fbpx

ଶୂନ ଡିଗ୍ରୀ ତାପମାତ୍ରାରେ ଆଇଟିବିପି ଅଫିସରଙ୍କ ସୂର୍ଯ୍ୟ ନମସ୍କାର

AAKASH

ନୂଆଦିଲ୍ଲୀ: ଆଜି ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି । କରୋନା ସମୟରେ ଯୋଗ ଦେଶବାସୀଙ୍କୁ ଅନ୍ତର୍ନିହିତ ଶକ୍ତି ପ୍ରଦାନ କରି ଦୃଢ଼ କରିବ ବୋଲି ମୋଦି କହିଛନ୍ତି । ଅନ୍ତର୍ଜାତୀୟ ଯୋଗ ଦିବସର ଥିମ୍ ରହିଛି ‘ଯୋଗ ଫର୍ ୱେଲନେସ୍’ । ଅନ୍ତର୍ଜାତୀୟ ଯୋଗର ସପ୍ତମ ସଂସ୍କରଣ ଅବସରରେ ଆଜି ସମଗ୍ର ବିଶ୍ୱର କୋଟି କୋଟି ଲୋକ ଯୋଗ କାର୍ଯ୍ୟକ୍ରମରେ ଭାଗ ନେଇଛନ୍ତି । ମୋଦି କହିଥିଲେ ଯେ, ବର୍ତ୍ତମାନ ସମଗ୍ର ବିଶ୍ୱ ଏମ-ଯୋଗ ଆପିଲିକେସନ ପାଇବାକୁ ଯାଉଛି, ଯେଉଁଥିରେ କି ବିଭିନ୍ନ ପ୍ରକାର ଯୋଗ ସମ୍ବନ୍ଧୀୟ ଭିଡିଓ ଉପଲବ୍ଧ ହେବ । ଏଥିରେ ଯୋଗାସନର ସମସ୍ତ ନୀତି ନିୟମକୁ ପ୍ରାଧାନ୍ୟ ଦିଆଯିବା ସହ ବିଭିନ୍ନ ପ୍ରକାର ଭାଷାରେ ଏହା ଉପଲବ୍ଧ ହେବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ତେବେ ଆଜିର ଦିବସରେ ଜଣେ ଆଇଟିବିପି ଅଫିସର ଶୂନ ଡିଗ୍ରୀ ତାପମାତ୍ରାରେ ଯୋଗ କରି ଚର୍ଚ୍ଚାକୁ ଆସିଛନ୍ତି । ଆଇଟିପି ଅଫିସର ଜଣକ ଲଦାଖରେ ୧୮ ହଜାର ଫୁଟ ଉଚ୍ଚ ବରଫ ଉପରେ ଶୂନ ଡିଗ୍ରୀ ତାପମାତ୍ରାରେ ସୂର୍ଯ୍ୟ ନମସ୍କାର କରୁଥିବାର ଦେଖାଯାଇଥିଲା । ଅନେକ ଲୋକ ଯୋଗାସନର ପ୍ରକୃତ ମହତ୍ତ୍ୱ ଓ ଉଦ୍ଦେଶ୍ୟ ବିଷୟରେ ଆଜି ବି ଅଜ୍ଞ ରହିଛନ୍ତି । ଅପରପକ୍ଷେ ଶୂନ ଡିଗ୍ରୀ ତାପମାତ୍ରରେ ଜଣେ ଅଫିସର ସୂର୍ଯ୍ୟ ନମସ୍କାର କରିବା ନିଶ୍ଚିତ ଭାବେ ସମସ୍ତଙ୍କୁ ପ୍ରେରଣା ପ୍ରଦାନ କରିବ ବୋଲି କୁହାଯାଇଛି ।

ଚଳିତ ବର୍ଷ କୋଭିଡ୍-୧୯ କଣକଣା କାରଣରୁ ଦେଶର ବିଭିନ୍ନ ରାଜ୍ୟରେ ଯୋଗ ଦିବସ ଠିକ ଭାବେ ପାଳନ କରାଯାଇପାରି ନାହିଁ । ‘ଅନ୍ତର୍ଜାତୀୟ ଯୋଗ ଦିବସ’ ହେଉଛି ପ୍ରଧାନମନ୍ତ୍ରୀ ମୋଦିଙ୍କର ମାନସ ପୁତ୍ର । ୨୦୧୪ ମସିହାରେ ମୋଦି ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ପରେ ଏହି ଦିବସର ଶୁଭାରମ୍ଭ ସର୍ବପ୍ରଥମେ ସମଗ୍ର ବିଶ୍ୱରେ ଆରମ୍ଭ କରିଥିଲେ ।

Get real time updates directly on you device, subscribe now.