fbpx

(Video)ଭାରତ-ଚୀନ୍ ସୀମାରେ ଶକ୍ତି ଦେଖାଇଲେ ITBP ଯବାନ, ବରଫ ଭିତରେ ଫଶି ଦେଶବାସୀଙ୍କୁ ଜଣାଇଲେ ଗଣତନ୍ତ୍ର ଦିବସର ଅଭିନନ୍ଦନ

ନୂଆଦିଲ୍ଲୀ: ଦେଶର ୭୫ ତମ ଗଣତନ୍ତ୍ର ଦିବସ ଅବସରରେ ଭାରତ–ଚୀନ୍ ସୀମାରେ ବରଫାବୃତ୍ତ ଅଞ୍ଚଳରେ ନିୟୋଜିତ ଯବାନମାନେ ଦେଶବାସୀଙ୍କ ଲାଗି ଶୁଭକାମନା ଜଣାଇଛନ୍ତି । ହାତରେ ତ୍ରିରଙ୍ଗା ଧରି ଭାରତ-ତିଦ୍ଦତ ସୀମା ସୁରକ୍ଷା ବଳ (ITBP) ଯବାନମାନେ ପ୍ରବଳ ଥଣ୍ଡା ଓ ବରଫ ଭିତରେ ଭାରତ ମାତାର ଜୟକାର କରିବା ସହିତ ଏକ ଭିଡିଓ ସେୟାର କରିଛନ୍ତି । ଭାରତର ଏହି ହିମବୀରମାନେ ପ୍ରବଳ ଥଣ୍ଡାକୁ ଖାତିର ନ କରି ବରଫ ପାହାଡ ଉପରେ ଛିଡା ହୋଇ ୭୫ତମ ସ୍ୱାଧୀନତା ଦିବସକୁ ବେଶ୍ ଉତ୍ସାହର ସହ ମନାଇଛନ୍ତି । ସେମାନଙ୍କ ହାତରେ ରହିଛି ରାଇଫଲ ଓ ତ୍ରିରଙ୍ଗା ।

ଏଏନଆଇ ପକ୍ଷରୁ ଭାରତୀୟ ଯବାନଙ୍କ ଏହି ହୃଦୟସ୍ପର୍ଶୀ ଭିଡିଓ ଟୁଇଟରରେ ସେୟାର କରାଯାଇଛି । ଏଥିରେ ଭାରତମାତାର ବୀର ପୁତ୍ରଙ୍କ ଅଦ୍ଭୁତ ସାହସ ଓ ଦେଶପାଇଁ ନିଜକୁ ଉତ୍ସର୍ଗ କରିବାର ମନୋଭାବନା ସ୍ପଷ୍ଟ ପ୍ରତୀୟମାନ ହେଉଛି । ଏମାନେ ସମସ୍ତେ ଏକ ସ୍ୱରରେ ଭାରତ ମାତାର ଜୟ ଜୟକାର କରୁଥିବାର ଦେଖିବାକୁ ମିଳୁଛି । ଏହି ସମୟରେ ଯବାନଙ୍କ ଗୋଡ ପ୍ରାୟ ୧ରୁ ଦେଢ ଫୁଟ ପର୍ଯ୍ୟନ୍ତ ବରଫ ମଧ୍ୟରେ ଫସିରହିଛି । ଏଥିରୁ ଅନୁମାନ କରିହେଉଛି କି ଆମ ବୀର ଯବାନମାନେ କିପରି ପରିସ୍ଥିତିରେ ଦେଶ ପାଇଁ ଲଢୁଛନ୍ତି ।

Get real time updates directly on you device, subscribe now.