fbpx

ଆଜିଠାରୁ ୧୮ରୁ ଉର୍ଦ୍ଦ ବ୍ୟକ୍ତି ବିଶେଷଙ୍କ ପାଇଁ ମାଗଣା ଟିକା

ନୂଆଦିଲ୍ଲୀ:  କୋରନାରେ ସମଗ୍ର ଦେଶ ହଇଚଇ ସୃଷ୍ଟି ହୋଇଛି । ଏହି ଭୟଙ୍କର ଭୂତାଣୁ ହଜାର ହଜାର ଲୋକଙ୍କର ଜୀବନ ନେଇ ସାରିଲାଣି । ତେବେ ଏଭଳି ପରିସ୍ଥିତିରେ ଜୀବନକୁ ରକ୍ଷା କରିବା ପାଇଁ ଏକ ମାତ୍ର ବିକଳ୍ପ ଟିକା ହିଁ ଜଣା ପଡିଛି ।

ଜୁନ ୨୧ ଅର୍ଥାତ୍ ଆଜିଠାରୁ କେନ୍ଦ୍ର ସରକାର ଦେଶର ପ୍ରତ୍ୟେକ ରାଜ୍ୟରେ ୧୮ ବର୍ଷରୁ ଅଧିକ ସମସ୍ତ ନାଗରିକଙ୍କୁ ମାଗାଣାରେ କରୋନା ଟିକା ପ୍ରଦାନ କରିବେ । ଭାରତ ସରକାର ନିଜେ କରୋନା ଭ୍ୟାକ୍ସିନ୍ ଉତ୍ପାଦନକାରୀଙ୍କ ଠାରୁ ମୋଟ୍ ଭ୍ୟାକ୍ସିନ୍ ଉତ୍ପାଦନର ୭୫ ପ୍ରତିଶତ କ୍ରୟ କରିବେ । ଏହାକୁ ରାଜ୍ୟ ସରକାରଙ୍କୁ ମାଗଣାରେ ଦେବେ । ଏଥି ସହିତ, ଭାରତରେ ତିଆରି ହେଉଥିବା ଭ୍ୟାକ୍ସିନ ମଧ୍ୟରୁ ୨୫ ପ୍ରତିଶତ ସିଧାସଳଖ ଘରୋଇ କ୍ଷେତ୍ରରେ ଥିବା ଡାକ୍ତରଖାନା ନେଇ ପାରିବ । ଏନେଇ ଏହି ବ୍ୟବସ୍ଥା ମଧ୍ୟ ଜାରି ରହିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚଳିତ ମାସରେ ଏହା ଘୋଷଣା କରିଛନ୍ତି । ସୂଚନା ଅନୁଯାୟୀ ଅନେକ ରାଜ୍ୟ ସରକାର ପରାମର୍ଶ ଦେଇଥିଲେ ଯେ ସେମାନଙ୍କୁ ସ୍ଥାନୀୟ ଆବଶ୍ୟକତା ଅନୁଯାୟୀ ସିଧାସଳଖ ଭ୍ୟାକ୍ସିନ କିଣିବା ସହ ସେମାନଙ୍କୁ ପ୍ରାଥମିକତା ଅନୁଯାୟୀ ବିତରଣ କରିବାକୁ ନଜନୀୟତା ଦିଆଯାଉ । ଏହା ପରେ ଭାରତ ସରକାର ନିର୍ଦ୍ଦେଶାବଳୀକୁ ସଂଶୋଧନ କରିଥିଲେ ।

ତେବେ ୧୮ ବର୍ଷରୁ ଅଧିକ ସମସ୍ତ ନାଗରିକଙ୍କୁ ପାଇଁ କେନ୍ଦ୍ର ରାଜ୍ୟମାନଙ୍କୁ ମାଗଣାରେ ଟିକା ପ୍ରଦାନ କରିବ । ଟିକା ଉତ୍ପାଦନକାରୀଙ୍କ ଠାରୁ କେନ୍ଦ୍ର ଟିକା ଉତ୍ପାଦନର ୭୫ ପ୍ରତିସତ କ୍ରୟ କରିବ । ଏହା ରାଜ୍ୟ ସରକାରଙ୍କୁ ମାଗଣାରେ ଦେବ । କୌଣସି ରାଜ୍ୟ ସରକାର ଟିକା ପାଇଁ କିଛି ଖର୍ଚ୍ଚ କରିବାକୁ ପଡିବନି । ଦେଶରେ ୧୮ ବର୍ଷରୁ ଅଧିକ ସମସ୍ତ ବ୍ୟକ୍ତି ସରକାରୀ ସୁବିଧା ଗୁଡିକରେ ଜୁନ ୨୧ରୁ ମାଗଣାରେ ଟିକା କରଣ କରିପାରିବେ । ଅବଶ୍ୟ ଅନେକ ରାଜ୍ୟ ୧୮-୪୪ ବର୍ଷ ବୟସର ଲୋକଙ୍କୁ ମାଗଣାରେ ଟିକା ପ୍ରଦାନ କରିସାରିଛନ୍ତି । ଘରୋଇ ଡାକ୍ତରଖାନା ଗୁଡିକ ଉତ୍ପାଦନକାରୀଙ୍କ ଠାରୁ ସିଧାସଳଖ ୨୫ ପ୍ରତିଶତ ଟିକା କ୍ରୟ ଜାରି ରଖିବେ । ତେବେ ବେସରକାରୀ ଡାକ୍ତରଖାନା ଗୁଡିକର ସେବା ଚାର୍ଜ ଟିକା ନିର୍ଦ୍ଧାରିତ ମୂଲ୍ୟ ଠାରୁ ଅଧିକ ଓ ଡୋଜ୍ ପ୍ରତି ୧୫୦ ଟଙ୍କା ହେବ । ଏହାର ତଦାରଖ କାର୍ଯ୍ୟ ରାଜ୍ୟ ସରକାରଙ୍କ ସହ ହେବ । ନାଗରିକମାନଙ୍କ ଦ୍ୱାରା ପ୍ରି-ବୁକିଂ କରିବା ପାଇଁ ରାଜ୍ୟଗୁଡିକରେ ସାଧାରଣ ସେବା କେନ୍ଦ୍ର ଓ କଲ୍ ସେଣ୍ଟରର ଉତ୍ତମ ବ୍ୟବହାର କରିପାରିବେ ।

Get real time updates directly on you device, subscribe now.