୀ ଏକ ବାହାଘରିଆ ଭୋଜୀ ଖାଇବାକୁ ଯାଇଥିଲେ । ଘରକୁ ଫେରିବା ସମୟରେ ବଲାଙ୍ଗୀର ରାମପୁର ପେଟ୍ରୋଲ ପମ୍ପ ନିକଟରେ ଏକ ବସ୍ ଦୃତ ଗତି ରେ ଆସି ସେହି ୨ଜଣଙ୍କୁ ଚାପିଦେଇଥିଲା । ମୃତକ ୨ଜଣ ହେଉଛନ୍ତି ନୂଆପଡାର ଅସିତ ମେହେର ଓ ମଳୟ ମନହୀରା ।

ଘଟଣାସ୍ଥଳରେ ପୋଲିସ ପହଁଚି ୨ ଶବକୁ ଉଦ୍ଧାର କରିବା ସହ ବସ୍ ର ଡ୍ରାଇଭରକୁ ଅଟକ ରଖାଯାଇଛି । ସେହି ୨ବାଇକ ଆରୋହୀ ପାଟଣାଗଡ଼ ଆସୁଥିବା ବେଳେ ଏପରି ଦୁର୍ଘଟଣା ଘଟିଛି । ତେବେ ମୃତକଙ୍କ ପରିବାରକୁ ବସ୍ ମାଲିକ ଅନୁକମ୍ପା ରାଶି ଦେବା ପାଇଁ ଦାବି କରାଯାଉଛି ।

Get real time updates directly on you device, subscribe now.