fbpx

ITBP ରେ ଭର୍ତ୍ତି ହେବାକୁ ଚାହୁଁଛନ୍ତି କି ? ଦରମା ୬୯ ହଜାର, ଆବେଦନ କରିବାର ୨୨ ଡିସେମ୍ବର ହେଉଛି ଶେଷ ତାରିଖ

ITBP ବା ଇଣ୍ଡୋ-ତିବ୍ଦତ ବର୍ଡର ପୋଲିସ ଫୋର୍ସରେ ଭର୍ତ୍ତି ହେବାକୁ ଚାହୁଁଥିଲେ ଆସିଛି ଖୁସିଖବର । ITBPରେ ଭର୍ତ୍ତି ପାଇଁ ଆବେଦନ ପ୍ରକ୍ରିୟା ଆଜିଠାରୁ ଆରମ୍ଭ ହେଉଛି। ଏଥିରେ ଆବେଦନ କେବଳ ଅନଲାଇନ ମାଧ୍ୟମରେ କରାଯିବ। ଏଥିପାଇଁ ଆପଣଙ୍କୁ ୱେବସାଇଟ୍‌ recruitment.itbpolice.nic.in କୁ ଯାଇ ଆବେଦନ କରିପାରିବେ ।

ଜରୁରୀ ତାରିଖ : ଏଠାରେ ଆବେଦନ କରିବାର ଶେଷ ତାରିଖ ୨୨ ଡିସେମ୍ବର ୨୦୨୨ରହିଛି। ଏହି ଭର୍ତ୍ତି ପାଇଁ ଉଭୟ ମହିଳା ଏବଂ ପୁରୁଷ ଆବେଦନ କରିପାରିବେ।

ପଦବୀ ବିବରଣୀ : ୨୮୭

କନେଷ୍ଟବଳ ଟ୍ରେଲର: ୧୮
କନେଷ୍ଟବଳ ଗାର୍ଡନର : ୧୬
କନେଷ୍ଟବଳ କୋବଲର : ୩୧
କନେଷ୍ଟବଳ ସଫେଇ କର୍ମଚାରୀ : ୭୮
କନେଷ୍ଟବଳ ଓ୍ଵାଶରମ୍ୟାନ: ୮୯
କନେଷ୍ଟବଳ ବାର୍ବର: ୫୫

ଶିକ୍ଷାଗତ ଯୋଗ୍ୟତା ଏବଂ ବୟସ ସୀମା :

କନେଷ୍ଟବଳ ଟେଲର, ଗାର୍ଡନର ଏବଂ କୋବଲର ପଦବୀ ପାଇଁ ପ୍ରାର୍ଥୀ ୧୦ମ ପାସ୍‌ କରିଥିବା ବେଳେ ଆଇଟିଆଇ ଡିପ୍ଲୋମା କରିଥିବା ଜରୁରୀ। ସେହିପରି ସଫେଇ କର୍ମଚାରୀ, ଓ୍ଵାଶରମ୍ୟାନ ଏବଂ ବାର୍ବର ପଦବୀ ପାଇଁ ୧୦ମ ପାସ୍‌ କରିଥିବା ପ୍ରାର୍ଥୀ ଆବେଦନ କରିପାରିବେ।

ଟେଲର, ଗାର୍ଡନର ଏବଂ କୋବଲର ପଦବୀ ପାଇଁ ବୟସ ସୀମା ୧୮ ରୁ ୨୩ ବର୍ଷ ହେବା ଜରୁରୀ। ସେହିପରି କନେଷ୍ଟବଳ ସଫେଇ କର୍ମଚାରୀ ଏବଂ ବାର୍ବର ପଦବୀ ପାଇଁ ବୟସ ସୀମା ୧୮ରୁ ୨୫ ବର୍ଷ ହେବା ଜରୁରୀ।

ଆବେଦନ ଶୁଳ୍କ : ଏହିସବୁ ପଦବୀରେ ଆବେଦନ କରିବା ପାଇଁ ଅଣ ସଂରକ୍ଷିତ, ଓବିସି, EWS ପ୍ରାର୍ଥୀ ୧୦୦ ଟଙ୍କା ରୋଜଗାର ଶୁଳ୍କ ଦେବେ । ସେହିପରି ଅନୁସୂଚିତ ଜାତି/ଜନଜାତି ଏବଂ ମହିଳା କିମ୍ବା ପୂର୍ବତନ କର୍ମଚାରୀ ନିଶୁଳ୍କ ଆବେଦନ କରିପାରିବେ ।

ଦରମା : ଚୟନ ହେବା ପ୍ରାର୍ଥୀଙ୍କୁ ପଦବୀ ଅନୁସାରେ ଦରମା ମିଳିବ। ତେବେ ୭ମ ବେତନ କମିଶନ ଅନୁଯାୟୀ, ମାସକୁ ୨୧,୭୦୦ରୁ ୬୯,୧୦୦ ଟଙ୍କା ପର୍ଯ୍ୟନ୍ତ ଦରମା ମିଳିପାରେ।

Get real time updates directly on you device, subscribe now.