fbpx

ବିଶ୍ୱକପରେ ହେବ ଭାରତ-ପାକିସ୍ତାନ ଲଢ଼େଇ? ବାଂଲାଦେଶର ପରାଜୟ ସୃଷ୍ଟି କଲା ନୂଆ ସୁଯୋଗ

Advertisement

ନୂଆଦିଲ୍ଲୀ: ସମୟ ଯେତିକି ଗଡ଼ୁଛି ଚଳିତ ଦିନିକିଆ ବିଶ୍ୱକପ ସେତିକି ରୋମାଞ୍ଚକର ହେବାରେ ଲାଗିଛି । ଭାରତ ଓ ଦକ୍ଷିଣ ଆଫ୍ରିକା ପଏଣ୍ଟ ଟେବୁଲର ପ୍ରଥମ ଓ ଦ୍ୱିତୀୟ ସ୍ଥାନରେ ରହି ସେମିଫାଇନାଲ ପାଇଁ ନିଜର ସ୍ଥାନ ଏକପ୍ରକାର ପକ୍କା ସାରିଛନ୍ତି । ମାତ୍ର ୩ୟ ଓ ଚତୁର୍ଥ ସ୍ଥାନ ପାଇଁ ଏକାଧିକ ଟିମ ଏବେ ବି ସଂଘର୍ଷ ଚଳାଇଛନ୍ତି । ତେବେ ଏହା ମଧ୍ୟରେ ବାଂଲାଦେଶକୁ ୭ ୱିକେଟରେ ହରାଇବା ପରେ ପାକିସ୍ତାନର ସେମି ଆଶା ଉଜ୍ଜୀବିତ ହୋଇଛି ।

ସାଧାରଣ ଭାରତ ଭାରତ-ପାକିସ୍ତାନ ମ୍ୟାଚ ଦେଖିବାକୁ ସାରା ବିଶ୍ୱର କ୍ରୀଡ଼ାପ୍ରେମୀ ପାଗଳ ହୋଇଥାନ୍ତି । ନିକଟରେ ଏହି ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ମୁହାଁମୁହିଁ ହୋଇଥିବା ବେଳେ ପାକିସ୍ତାନ ପରାଜୟ ବରଣ କରିଥିଲା । ତେବେ ଯଦି ସବୁକିଛି ଠିକଠାକ ହୁଏ, ତେବେ ସେମିଫାଇନାଲ କିମ୍ବା ଫାଇନାଲରେ ପୁଣି ଥରେ ଭାରତ-ପାକ୍ ଟକ୍କର ହୋଇପାରେ । ମାତ୍ର ପାକିସ୍ତାନର ଏହି ଆଶା ଏତେ ସହଜ ହୋଇନପାରେ । ଏଥିପାଇଁ ପାକିସ୍ତାନକୁ ଅନ୍ୟ ଦେଶ ଉପରେ ନିର୍ଭର କରିବାକୁ ପଡ଼ିବ ।

ପାକିସ୍ତାନ ଏବେ ୭ଟି ମ୍ୟାଚରୁ ୩ଟି ବିଜୟ ସହ ମୋଟ ୬ ପଏଣ୍ଟ ହାସଲ କରିଛି । ଅନ୍ୟ ପକ୍ଷରେ ନ୍ୟୁଜିଲାଣ୍ଡ ଓ ଅଷ୍ଟ୍ରେଲିଆ ୬ଟି ମ୍ୟାଚରୁ ୮ ପଏଣ୍ଟ ପାଇ ତୃତୀୟ ଓ ଚତୁର୍ଥ ସ୍ଥାନରେ ରହିଛନ୍ତି । ଯଦି ଏହି ଦୁଇଟି ଟିମ ମଧ୍ୟରୁ ଗୋଟିଏ ଟିମ୍ ଖରାପ ପ୍ରଦର୍ଶନ କରେ ତେବେ ପାକିସ୍ତାନ ପାଇଁ ବଡ଼ ସୁଯୋଗ ସୃଷ୍ଟି ହେବ । ଏପରି ସ୍ଥିତିରେ ପାକିସ୍ତାନକୁ ପରବର୍ତ୍ତୀ ମ୍ୟାଚଗୁଡ଼ିକ ଜିତିବାକୁ ପଡ଼ିବ । ଯଦି ଦୁଇଟି ଟିମର ପଏଣ୍ଟ ସମାନ ହେବ ତେବେ ସେଭଳି ସ୍ଥିତିରେ ନେଟ୍ ରନରେଟ୍ ନିର୍ଣ୍ଣାୟକ ସାଜିବ । ତେଣୁ ସେମିରେ ପ୍ରବେଶ କରିବା ପାକିସ୍ତାନ ପାଇଁ ଏତେ ସହଜ ହୋଇନପାରେ, ମାତ୍ର ଅସମ୍ଭବ ନୁହେଁ ।

Get real time updates directly on you device, subscribe now.