fbpx

HPCL ପକ୍ଷରୁ ବାହାରିଲା ଅନେକ ପଦବୀ: ଆସନ୍ତା ୨୫ ସୁଦ୍ଧା ଆବେଦନ କରନ୍ତୁ

Advertisement

ଚାକିରି ଖୋଜୁଥିବା ଯୁବକ, ଯୁବତୀଙ୍କ ପାଇଁ ଏକ ଖୁସି ଖବର । ହିନ୍ଦୁସ୍ତାନ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡ (ଏଚପିସିଏଲ) ପକ୍ଷରୁ ଅନେକ ପଦବୀ ପାଇଁ ବିଜ୍ଞାପନ ବାହାରିଛି । ପ୍ରାର୍ଥୀଙ୍କୁ ଆସିଷ୍ଟାଣ୍ଟ ପ୍ରୋସେସ ଟେକ୍ନିସିଆନ, ଆସିଷ୍ଟାଣ୍ଟ ବଏଲର ଟେକ୍ନିସିଆନ, ଆସିଷ୍ଟାଣ୍ଟ ଫାୟାର ଆଣ୍ଡ ସେଫଟି ଅପରେଟର ଓ ଆସିଷ୍ଟାଣ୍ଟ ମେଣ୍ଟେନାନ୍ସ ଟେକ୍ନିସିଆନ (ଇଲେକ୍ଟ୍ରିକାଲ) ପଦରେ ନିଯୁକ୍ତି ଦିଆଯିବ ।

ସର୍ବଭାରତୀୟ ବୈଷୟିକ ଶିକ୍ଷାନୁଷ୍ଠାନ ପରିଷଦ (ଏଆଇସିଟିଇ) କିମ୍ବା ସମ୍ବନ୍ଧିତ ରାଜ୍ୟ ବୋର୍ଡ କିମ୍ବା ସମକକ୍ଷ କର୍ତ୍ତୃପକ୍ଷଙ୍କ ଅଧିନରେ ପ୍ରାର୍ଥୀ ଫୁଲଟାଇମ୍ ଶିକ୍ଷା ଗ୍ରହଣ କରିଥିବା ଆବଶ୍ୟକ । ପାର୍ଟ ଟାଇମ କିମ୍ବା ଡିଷ୍ଟାନ୍ସ ମୋଡ଼ରେ ପ୍ରାପ୍ତ ହୋଇଥିବା ଶିକ୍ଷାକୁ ଶିକ୍ଷାଗତ ଯୋଗ୍ୟତା ଭାବେ ଗ୍ରହଣ କରାଯିବ ନାହିଁ । ପ୍ରାର୍ଥୀ ଡିପ୍ଲୋମା/ ଡିଗ୍ରୀ, ଆଇଟିଆଇ ପାସ୍ କରିଥିବା ଆବଶ୍ୟକ ।

ଅନଲାଇନ୍ ଆବେଦନ ପ୍ରକ୍ରିୟା ଫେବୃଆରୀ ମାସ ୧ ତାରିଖରୁ ଆରମ୍ଭ ହୋଇ ୨୫ ତାରିଖରେ ସମାପ୍ତ ହେବ । ପ୍ରାର୍ଥୀଙ୍କର ସର୍ବନିମ୍ନ ବୟସ ଯୋଗ୍ୟତା ୧୮ ବର୍ଷ ଓ ସର୍ବାଧିକ ବୟସ ଯୋଗ୍ୟତା ୨୫ ବର୍ଷ ହୋଇଥିବା ଆବଶ୍ୟକ । ୨୦୨୩ ମସିହା ଫେବୃଆରୀ ୧ ତାରିଖ ସୁଦ୍ଧା ବୟସ ଯୋଗ୍ୟତା ହିସାବକୁ ନିଆଯିବ । ବୟସ କୋହଳ ନିୟମ ଅନୁଯାୟୀ ଧାର୍ଯ୍ୟ ହେବ ।

ନୋଟିଫିକେସନ ଲିଙ୍କ: https://www.hindustanpetroleum.com/documents/pdf/Recruitment_Advertisement_Final_300123.pdf

Get real time updates directly on you device, subscribe now.