fbpx
BJD SKY
BJD SKY

କାଶ୍ମୀରର ବାନ୍ଦିପୋରାରେ ଆତଙ୍କୀ ଆକ୍ରମଣ, ଦୁଇ ଯବାନ ସହିଦ, ସର୍ଚ୍ଚ ଅପରେସନ ଜାରି

BJD

ଶ୍ରୀନଗର : ଜାମ୍ମୁ-କାଶ୍ମୀରର ବାନ୍ଦିପୋରା ଜିଲ୍ଲାରେ ଆତଙ୍କବାଦୀ ପୋଲିସ କର୍ମଚାରୀଙ୍କ ଉପରେ ଆକ୍ରମଣ କରିଛନ୍ତି । ଏହି ହମଲାରେ ଦୁଇ ପୋଲିସ କର୍ମଚାରୀ ସହିଦ ହୋଇଛନ୍ତି । ପୋଲିସ ଦଳ ବାନ୍ଦିପୋରା ଜିଲ୍ଲା ସ୍ଥିତ ଗୁଲସନ ଚୌକରେ ମୁତୟନ ଥିବା ବେଳେ ସେହି ସମୟରେ ଆତଙ୍କବାଦୀ ଆକ୍ରମଣ କରିଛନ୍ତି । ଏହି ଘଟଣା ପଞ୍ଚଳକୁ ଘେରାଉ କରାଯାଇ ତଲାସି ଅଭିଯାନ କରାଯାଉଛି । ବର୍ତ୍ତମାନ ଏହି ବିଷୟରେ ଅଧିକ ସୂଚନା ମିଳିପାରି ନାହିଁ ।

ସୂଚନା ଅନୁଯାୟୀ, ବାନ୍ଦିପୋରାରେ ଶୁକ୍ରବାର ସନ୍ଧ୍ୟାରେ ଆତଙ୍କବାଦୀ ପୋଲିସ ଟିମ୍ ଉପରେ ଅତର୍କିତ ଆକ୍ରମଣ କରିଛନ୍ତି । ଏହି ଆକ୍ରମଣରେ ଦୁଇ ଜଣ ପୋଲିସ କର୍ମୀ ଗୁରୁତର ଆହତ ହୋଇଥିଲେ । ତୁରନ୍ତ ସେମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ଚିକିତ୍ସାଧୀନ ଅବସ୍ଥାରେ ଦୁଇ ଯବାନଙ୍କ ମୃତ୍ୟୁ ଘଟିଛି । ସୁରକ୍ଷାବଳ ଅଞ୍ଚଳକୁ ଘେରି ଆତଙ୍କବାଦୀଙ୍କ ସର୍ଚ୍ଚ ଅପରେସନ ଚଳାଇଛନ୍ତି ।

ଏହା ପୂର୍ବରୁ ନଭେମ୍ବର ୮ରେ ଶ୍ରୀନଗରର ବଟମାଲୁ ଅଞ୍ଚଳରେ ଆତଙ୍କବାଦୀଙ୍କ ଗୁଳିମାଡରେ ୨୯ ବର୍ଷୀୟ ଜଣେ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ଘଟିଥିଲା । ପୁଣି ଚଳିତ ବର୍ଷ ସେପ୍ଟେମ୍ବର ୧୨ ତାରିଖରେ ଶ୍ରୀନଗରର ଖାନୟାର ଅଞ୍ଚଳରେ ଆତଙ୍କବାଦୀ ଜଣେ ପୋଲିସ କର୍ମୀଙ୍କୁ ଗୁଳି କରି ହତ୍ୟା କରିଥିଲେ ।

 

Get real time updates directly on you device, subscribe now.