fbpx

ନୂଆବର୍ଷରେ ୨ ଦିନ ବନ୍ଦ ରହିବ ଶ୍ରୀମନ୍ଦିର, ଦର୍ଶନ କରିପାରିବେନି ଶ୍ରଦ୍ଧାଳୁ

ଡିସେମ୍ବର ୩୧ ଓ ଜାନୁଆରୀ ୧ରେ ଶ୍ରୀମନ୍ଦିର ବନ୍ଦ । ସାଧାରଣ ଦର୍ଶନାର୍ଥୀଙ୍କ ପାଇଁ ବନ୍ଦ ରହିବ ଶ୍ରୀମନ୍ଦିର । ନୂଆବର୍ଷରେ ସମ୍ଭାବ୍ୟ ଭିଡ଼ ପାଇଁ ଦର୍ଶନ ବନ୍ଦ ନିଷ୍ପତ୍ତି । ୨ ତାରିଖ ରବିବାର ଥିବାରୁ ସେଦିନ ମଧ୍ୟ ବନ୍ଦ ରହିବ ଦର୍ଶନ । ଛତିଶା ନିଯୋଗ ବୈଠକ ପରେ ସୂଚନା ଦେଇଛନ୍ତି ମୁଖ୍ୟ ଶ୍ରୀମନ୍ଦିର ପ୍ରଶାସକ ।

ସୂଚନାଯୋଗ୍ୟ, କରୋନା ମହାମାରୀ କାରଣରୁ ଜନସମାଗମକୁ ଦୃଷ୍ଟିରେ ରଖି ସରକାରଙ୍କ ତରଫରୁ ବିଭିନ୍ନ ସତର୍କତାମୂଳକ ପଦକ୍ଷେପ ନିଆଯାଉଛି । ଏହି ପରିପ୍ରେକ୍ଷୀରେ ବିଭିନ୍ନ ପୂଜା ପର୍ବାଣୀରେ ମନ୍ଦିରରେ ପ୍ରବଳ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତି ନିଆଯାଉଛି । ପୂର୍ବରୁ ମଧ୍ୟ ବିଭିନ୍ନ ପର୍ବପର୍ବାଣୀରେ ଭିଡ଼କୁ ଦୃଷ୍ଟିରେ ରଖି ବନ୍ଦ ରହିଥିଲା ଶ୍ରୀମନ୍ଦିର ।

Get real time updates directly on you device, subscribe now.