fbpx

ବଡ ଖୁଲାସା; ବରୁଣଙ୍କୁ କାହିଁକି ମାରିଥିଲେ ସାନିଆଙ୍କ ମାଆ?

ମୁମ୍ବାଇ: ବଲିଉଡ ଅଭିନେତା ବରୁଣ ଧାୱନ ନିଜର ଷ୍ଟାଇଲ ଏବଂ ଅଭିନୟ ପାଇଁ ଖୁବ ଲୋକପ୍ରିୟ ହୋଇ ପାରିଛନ୍ତି । ତାଙ୍କର ଅନେକ ମୁଭି ସୁପର ହିଟ୍ ହୋଇଥିବା ବେଳେ ନିକଟରେ ଆଉ ଏକ ମୁଭି ‘ଭେଡିଆ’ ଆସିବାକୁ ଯାଉଛି । ଏନେଇ ବରୁଣ ତାଙ୍କ କୋ-ଷ୍ଟାର କିର୍ତ୍ତି ସେନନଙ୍କ ସହ ଫିଲ୍ମର ପ୍ରମୋଶନରେ ବ୍ୟସ୍ତ ଅଛନ୍ତି । ଏହାରି ମଧ୍ୟରେ ବରୁଣ ତାଙ୍କର ବ୍ୟକ୍ତିଗତ ଏବଂ ବୃତ୍ତିଗତ ଜୀବନ ବିଷୟରେ ମଧ୍ୟ କିଛି ରୋଚକ ତଥ୍ୟ ପ୍ରକାଶ କରୁଛନ୍ତି । ଯାହା ଜାଣିଲେ ଆପଣମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ ।

ତେବେ ବରୁଣ ନିକଟରେ ଏକ ସାକ୍ଷାତକାରରେ ତାଙ୍କ ଜୀବନରେ ଘଟିଥିବା ଏକ ଘଟଣା ବିଷୟରେ ପ୍ରକାଶ କରିଛନ୍ତି, ଯାହା ଟେନିସ ଖେଳାଳି ସାନିଆ ମିର୍ଜାଙ୍କ ସହ ଜଡିତ । ଅଭିନେତା ବରୁଣ ଧାୱନ ୟୁଏଇରେ ‘ଭେଡିଆ’ ମୁଭିର ପ୍ରମୋଶନ କରିଛନ୍ତି । ସେଠାରେ ଏକ ସାକ୍ଷାତକାର ସମୟରେ, ବରୁଣ ତାଙ୍କ ପ୍ରଥମ ଦରମା ବିଷୟରେ ପ୍ରକାଶ କରିଥିବାବେଳେ ଆଉ ଏକ ବ୍ୟକ୍ତିଗତ କଥା ମଧ୍ୟ ସେ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ, ଟେନିସ ଖେଳାଳୀ ସାନିଆ ମିର୍ଜାଙ୍କୁ ସେ ଖୁବ ପସନ୍ଦ କରୁଥିଲେ । ବରୁଣ ପ୍ରଥମ ଥର ପାଇଁ ଏକ ବିଜ୍ଞାପନ ସୁଟିଂ ସମୟରେ ସାନିଆଙ୍କୁ ଭେଟିଥିଲେ । ଯଦିଓ ସେମାନଙ୍କର ପ୍ରଥମ ସାକ୍ଷାତ ଭଲ ନଥିଲା ତାଥାପି ବରୁଣ ସାନିଆଙ୍କୁ ଖୁବ ପସନ୍ଦ କରୁଥିଲେ । ତେବେ ଏହି କଥା ଯେତେବେଳେ ସାନିଆଙ୍କ ମା ଜାଣିପାରିଥିଲେ ସେତେବେଳେ ସେ ରାଗି ଯାଇଥିଲେ ଏବଂ ମାଡ ମଧ୍ୟ ମାରିକୁ ଚେଷ୍ଟା କରିଥିଲେ । କିନ୍ତୁ ଠିକ ସମୟରେ ସାନିଆ ସେଠାରେ ପହଞ୍ଚି କଥା ସମ୍ଭାଳି ନେଇଥିଲେ । ତେବେ ବରୁଣ ଏହି ସବୁ କଥା ମଜାଳିଆ ଢଙ୍ଗରେ କହିଥିବା ଜଣାପଡିଛି ।

ସେହିପରି ବରୁଣ ତାଙ୍କ ଦରମା ବିଷୟରେ ମଧ୍ୟ ଖୁଲାସା କରିଛନ୍ତି ।ତେବେ ‘କୁର୍ଲି ଟେଲ୍ସ ମିଡିଲ୍ ଇଷ୍ଟ’ ଶୋରେ ଯେତେବେଳେ ବରୁଣଙ୍କୁ ତାଙ୍କର ପ୍ରଥମ ଦରମା ବିଷୟରେ ପଚରାଗଲା, ସେ କହିଥିଲେ ଯେ ସେ ମୁକୁଲ ଆନନ୍ଦଙ୍କ ପ୍ରଡକ୍ସନ୍ ହାଉସରେ କାମ କରୁଥିଲେ । ଯାହା ଏକ ବିଜ୍ଞାପନ ସୁଟ୍ ଅଟେ । ତେବେ ଏଠାରେ ସେ କାମ କିରିବା ପରେ ତାଙ୍କୁ ୫୦୦୦ ଟଙ୍କା ଦରମା ମିଳିଥିଲା । ଯାହାକି ତାଙ୍କର ପ୍ରଥମ ରୋଜଗର ବୋଲି ସେ କହିଥିଲେ ।

Get real time updates directly on you device, subscribe now.