fbpx

ଲାଞ୍ଚୁଆ ଆଇଟିଆଇ କଲେଜ ପ୍ରିନ୍ସିପାଲ ଗିରଫ

ନୂଆପଡ଼ା, ୧୮ା୮(ଓଡ଼ିଶା ଭାସ୍କର): ନୂଆପଡ଼ା ଖରିଆର ରୋଡ଼୍ ଆଇଟିଆଇ କଲେଜ ପ୍ରନ୍ସିପାଲ ଗିରଫ ହୋଇଥିବା ସୂଚନା ମିଳିଛି । ପ୍ରିନ୍ସିପାଲ ବିଭୂତି ଭୂଷଣ ସାହୁଙ୍କୁ ଗିରଫ କରିଛି ଜୟପୁର ଭିଜିଲାନ୍ସ । ସେହି କଲେଜର କର୍ମଚାରୀ ମଣ୍ଟୁ ମହାନନ୍ଦଙ୍କଠାରୁ ଲାଞ୍ଚ ନେଇଥିବା ଅଭିଯୋଗରେ ସେ ଗିରଫ ହୋଇଛନ୍ତି । ଚାକିରିର ନବୀକରଣ କରିବା ପାଇଁ ୩୦ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ତାଙ୍କୁ ଗିରଫ କରିଛି ଭିଜିଲାନ୍ସ ।

Get real time updates directly on you device, subscribe now.