fbpx

ବାଲେଶ୍ୱରରେ ବିଲୁଆ ଆତଙ୍କ : ଆକ୍ରମଣରେ ୧୧ ଆହତ

Advertisement

ବାଲେଶ୍ୱର: ବିଲୁଆ ଆକ୍ରମଣରେ ୧୧ ଜଣ ଆହତ ହୋଇଥିବା ଖବର ସାମ୍ନାକୁ ଆସିଛି । ଘଟଣାଟି ବାଲେଶ୍ୱର ଜିଲ୍ଲାର ସିନାରୀ ପଞ୍ଚାୟତରେ ଘଟିଛି। ତେବେ ଏହା ସାଧାରଣ ଲୋକମାନଙ୍କ ମନରେ ଏକ ଭୟ ସୃଷ୍ଟି କରିଛି ।

ଗ୍ରାମବାସୀଙ୍କ କହିବା ଅନୁସାରେ, ଗତକାଲି ସଂଧ୍ୟାରେ କୋକିଶିଆଳିଟି ପାଖ ଜଙ୍ଗଲରୁ ହଠାତ ଗାଁ ଭିତରକୁ ପଶି ଆସିଥିଲା । ତେବେ ତା’କୁ ଦେଖି ଗ୍ରାମବାସୀ ଭୟ ପାଇ ଯାଇଥିଲେ । ଏପରି ସ୍ଥିତିରେ ବିଲୁଆଟି ଆହୁରି ଡରି ଏପରି କାମୁଡ଼ିବାକୁ ଗୋଡ଼ାଇଥିଲା । ଏପରିକି ସ୍ଥାନୀୟ ବାସିନ୍ଦାଙ୍କୁ ମଧ୍ୟ କ୍ଷତାକ୍ତ କରିଥିବା ସୂଚନା ମିଳିଛି । ତେବେ ଏହି ଆକ୍ରମଣରେ ପ୍ରାୟ ୧୧ ଜଣ ଶିକାର ହୋଇଥିବା ଜଣାପଡ଼ିଛି ।

ସେମାନଙ୍କ ମଧ୍ୟରୁ କିଛିଜଣଙ୍କ ପରିଚୟ ମିଳିପାରିଛି । ସେମାନେ ହେଲେ ଗଜେନ୍ଦ୍ର ଜେନା(୮୫), ଚୈତନ୍ୟ ପାତ୍ର(୬୫), କବିତା ପାତ୍ର(୪୦), ଶାନ୍ତିଲତା ପ୍ରଧାନ(୭୫), ପଣ୍ଡାରୀ କକ୍ଷା ମିଶ୍ର(୪୨), ସୁଲୋଚନା ପ୍ରଧାନ(୩୫) ଏବଂ ବାସନ୍ତୀ ପାତ୍ର(୪୦) । ତେବେ ଆହତମାନଙ୍କୁ ଜଳେଶ୍ୱର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇ ସେମାନଙ୍କର ଚିକିତ୍ସା କରାଯାଉଛି ।

ସ୍ଥାନୀୟ ବାସିନ୍ଦା ଜୟନ୍ତ କୁମାର ପାତ୍ରଙ୍କ ବିବୃତ୍ତି ଅନୁଯାୟୀ, ଗତକାଲି ଅପରାହ୍ଣ ୩ଟା ବେଳେ ସେମାନେ ସମସ୍ତେ ବଜାରରେ ଥିଲେ । । ହଠାତ ବିଲୁଆଟି ଗାଁ ବଜାର ଭିତରକୁ ପଶି ଆସିଥିଲା । ସେ ପ୍ରଥମେ ଏକ ବାଛୁରୀ ଉପରେ ଆକ୍ରମଣ କରିବା ପରେ ଜଣେ ମହିଳାଙ୍କ ଉପରେ ଆକ୍ରମଣ କରିଥିଲା । ତେବେ ଏହି ଆକ୍ରମଣରେ ପ୍ରାୟ ୧୧ ଜଣ ଆହତ ହୋଇଛନ୍ତି । ଏହି ଘଟଣା ପରେ ସ୍ଥାନୀୟ ବାସିନ୍ଦାଙ୍କ ମନରେ ଏକ ଭୟ ସୃଷ୍ଟି ହୋଇଯାଇଛି ।

Get real time updates directly on you device, subscribe now.