fbpx

Video; ମୋମୋସ୍ ତିଆରି ପାଇଁ ପାଦରେ ଚକଟା ହେଉଛି ମଇଦା, ଦେଖନ୍ତୁ କିପରି ଲୋକଙ୍କ ବିଶ୍ୱାସ ସହ ଖେଳୁଛନ୍ତି ଦୋକାନୀ

ଜବଲପୁର: ବର୍ତ୍ତମାନର ଯୁବପିଢ଼ିଙ୍କ ମଧ୍ୟରେ ଏକ ଲୋକପ୍ରିୟ ଖାଦ୍ୟ ପାଲଟିଛି ମୋମୋସ୍। ରାସ୍ତା କଡ଼ରେ ଥିବା ଠେଲା ଗାଡ଼ିରେ ଦେଖିବାକୁ ମିଳୁଛି ପ୍ରବଳ ଭିଡ଼। ଯଦି ଅପଣ କିମ୍ୱା ଆପଣଙ୍କର କେହି ପ୍ରିୟ ଜନ ମୋମୋ ଖାଇବାକୁ ଭଲ ପାଆନ୍ତି, ତେବେ ହୋଇଯାଆନ୍ତୁ ସାବଧାନ। ପାଦରେ ଚକଟା ହେଇଛି ମଇଦା। ଏପରି ମଇଦା ଚକଟା ହେଉଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଏହି ଭିଡିଓ ସାମ୍ନାକୁ ଆସିବା ପରେ ପୋଲିସ-ପ୍ରଶାସନରେ ମଧ୍ୟ ହଇଚଇ ସୃଷ୍ଟି ହୋଇଛି। ଜବଲପୁର ପୋଲିସ ଏହି ମାମଲାକୁ ଗ୍ରହଣ କରିଛି। ୨୨ ସେକେଣ୍ଡର ଏହି କ୍ଲିପ୍ ରେ ଦେଖିବାକୁ ମିଳୁଛି ଯେ ମୋମୋ ତିଆରି କରିବାରେ ସ୍ୱଚ୍ଛତା ପ୍ରତି ଧ୍ୟାନ ଦିଆଯାଉନାହିଁ। ସ୍ୱଚ୍ଛତା ମାନପ୍ରତି ଧ୍ୟାନ ନଦେବା ଦ୍ୱାରା ଖାଦ୍ୟ ପଦାର୍ଥ ଅସୁସ୍ଥ ହୋଇପାରେ।

ଏପରି ମୋମୋ ଆପଣଙ୍କୁ ଡାକ୍ତରଖାନା ମଧ୍ୟ ନେଇଯାଇପାରେ। ଭିଡିଓରେ ଯୁବକ ଜଣକ ନିଜ ପାଦରେ ମୋମୋ ପାଇଁ ଅଟା ଗୁଣ୍ଡୁଥିବାର ଦେଖିବାକୁ ମିଳିଛି। ଏହା ସ୍ପଷ୍ଟ ଯେ ମୋମୋ ତିଆରି କରିବା ସମୟରେ ଲୋକଙ୍କ ସ୍ୱାସ୍ଥ୍ୟ ସହ ଖେଳାଯାଉଛି। କେହି ଜଣେ ଭିଡିଓ ତିଆରି କରି ସୋସିଆଲ ମିଡିଆରେ ଭାଇରାଲ କରିଥିଲେ। ଭିଡିଓ ଭାଇରାଲ ହେବା ପରେ ସ୍ଥାନୀୟ ଲୋକେ ଥାନାରେ ଅଭିଯୋଗ କରିଥିଲେ।

ଲୋକଙ୍କ ଅଭିଯୋଗ କ୍ରମେ ବରଗଡ଼ ପୁଲିସ ଏକ ମାମଲା ରୁଜୁ କରିଛି। ଭିଡିଓରେ ଦେଖାଯାଉଥିବା ଯୁବକଙ୍କ ପରିଚୟ ମିଳିଛି ବୋଲି ପୁଲିସ ଅଧିକାରୀ କହିଛନ୍ତି। ଚିହ୍ନଟ ହେବା ପରେ ଦୁଇ ଜଣଙ୍କୁ ଅଟକ ରଖାଯାଇଛି। ଅଭିଯୁକ୍ତମାନେ ହେଲେ ରାଜକୁମାର ଗୋସ୍ୱାମୀ ଓ ସଚିନ ଗୋସ୍ୱାମୀ।

ଯୋଧପୁରରେ ରହୁଥିବା ଏହି ଦୁଇ ଯୁବକ ଥାନା ନିକଟରେ ଏକ ମୋମୋ ଦୋକାନ ଖୋଲିଥିଲେ। ରାଜକୁମାର ଗୋସ୍ୱାମୀ ଓ ସଚିନ ଗୋସ୍ୱାମୀ ରାଜସ୍ଥାନରୁ ଆସି ମୋମୋ ବିକ୍ରି ବ୍ୟବସାୟ କରନ୍ତି। ପୋଲିସ ଏକ ରିପୋର୍ଟ ପ୍ରସ୍ତୁତ କରି ଘଟଣାର ତଦନ୍ତ ପାଇଁ ଖାଦ୍ୟ ବିଭାଗକୁ ପଠାଇଛି।

 

Get real time updates directly on you device, subscribe now.