fbpx

ଜେଏନୟୁ ଗାର୍ଡଙ୍କ ଜବରଦସ୍ତ ଡାନ୍ସ: ଲୋକେ କହିଲେ ମିଥୁନା ଦାଙ୍କୁ ବି କରିଦେଲେ ଫେଲ୍, ଦେଖନ୍ତୁ ଭିଡିଓ…

ନୂଆଦିଲ୍ଲୀ: ଜବାହାର ଲାଲ ନେହେରୁ ବିଶ୍ୱବିଦ୍ୟାଳୟ ନାଁ ପୁଣି ଥରେ ଚର୍ଚ୍ଚାକୁ ଆସିଛି । ଅବଶ୍ୟ ଏଥର କୌଣସି ବିବାଦୀୟ ଘଟଣାକୁ ନେଇ ନୁହେଁ, ବରଂ ସିକ୍ୟୁରିଟି ଗାର୍ଡଙ୍କ ଡାନ୍ସକୁ ନେଇ ଆସିଛି । ସୋସିଆଲ ମିଡିଆରେ ଜେଏନୟୁର ସିକ୍ୟୁରିଟି ଗାର୍ଡଙ୍କ ଡାନ୍ସ ଭିଡିଓ ଏବେ ଖୁବ୍ ଭାଇରାଲ ହେଉଛି । ଭିଡିଓରେ ସିକ୍ୟୁରିଟି ଗାର୍ଡ ‘ଜୁଲି ଜୁଲି’ ଗୀତରେ ଜବରଦସ୍ତ ଡାନ୍ସ କରୁଥିବାର ନଜର ଆସିଛନ୍ତି ।

ଏହି ଭିଡିଓକୁ ସୋସିଆଲ ମିଡିଆରେ ଲୋକେ ଖୁବ୍ ପ୍ରଂଶସା କରୁଛନ୍ତି । ଏହି ଭିଡିଓର କ୍ୟାପ୍ସନରେ ଲେଖାଯାଇଛି ‘କଳା କେବେ ମରେ ନାହିଁ ।’ ଭିଡିଓରେ ଜେଏନୟୁ ଡାନ୍ସ କ୍ଲବରେ ଜଣେ ସିକ୍ୟୁରିଟି ଗାର୍ଡ ଡାନ୍ସ କରୁଛନ୍ତି । ଗାର୍ଡ ଜଣକୁ ଅତି ସୁନ୍ଦର ଭାବରେ ଗୀତର ତାଳ ତାଳେ ନାଚୁଛନ୍ତି । ତାଙ୍କ ନାଚ ଦେଖି ସେଠାରେ ଥିବା ଲୋକେ ମଧ୍ୟ ତାଙ୍କ ସହ ନାଚିବାରେ ଲାଗିଥିଲେ । ଆଉ ଗାର୍ଡଙ୍କ ଏହି ଦମଦାର୍ ଡାନ୍ସ ଭିଡିଓ ଦେଖି ୟୁଜର୍ସମାନେ ମଧ୍ୟ କମେଣ୍ଟ ଦେବା ଆରମ୍ଭ କରିଦେଇଛନ୍ତି, ଜଣେ ୟୁଜର ଲେଖିଛନ୍ତି ଏଭଳି ଡାନ୍ସରେ ଆପଣ ମିଥୁନ ଦା’ଙ୍କ ବି ପଛରେ ପକାଇ ଦେଲେ । ଦେଖନ୍ତୁ ଭିଡିଓ…

Get real time updates directly on you device, subscribe now.