fbpx

ମହାରାଷ୍ଟ୍ରରୁ ଚିହ୍ନଟ ହେଲେ ଆଉ ୭ ଓମିକ୍ରନ ଆକ୍ରାନ୍ତ: ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୩୩

Advertisement

ମୁମ୍ବାଇ: ଦେଶର ଓମିକ୍ରନ ହବ ପାଲଟିବାରେ ଲାଗିଲାଣି ମହାରାଷ୍ଟ୍ର । ଶୁକ୍ରବାର ମହାରାଷ୍ଟ୍ରରୁ ଆଉ ୭ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଦେଶରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୩୩ ଛୁଇଁଛି । ଏହା ସହିତ କେବଳ ମହାରାଷ୍ଟ୍ରରୁ ଆକ୍ରାନ୍ତଙ୍କ ସଂଖ୍ୟା ଏହାର ଅଧା ବା ୧୭ରେ ପହଞ୍ଚିଛି । ଏହି ଆକ୍ରାନ୍ତଙ୍କ ମଧ୍ୟରେ ୩ ଜଣ ମୁମ୍ବାଇରୁ ଚିହ୍ନଟ ହୋଇଛନ୍ତି ।

ସୂଚନାଯୋଗ୍ୟ, କରୋନା ଭାଇରସର ନୂତନ ଭ୍ୟାରିଆଣ୍ଟ ଓମିକ୍ରନ ଏବେ ସାରା ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି । ଏହି ଭ୍ୟାରିଆଣ୍ଟ ଡେଲ୍ଟା ଠାରୁ ମଧ୍ୟ ଅଧିକ ମାରାତ୍ମକ ବୋଲି କୁହାଯାଉଛି । ଭାରତ ସରକାର ମଧ୍ୟ ଏହି ଭାଇରସ ଠାରୁ ଲଢ଼େଇ ପାଇଁ ବିଭିନ୍ନ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରୁଛନ୍ତି । ଅନ୍ତର୍ଜାତୀୟ ବିମାନ ଉଡ଼ାଣକୁ ୩୧ ଜାନୁଆରୀ ପର୍ଯ୍ୟନ୍ତ ସ୍ଥଗିତ କରାଯାଇଛି ।

Get real time updates directly on you device, subscribe now.