fbpx

୬୦ ଲକ୍ଷ ଛାତ୍ରଛାତ୍ରୀଙ୍କୁ ଆର୍ଥକ ସହାୟତା; ଜାଣନ୍ତୁ କାହିଁକି ଓ କେତେ ଟଙ୍କା ମିଳିବ

ନୂଆଦିଲ୍ଲୀ: ଛାତ୍ରଛାତ୍ରୀଙ୍କୁ ମିଳିବ ଆର୍ଥିକ ସହାୟତା । ଜଣେ କି ଦୁଇ ଜଣ ନୁହେଁ ବରଂ ୬୦ ଲକ୍ଷ ଛାତ୍ରଛାତ୍ରୀଙ୍କୁ ସେମାନଙ୍କର ଆକାଉଣ୍ଟରେ ମିଳିବ ଏହି ଅର୍ଥରାଶି । ପ୍ରଥମରୁ ଅଷ୍ଟମ ଶ୍ରେଣୀ ମଧ୍ୟରେ ରହିଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ବ୍ୟାଙ୍କ ଆକାଉଣ୍ଟ ଜରିଆରେ ଏହି ଅର୍ଥ ପ୍ରଦାନ କରାଯିବ । ସମସ୍ତଙ୍କୁ ୟୁନିଫର୍ମ ପ୍ରଦାନ କରିବା ପାଇଁ ଏହି ଯୋଜନା ଲାଗୁ କରାଯାଇଛି । ସରକାରୀ ସ୍କୁଲରେ ପଢୁଥିବା ଛାତ୍ରଛାତ୍ରୀଙ୍କୁ ପାଠପଢା ପାଇଁ ପ୍ରୋତ୍ସାହିତ କରିବା ପାଇଁ ଏହି ଯୋଜନା ପ୍ରସ୍ତୁତ କରାଯାଇଛି । ଛାତ୍ର ଛାତ୍ରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଏହି ଅର୍ଥ ସିଧାସଳଖ ଭାବରେ ଯିବ । ରାଜସ୍ଥାନ ସରକାରଙ୍କ ପକ୍ଷରୁ ଏହି ବ୍ୟବସ୍ଥା ଘୋଷଣା କରାଯାଇଥିଲା । ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ପକ୍ଷରୁ ଏହି ଆର୍ଥିକ ସହାୟତା ସମ୍ପର୍କରେ ଘୋଷଣା କରାଯାଇଛି ।

ମାଗଣା ୟୁନିଫର୍ମ ପାଇଁ ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କ ଆକାଉଣ୍ଟକୁ ୬୦୦ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯିବ । ଏହି ଅର୍ଥରେ ସମସ୍ତ ଛାତ୍ରଛାତ୍ରୀ ୟୁନିଫର୍ମ ତିଆରି କରିବେ । ଏହା ସହିତ ଚଳିତ ବର୍ଷ ଠାରୁ ୟୁନିଫର୍ମର ରଙ୍ଗ ବଦଳେଇବାକୁ ନିଷ୍ପତ୍ତି ନେଇଛନ୍ତି ରାଜସ୍ଥାନ ସରକାର । ରାଜସ୍ଥାନ ସରକାରଙ୍କ ଏହି ଯୋଜନାରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ମଧ୍ୟରେ ୬୦ ଲକ୍ଷ ଛାତ୍ରଛାତ୍ରୀ ଉପକୃତ ହେବେ । ତେବେ ୟୁନିଫର୍ମ ପରିବର୍ତ୍ତନ ନିଷ୍ପତ୍ତି ପୂର୍ବତନ ଶିକ୍ଷାମନ୍ତ୍ରୀଙ୍କର ବୋଲି କହିଛନ୍ତି ବର୍ତ୍ତମାନର ଶିକ୍ଷାମନ୍ତ୍ରୀ ଡ. ବିଡି କଲ୍ଲା ।

Get real time updates directly on you device, subscribe now.