fbpx

ଆମେରିକାର ୱାଲମାର୍ଟ ଷ୍ଟୋରରେ ଭୟଙ୍କର ଗୁଳିକାଣ୍ଡ: ୧୦ ମୃତ

ନୂଆଦିଲ୍ଲୀ: ପୁଣିଥରେ ଆମେରିକାରେ ଗୁଳି ବିନିମୟ ଘଟଣା ସାମ୍ନାକୁ ଆସିଛି । ୱର୍ଜିନିଆ ସ୍ଥିତ ୱାଲମାର୍ଟ ଷ୍ଟୋରରେ ଭୟଙ୍କର ଗୁଳି ବିନିମୟର ଘଟଣା ଘଟିଥିବା ଜଣା ପଡ଼ିଛିି । ଏପର୍ଯ୍ୟନ୍ତ ଏହି ଗୁଳି ବିନିମୟରେ ଅତି କମରେ ୧୦ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ସ୍ଥାନୀୟ ପୋଲିସର ସୂଚନା ଅନୁସାରେ ମଙ୍ଗଳବାର ରାତିରେ ଜଣେ ବ୍ୟକ୍ତି ହଠାତ ଦୋକାନ ଭିତରକୁ ପଶି ଗୁଳି ଚଳାଇବା ଆରମ୍ଭ କରିଥିଲେ । ତେବେ ସୂଚନା ପାଇବା ମାତ୍ରେ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା ଏବଂ କିଛି ସମୟ ପରେ ଆକ୍ରମଣକାରୀଙ୍କ ମୃତଦେହ ମିଳିଥଲା ।

ପୋଲିସର ସୂଚନାନୁସାରେ, ମଙ୍ଗଳବାର ରାତି ପ୍ରାୟ ୧୦ଟା ୧୨ମିନିଟ ସମୟରେ ୱାଲମାର୍ଟ ଭିତରେ ଗୁଳି ଚଳାଇଥିବାର ଖବର ପୋଲିସ ପାଇଥିଲା । ଏହା ପରେ ପୋଲିସ ଟିମ୍ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଦୋକାନକୁ ଘେରି ରହିଥିଲେ । ଯେତେବେଳେ ପୋଲିସର ଏକ ଟିମ ଦୋକାନ ଭିତରକୁ ପ୍ରବେଶ କରିଥିଲା, ଗୁଳି ଚଳାଇଥିବା ବ୍ୟକ୍ତି ଜଣଙ୍କ ମରିଯାଇଥିଲେ । ଏହି ଗୁଳି ବିନିମୟରେ ଦଶ ଜଣଙ୍କର ମୃତ୍ୟୁ ହୋଇଥିବା ପୋଲିସ କହିଛି । ଏହି ସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା ମଧ୍ୟ ରହିଛି । ଏଥି ସହିତ, ଏପର୍ଯ୍ୟନ୍ତ ସୁଟର ନିଜକୁ ଗୁଳି କରି ହତ୍ୟା କରିଛି ନା ପୋଲିସ ଗୁଳିର ଶିକାର ହୋଇଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ପୋଲିସ କହିଛି ଯେ ଆକ୍ରମଣକାରୀ ପୋଲିସ ଉପରେ ଗୁଳି ଚଳାଇ ନାହିଁ । ଏହି ଗୁଳି ବିନିମୟରେ ୱାଲମାର୍ଟ ମଧ୍ୟ ଦୁଃଖ ପ୍ରକାଶ କରିଛି ।

Get real time updates directly on you device, subscribe now.