ଜର ଦାଉରେ ତାଟିଆ କାମୁଡ଼ୁଛନ୍ତି… ଆମ ପାଇଁ ମୋହନ ମାଝୀ ସାର୍ ଅଛନ୍ତି, ଠେଙ୍ଗା ଧରି ଦାଦାଗିରି ଚଳିବ ନାହିଁ
ମନ୍ଦିରରେ ଲାଗିଛି ଅନ୍ତରଙ୍ଗ ଫଟୋ । ଭାଷା ନ ଶୁଣିଲେ ରଥ ଗଡ଼ୁନି । ଆଧୁନିକ ଗୀତ ବାଜିଲେ ମହାତାଣ୍ଡବ ହେବ ।
ଓଡ଼ିଶା ଭାସ୍କର: ଆରମ୍ଭ ହୋଇଯାଇଛି ଖଣ୍ଡଗିରି ମେଳା । ଚଳିତବର୍ଷ ଖଣ୍ଡଗିରି ମେଳା ଚର୍ଚ୍ଚାରେ ରହିଛି । ଯାତ୍ରାରେ ଅଶ୍ଳୀଳ ନୃତ୍ୟକୁ ବିରୋଧ କରାଯାଇଛି । ନିକଟରେ ଏକାମ୍ର ବିଧାୟକ ବାବୁ ସିଂ ନିକଟରେ ଠେଙ୍ଗା ପୂଜା କରିଛନ୍ତି ।
ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର୍ ଧରିଛି । ଓଡ଼ିଆ ସଂସ୍କୃତି ରକ୍ଷା ପାଇଁ ବାବୁ ସିଂ ଠେଙ୍ଗା ଧରିଥିବାବେଳେ ତାଙ୍କ ଠେଙ୍ଗା ଦେଖି ଡରିଯାଇଛନ୍ତି ଆଇଟମ୍ ଗାର୍ଲ । ବିଧାୟକ କହିଛନ୍ତି, ଯାତ୍ରାରେ ଅଶ୍ଳୀଳ ନୃତ୍ୟ ପରିବେଶଣ କଲେ, ଠେଙ୍ଗା ପାହାର ବସିବ ।
ସାହୁ ଭାଉଜ: ଏ ନେଇ ଖଣ୍ଡଗିରି ମେଳା ଯାତ୍ରାକୁ ବ୍ୟାନ୍ ହୋଇଥିବା ଆଇଟମ୍ ଗାର୍ଲଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ଆମ ପାଇଁ ମୋହନ ମାଝୀ ସାର ଅଛନ୍ତି । ବାବୁ ସିଂ ତାଙ୍କ କଥା ବୁଝନ୍ତୁ । ଠେଙ୍ଗା ଧରି ସେମାନେ ଦାଦାଗିରି କରୁଛନ୍ତି । ଅଶ୍ଳୀଳ ଭାଷା ନ ଶୁଣିଲେ ରଥ ଗଡ଼ୁ ନ ଥିବାବେଳେ ମନ୍ଦିରରେ ଅନ୍ତରଙ୍ଗ ଫଟୋ ଲାଗୁଛି । ଠେଙ୍ଗାଧରି ସେମାନେ କିଛି କରିପାରିବେ ନାହିଁ ବୋଲି କହିଛନ୍ତି ସହୁ ଭାଉଜ ।
ରାଣୀ: ବାବୁ ସିଂ ଠେଙ୍ଗା ଧରି ଆଇନକୁ ନିଜ ହାତ ମୁଠାକୁ ନେଇଛନ୍ତି । ଯାତ୍ରାରେ ଯଦି ଭଜନ ଛଡ଼ା ଆଧୁନିକ ଗୀତ ବାଜେ କିମ୍ବା ଦ୍ୱିଅର୍ଥ ବୋଧକ କମେଡି କରାଯାଏ ତେବେ ମହାତାଣ୍ଡବ କରିବା ନେଇ ରାଣୀ ପ୍ରିୟଦର୍ଶନୀ ଚେତାବନୀ ଦେଇଛନ୍ତି ।
ଖଣ୍ଡଗିରି ମେଳା ଆରମ୍ଭ ହୋଇସାରିଛି । ଲୋକମାନେ ବେଶ୍ ଉତ୍ସାହର ସହ ଶୃଙ୍ଖଳିତ ଭାବେ ମେଳା ବୁଲୁଛନ୍ତି । ୬ ତାରିଖରୁ ଯାତ୍ରା ଆରମ୍ଭ ହେବାକୁ ଯାଉଛି । ଓଡିଶାର ୩ ଆଇଟମ୍ ଗାର୍ଲଙ୍କୁ ବ୍ୟାନ୍ କରାଯାଇଥିବାବେଳେ ଯାତ୍ରାରେ ନୃତ୍ୟ ପରିବେଶଣ ନେଇ ଆଉ କୌଣସି ନୂଆ ଗାଇଡ୍ ଲାଇନ୍ ଆସିନାହିଁ ।