fbpx

(Video) ବିଶ୍ୱାସ ନହେଲେ ବି ସତ! ରାଜଧାନୀରେ ମିଳୁଛି ମାଗଣା ବିରିୟାନୀ, ଲୋକଙ୍କର ଧାଡ଼ି ଲମ୍ବିଛି

Advertisement

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜିକାଲିର ସମୟରେ କୌଣସି ଜିନିଷ ମାଗଣାରେ ମିଳେ ନାହିଁ । ଏପରିକି ପାଣି ଓ ପବନ ପାଇଁ ମଧ୍ୟ ପଇସା ଦେବାକୁ ପଡ଼େ । ଏକଥା ଆପଣମାନେ ଭଲ ଭାବରେ ଜାଣିଥିବେ । ତେବେ ଏଭଳି ସମୟରେ କିଛି ସହୃଦୟ ବ୍ୟକ୍ତି ରହିଛନ୍ତି ଯେଉଁମାନେ ଅନ୍ୟମାନଙ୍କର ମଙ୍ଗଳ କାମନା କରିବା ସହିତ ମାଗଣାରେ ଖାଇବାକୁ ଦେଉଛନ୍ତି । ରାଜଧାନୀରେ ମିଳୁଛି ମାଗଣା ବିରିୟାନୀ । ଏହା ବିଶ୍ୱାସ ନହେଲେ ବି ସମ୍ପୂର୍ଣ୍ଣ ସତ କଥା । ଏହି ବିରିୟାନୀ ଖାଇବାକୁ ଲୋକଙ୍କର ଭିଡ଼ ଜମୁଥିବା ଦେଖାଯାଉଛି ।

ପ୍ରକୃତ କଥା ହେଉଛି, ଓଡ଼ିଶା ମୋଟର୍ସ ପକ୍ଷରୁ ଏଭଳି ଏକ ଭିନ୍ନ ପ୍ରୟାସ କରାଯାଇଛି । ରାଜି ରବିବାର ହୋଇଥିବା ବେଳେ ରଜ ଅବସରରେ ଗରିବ ଲୋକଙ୍କ ପାଇଁ ଅଣ୍ଡା ବିରିୟାନୀର ବ୍ୟବସ୍ଥା କରାଯାଇଥିଲା । ଗତ ୩-୪ ମାସ ହେଲା ଏହି ସଂସ୍ଥା ତରଫରୁ ଲୋକଙ୍କୁ ମାଗଣାରେ ଖାଦ୍ୟ ଦିଆଯାଇ ଆସୁଛି । ପ୍ରତି ଗୁରୁବାର ଓ ରବିବାର ଦିନ ଲୋକମାନଙ୍କୁ ମାଗଣାରେ ଖାଦ୍ୟ ଦିଆଯାଉଛି । ଅଖିଳ ଭାରତୀୟ ଚିକିତ୍ସା ବିଜ୍ଞାନ ପ୍ରତିଷ୍ଠାନ (ଏମ୍ସ) ପରିସରରେ ଏହି ମାଗଣା ଖାଦ୍ୟର ଆୟୋଜନ କରାଯାଇଥିବା ବେଳେ ଏହାଦ୍ୱାରା ବହୁ ରୋଗୀ ଓ ରୋଗୀଙ୍କ ସମ୍ପର୍କୀୟମାନେ ବିଶେଷ ଭାବେ ଉପକୃତ ହୋଇପାରୁଛନ୍ତି ।

Get real time updates directly on you device, subscribe now.