fbpx

ଜୱାଦ କ୍ଷୟକ୍ଷତି ଆକଳନ: ଆସନ୍ତା କାଲି ଆସିବେ କେନ୍ଦ୍ରୀୟ ଟିମ୍

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ରାଜ୍ୟରେ ସାମୁଦ୍ରିକ ବାତ୍ୟା ଜୱାଦ ପ୍ରଭାବହୀନ ରହିଥିଲା । ଏହି ବାତ୍ୟାର ପ୍ରଭାବରେ ଧନଜୀବନ ହାନି ହୋଇନଥିଲେ ହେଁ ଗଭୀର ଭାବରେ କ୍ଷତିଗ୍ରସ୍ତ ହୋଇଛି ଧାନ ଚାଷ । ଅମଳ ଉପଯୋଗୀ ଧାନ କିଆରି ପାଣିରେ ବୁଡି ଯାଇଥିବା ବେଳେ ଚାଷୀ ମୁଣ୍ଡରେ ହାତ ଦେଇଛି । ଏଭଳି ପରସ୍ଥିତିରେ କ୍ଷୟକ୍ଷତି ଆକଳନ ପାଇଁ ରାଜ୍ୟକୁ ଆସିବେ କେନ୍ଦ୍ରୀୟ ଟିମ ।

ଆସନ୍ତା କାଲି ରାଜଧାନୀ ଭୁବନେଶ୍ୱରରେ ଏହି ଟିମ୍ ପହଞ୍ଚିବ ବୋଲି ଜଣାପଡିଛି । ଗୃହ ମନ୍ତ୍ରାଳୟ ଯୁଗ୍ମ ସଚିବ ସୌରଭ ରୟଙ୍କ ନେତୃତ୍ୱରେ ଏହି ଟିମ୍ ଆସିବ ବୋଲି ଜଣାପଡିଛି । କେନ୍ଦ୍ରୀୟ ଟିମ୍ ସବୁଠାରୁ ଅଧିକ ପ୍ରଭାବିତ ଗଞ୍ଜାମ, ପୁରୀ, ଜଗତସିଂହପୁର, ଯାଜପୁର, କଟକ ଓ କେନ୍ଦ୍ରାପଡା ଜିଲ୍ଲା ଗସ୍ତ କରି କ୍ଷୟକ୍ଷତି ଆକଳନ କରିବେ ବୋଲି ଜଣାପଡିଛି ।

Get real time updates directly on you device, subscribe now.