fbpx
BSKY
BJD SHG SKY
BJD YOUTH SKY

୬୫୦୦ ଫୁଟ ପାହାଡ଼ ଉପରେ ଲାଗିଥିଲା କ୍ୟାମେରା, ଲିକ୍ ହେଲା ପ୍ରେମୀଯୁଗଳଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ

ପାହାଡ଼ ଉପରେ ରୋମାନ୍ସ କରିବା ପ୍ରେମୀଯୁଗଳଙ୍କୁ ପଡିଲା ମହଙ୍ଗା । ଭାଇରାଲ ହେବାରେ ଲାଗିଛି ସେମାନଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ । ସୂଚନା ମୁତାବକ, ଏକ ଦମ୍ପତ୍ତି ୬୫୦୦ ଫୁଟ ଉଚ୍ଚରେ ରୋମାନ୍ସ କରୁଥିଲେ । କିନ୍ତୁ ପାହାଡ଼ ଉପରେ ଲାଗିଥିବା ଏକ ୱେବ କ୍ୟାମେରା ଦମ୍ପତ୍ତିଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ କ୍ଲିକ୍ କରିଥିଲା । ପରେ ଦମ୍ପତ୍ତି ଏହି ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କରାଯିବା ସହ ଏବେ ଭାଇରାଲ ହେବାରେ ଲାଗିଛି ।

ତେବେ ଅଷ୍ଟ୍ରିଆର ସବୁଠୁ ଉଚ୍ଚ ପାହାଡ଼ ଶୃଙ୍ଖଳା ନକ୍ ପର୍ବତ ଉପରୁ ଏହି ଘଟଣା ସାମ୍ନାକୁ ଆସିଛି । ପ୍ରେମୀଯୁଗଳ ପାହାଡ ଚଢ଼ିବା ପରେ ଥକିଯାଇଥିଲେ ଓ ଆରାମ କରିବାକୁ ନିଷ୍ପତ୍ତି ନେଇଥିଲେ । କିଛି ସମୟରେ ପରେ ଦୁଇଜଣ ରୋମାନ୍ସରେ ମାତିଗଲେ । କିନ୍ତୁ ପାହାଡ଼ ଉପରେ ଏମ ୱେବ କ୍ୟାମେରା ଅଛି ବୋଲି ସେମାନଙ୍କୁ ଜଣାନଥିଲା । କିଛି ମିନିଟରେ ଦମ୍ପତ୍ତିଙ୍କ ଅନ୍ତରଙ୍ଗ ମୁହୂର୍ତ୍ତ କ୍ୟାମେରାରେ କଏଦ ହୋଇଥିଲା ଓ ପରେ ଏହା ସୋସିଆଲ ମିଡିଆରେ ଭାଇରାଲ ହୋଇଗଲା ।

ୱେବ୍ ମିଡିଆ ସଲ୍ୟୁସନର ରୋନାଲ୍ଡ ସ୍କେଣ୍ଡର କହିଛନ୍ତି ଯେ, ‘ପାନୋରାମା ଏବଂ ପାଣିପାଗ କ୍ୟାମେରାଗୁଡ଼ିକ କ୍ରମାଗତ ଭାବରେ ରେକର୍ଡ ପ୍ରସାରଣ କରନ୍ତି ନାହିଁ । ମାତ୍ର ଦୁର୍ଭାଗ୍ୟଜନକ କଥା ଏହି ଯୋଡ଼ିଙ୍କ ଫଟୋ ଭାଇରାଲ ହୋଇଗଲା । ଏହା ପ୍ରକୃତରେ ସଫ୍ଟୱେୟାର ତ୍ରୁଟି ଯୋଗୁ ହୋଇଛି । ସାଧାରଣତଃ କ୍ୟାମେରାକୁ ଏପରି ସ୍ଥିତିରେ ରଖାଯାଇଥାଏ ଯେ, ଏଠାକୁ ଆସୁଥିବା ଲୋକେ ଜାଣି ବି ପାରନ୍ତି ନାହିଁ । କ୍ୟାମେରା ବହୁତ ଦୂରରେ ଲାଗିଥାଏ । ଆମେ ଏମିତି ଭାବରେ କ୍ୟାମେରା ରଖିଥାଉ ଯେମିତି ଲୋକଙ୍କ ଚେହେରା ଚିହ୍ନା ନ ପଡୁ । ମାତ୍ର ସଫ୍ଟୱେୟାର ତ୍ରୁଟି ଯୋଗୁ ଏହି ଫଟୋ ଭାଇରାଲ ହୋଇଗଲା ।’

Get real time updates directly on you device, subscribe now.