fbpx

ମାମଲା ଶୁଣି ପୁଲିସ ମଧ୍ୟ ଆଶ୍ଚର୍ଯ୍ୟ: ୮୦ ବର୍ଷୀୟ ବୃଦ୍ଧଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଲେ ୬୫ ବର୍ଷୀୟ ମହିଳା

ନୂଆଦିଲ୍ଲୀ: ୮୦ ବର୍ଷ ବୟସରେ କରିଛନ୍ତି ଦୁଷ୍କର୍ମ ଉଦ୍ୟମ । ଏମିତି ଏକ ଅଭାବନୀୟ ଘଟଣା ଘଟିଛି ମଧ୍ୟପ୍ରଦେଶର ଜବଲପୁରରେ । ୮୦ ବର୍ଷୀୟ ବୃଦ୍ଧ ତାଙ୍କୁ ଦୁଷ୍କର୍ମ ଉଦ୍ୟମ କରିଥିବା ନେଇ ଅଭିଯୋଗ ହେବା ପରେ ପୋଲିସ ମାମଲା ରୁଜୁ କରି ସନ୍ଧାନ ଜାରି ରଖିଛି । ନାଗପୁରର ଏହି ମହିଳା ଜଣଙ୍କ ମଧ୍ୟପ୍ରଦେଶରେ ଘରଭଡା ନେଇ ରୁହନ୍ତି । ରହିବା ସମୟରେ ୮୦ ବର୍ଷୀୟ ବୃଦ୍ଧଙ୍କ ସହିତ ତାଙ୍କର ପରିଚୟ ହୁଏ । ବୃଦ୍ଧ ଜଣଙ୍କ ନିୟମିତ ତାଙ୍କ ଘରକୁ ଆସୁଥିବା ବେଳେ ତାଙ୍କ ଅନିଚ୍ଛା ସତ୍ତେ୍ୱ ବଳପୂର୍ବକ ସମ୍ପର୍କ ସ୍ଥାପନ କରିଥିଲେ ।

ଏହାପରେ ବୃଦ୍ଧ ଜଣଙ୍କ ନିୟମିତ ଭାବରେ ତାଙ୍କୁ ଦୁଷ୍କର୍ମ କରିଥିଲେ । ତେବେ ଏପରି ବ୍ୟବହାରରେ ଅତିଷ୍ଠ ହୋଇ ବୃଦ୍ଧା ଜଣଙ୍କ ପୋଲିସର ଦ୍ୱାରସ୍ଥ ହୋଇଥିଲା । ମାମଲା ଶୁଣିବା ପରେ ପୋଲିସ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଯାଇଥିଲା । ପୋଲିସ ଏଫଆଇଆର ରୁଜୁ କରି ମାମଲାର ଯାଞ୍ଚ କରୁଥିବା ବେଳେ ବୃଦ୍ଧ ଜଣଙ୍କ ବର୍ତ୍ତମାନ ଫେରାର ଅଛନ୍ତି ।

Get real time updates directly on you device, subscribe now.